କବିସୂର୍ଯ୍ୟ ନଗର ବିଧାୟିକା ଓ ଆସ୍କା ସାଂସଦଙ୍କ ପଦଯାତ୍ରା 

ଖରିଡ଼ା ପଞ୍ଚାୟତର ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କାର୍ଯ୍ୟକ୍ରମ 

ଓଡ଼ିଆ ବାର୍ତ୍ତା/ ପୁରୁଷୋତ୍ତମପୁର (ପ୍ରସନ୍ନ କୁମାର ଦାଶ): ପୁରୁଷୋତ୍ତମପୁର ବ୍ଲକ ଅନ୍ତର୍ଗତ ବଡ଼ ଖରିଡ଼ା ପଞ୍ଚାୟତରେ ଆଜି କବିସୂର୍ଯ୍ୟ ନଗର ବିଧାୟିକା ଲତିକା ପ୍ରଧାନ, ଆସ୍କା ଏମପି ପ୍ରମିଳା ବିଷୋୟୀ ଏବଂ ପୁରୁଷୋତ୍ତମପୁର ବ୍ଲକ ଅଧକ୍ଷା ପିଙ୍କି ବେହେରାଙ୍କ ଉପସ୍ଥିତିରେ ସର୍ବ ପ୍ରଥମେ ମେଡିକାଲର ନୂତନ କୋଠା (ଯାହାକି ୬୨ ଲକ୍ଷ ଟଙ୍କା) କାର୍ଯ୍ୟକ୍ରମର ଶିଳାନ୍ୟାସ ସହ, ଗ୍ରାମର ପୁର୍ବ ପଟ ମଣ୍ଡପର ପୁନଃରୁଦ୍ଧାର ପାଇଁ ୧୪ ଲକ୍ଷ ଟଙ୍କାର ଶିଳାନ୍ୟାସ, ଏବଂ ଗ୍ରାମୀଣ ସୁବିଧା କେନ୍ଦ୍ର (ବେଙ୍କ)ସହିତ କାଳେଶ୍ଵର ମାର୍କେଟ କମ୍ପ୍ଲେସ (ବଜାର ଘର) ର ଉଦଘାଟନ, ଏବଂ ବାଣ ନଈ ଗ୍ରାମର ୪ ଲକ୍ଷ ଟଙ୍କା ବ୍ୟୟରେ ରାଧା କୃଷ୍ଣ ମନ୍ଦିରର ପୁନଃରୁଦ୍ଧାର ର ଶିଳାନ୍ୟାସ, ଏବଂ ସାମନ୍ତ ରତ୍ନପଲି ଗ୍ରାମର ରଘୁନାଥ ମନ୍ଦିରର ପୁନଃରୁଦ୍ଧାର ନିମନ୍ତେ ୭ ଲକ୍ଷ ଟଙ୍କା ବ୍ୟୟରେ ଶୀଳାନ୍ୟାସ ସହିତ ଖରିଡ଼ା ଗାଁରେ ବିଜେଡି କର୍ମୀ ଓ ନେତା ମାନଙ୍କ ସହିତ ପଦଯାତ୍ରା କରି ଲୋକଙ୍କ ବିଭିନ୍ନ ସମସ୍ୟା ବୁଝିଥିଲେ ବିଧାୟିକା ଓ ସାଂସଦ | ପାହାଡ଼ ଉପରେ ରହୁଥିବା ହରିଜନ ସାହିର ୨୫ ଗୋଟି ପରିବାରଙ୍କ ପାଣି ଯୋଗାଣ ସମସ୍ୟା ଉପରେ ବିଭାଗୀୟ ଏସଡ଼ିଓଙ୍କ ସହିତ କଥାବାର୍ତ୍ତା କରି ତା’ର ସମାଧାନ କରିବା ସହିତ ବହୁତ କାମର ମଧ୍ୟ କାର୍ଯ୍ୟକାରିତା ଉପରେ ସମାଧାନ କରିଥିଲେ | ଏହି କାର୍ଯ୍ୟକ୍ରମରେ ବିଧାୟିକା ଓ ସାଂସଦଙ୍କ ସହ ୩୭ ନଂ ଜିଲ୍ଲା ପରିଷଦ ସଦସ୍ୟା ପିଙ୍କି ନାହାକ, ଖରିଡ଼ା ସରପଞ୍ଚ କମା ଦଳେଇ, ନ୍ୟୟ ସରପଞ୍ଚ ମମତା ବାରିକ, ବ୍ଲକ ଉପାଧ୍ୟକ୍ଷା ପ୍ରତିନିଧି ଲିଙ୍ଗରାଜ ବାରିକ, ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟ ନାରାୟଣ ରାଓ, ୩୬ନଂ ଜିଲ୍ଲା ପରିଷଦ ସଦସ୍ୟ ଭଜମନ ବେହେରା, ସମାଜସେବୀ ଜଗତ ବନ୍ଧୁ ପଣ୍ଡା, ଏମପି ପ୍ରତିନିଧି ନୀଳମଣି ପଟ୍ଟନାୟକଙ୍କ ସହ ସେହି ଗ୍ରାମର ମୋହିନୀ ଗୌଡ଼, ଗୋପାଳ ବାରିକ, ହେମନ୍ତ ଦଳେଇ, ସନ୍ତୋଷ ଗୌଡ଼, ରମା ଗୌଡ଼, ଶ୍ରୀଧର ସାହୁ, ଟିକିନା ସାହୁଙ୍କ ସହ ପୂର୍ତ୍ତ ବିଭାଗ ଏସଡ଼ିଓ, କନିଷ୍ଠ ଯନ୍ତ୍ରୀ, ପୂର୍ତ୍ତ ବିଭାଗ ୱାର୍କ ସରକାର, ଖରିଡ଼ା ଫାର୍ମାସିଷ୍ଟ ପ୍ରକାଶ ମହାପାତ୍ରଙ୍କ ସହ ବହୁ ସ୍ୱୟଂ ସହାୟିକା ସଂଘର ମହିଳା ଓ ଗ୍ରାମ୍ୟ ମହିଳା ଓ ଗ୍ରାମବାସୀ ମାନେ ସହଯୋଗ କରିଥିଲେ |

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.