ସଇଁତଲା ଦୁର୍ଗାପୂଜାର ରଜତ ଜୟନ୍ତୀ ସମାରୋହ: ଆରମ୍ଭ ହେଲା ରାବଣ ଦରବାର, ସମ୍ବର୍ଦ୍ଧିତ ହେଲେ ସାମ୍ବାଦିକ

ଓଡ଼ିଆ ବାର୍ତ୍ତା/ ବଲାଙ୍ଗୀର (ପ୍ରମୋଦ ସେଲମା): ସଇଁତଲା ସହରରେ ସାର୍ବଜନନୀ ନବରାତ୍ର ଦୁର୍ଗାପୂଜା ୨୫ ବର୍ଷରେ ପଦାର୍ପଣ କରିଛି। ଏନେଇ ଆୟୋଜିତ ରଜତ ଜୟନ୍ତୀ ସମାରୋହ ଅବସରରେ ରାବଣ ଦରବାର ଉଦଘାଟିତ ହୋଇଯାଇଛି l ରଜତ ଜୟନ୍ତୀ ସମାରୋହର ସଭାପତି ସୁରେନ୍ଦ୍ର ସିଂ ଭୋଇ ମୁଖ୍ୟ ଅତିଥି ଭାବେ ଯୋଗଦାନ କରି ରାବଣ ଦରବାରକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ l ରାବଣ ଭୂମିକାରେ ବିଶ୍ବ ପ୍ରସିଦ୍ଧ ବରଗଡ ଧନଯାତ୍ରାର କଂସ ମହାରାଜ ହୃଷିକେଶ ଭୋଇ ଅଭିନୟ କରୁଛନ୍ତି l ଯାହା ଫଳରେ ଅଞ୍ଚଳ ଚଳଞ୍ଚଳ ହୋଇପଡିଛି l ଏହି ଦରବାର ୫ ଦିନ ଧରି ଚାଲିବ l ଏହା ଦେଖିବା ପାଇଁ ଲୋକଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ପରିଲକ୍ଷିତ ହେଉଛି l ଏହି ପରିପେକ୍ଷୀରେ ବ୍ଲକର ପ୍ରିଣ୍ଟ ମିଡ଼ିଆ ସାମ୍ବାଦିକମାନଙ୍କୁ ରାଜତ ଜୟନ୍ତୀ କମିଟି ତରଫରୁ ସମ୍ମାନିତ କରାଯାଇଛି l ଏଥିରେ ସାମ୍ବାଦିକ ପ୍ରମୋଦ ସେଲମା, ବିଶାଳ ଅଗ୍ରୱାଲ, ନାରାୟଣ ସାହୁ, ତରୁଣ ବେହେରାଙ୍କ ସମେତ ଅନ୍ୟାନ୍ୟ ସାମ୍ବାଦିକମାନଙ୍କୁ ସଭାପତି ଶ୍ରୀ ସିଂ ଭୋଇ ଫୁଲତୋଡ଼ା ସହ ଉପଢ଼ୋକନ ଦେଇ ସମ୍ବର୍ଦ୍ଧିତ କରିଥିଲେ l ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ଅନୁଷ୍ଠାନର ସମ୍ପାଦକ ସୁବୋଧ ମିଶ୍ର l

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.