ଓଡ଼ିଆ ବାର୍ତ୍ତା/ ବଲାଙ୍ଗୀର (ପ୍ରମୋଦ ସେଲମା): ସଇଁତଲା ବ୍ଲକ କୁଇକେଡା ପଞ୍ଚାୟତ ସମିତି ସଭ୍ୟ ଚାନ୍ଧୁଲାଲ ଭୋଇଙ୍କ ହୃଦଘାତରେ ପରଲୋକ ଘଟିଛି l ମୃତ ବେଳକୁ ତାଙ୍କୁ ୬୪ ବର୍ଷ ବୟସ ହୋଇଥିଲା l ସେ ଆଜି ସକାଳେ ଅସୁସ୍ଥ ଅନୁଭବ କହି ହଠାତ ପଡି ଯାଇ ମୃତ୍ୟୁ ବରଣ କରିଥିଲେ l ସେ ପୂର୍ଵରୁ ଗୋଳାବାରୁଦ କାରଖାନା ଚାକିରୀରୁ ଅବସର ଗ୍ରହଣ କରିବା ପରେ ସମିତି ସଭ୍ୟ ଭାବେ କୁଇକେଡ଼ା ପଞ୍ଚାୟତରୁ ନିର୍ବାଚନ ଲଢ଼ି ବିଜୟୀ ହୋଇଥିଲେ l ତାଙ୍କ ପୁଅ ସୁମନ୍ତ ଭୋଇ ମୁଖାଗ୍ନି ଦେଇଥିଲେ l ମୃତ ଶଯ୍ୟାରେ ତାଙ୍କ ପୁଅ, ଝିଅଜ୍ୱାଇଁ, ପୁତ୍ର ବଧୂ ପରିବାର ବନ୍ଧୁ ଲୋକମାନେ ଉପସ୍ଥିତ ଥିଲେ l ତାଙ୍କ ବିୟୋଗରେ ପୂର୍ଵତନ ମନ୍ତ୍ରୀ ସୁରେନ୍ଦ୍ର ସିଂ ଭୋଇ, ବ୍ଲକ ଅଧ୍ୟକ୍ଷା ମୋନିକା ସିଂ ଭୋଇ, ଉପାଧ୍ୟକ୍ଷ ଗୁଣସାଗର ମାଝୀ, ସରପଞ୍ଚ ଯୁଗଲାଲ ମାଝୀ, ସମିତି ସଭ୍ୟ ନବୀନ ରଣା, ବାଞ୍ଛାନିଧି ବୁଡ଼େକ, ଗୋଳାବାରୁଦ କାରଖାନାର ହରିହର ସିଂ, ବି.କେ. ସିଂ ଦେଓ, ଅରୁଣ ପଟେଲ, ପଦ୍ମମନ ଥପା ପ୍ରମୁଖ ଗଭୀର ଶୋକ ପ୍ରକାଶ କରିଛନ୍ତି l ତାଙ୍କର ବିୟୋଗରେ ଅଞ୍ଚଳରେ ମଧ୍ୟ ଶୋକର ଛାୟା ଖେଳିଯାଇଛି l