ଓଡ଼ିଆ ବାର୍ତ୍ତା/ ପୁରୁଷୋତ୍ତମପୁର (ପ୍ରସନ୍ନ କୁମାର ଦାଶ): ପୁରୁଷୋତ୍ତମପୁର ବ୍ଳକର ନରସିଂହ ଦାଶ ଉଚ୍ଚ ବିଦ୍ଯାଳୟଠାରେ ବିଇଓ କିଶୋର ଚନ୍ଦ୍ର ବେହେରା, ବିଆରସିସି ସିମାଞ୍ଚଳ ରଥ ଏବଂ ସରୋଜ କୁମାର ଦାଶଙ୍କ ସମେତ ସମସ୍ତ ସିଆରସିସିଙ୍କ ପ୍ରତ୍ଯକ୍ଷ ତତ୍ତ୍ବବଧାନରେ ବ୍ଳକସ୍ତରୀୟ ଶିଶୁ ମହୋତ୍ସବ ସୁରଭି ଏବଂ ଓଡିଶା ମିଲେଟସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ପୁରୁଷୋତ୍ତମପୁର ଗୋଷ୍ଠୀ ଉନ୍ନୟନ ଅଧିକାରୀ ବିଜୟ କୁମାର ବେହେରା ଏହି କାର୍ଯ୍ଯକ୍ରମର ଶୁଭ ଉଦଘାଟନ କରିଥିଲେ ।ଉଦଯାପନି ସଭାରେ ମୁଖ୍ଯ ଅତିଥି ଭାବେ ଏନଏସି ଅଧ୍ୟକ୍ଷା ପ୍ରିୟଙ୍କା ଗଉଡ, ସମ୍ମାନିତ ଅତିଥି ଭାବେ ବ୍ଲକ ଅଧକ୍ଷା ପିଙ୍କି ବେହେରା, ମୁଖ୍ୟ ବକ୍ତା ରୂପେ ପୁରୁଷୋତ୍ତମପୁର ଗୋଷ୍ଠୀ ଶିକ୍ଷାଧିକାରୀ କିଶୋର ଚନ୍ଦ୍ର ବେହେରା, ସମ୍ମାନିତ ଆତିଥି ଭାବେ ଏନ୍.ଏ.ସି ଉପାଧ୍ୟକ୍ଷ କୄଷ୍ଣଚନ୍ଦ୍ର ପଣ୍ଡା, ଏ.ବି.ଇ.ଓ ସିମାଞ୍ଚଳ ରଥ, ରାଜ କିଶୋର ସାହୁ, କାଉନସିଲର ଅଶୋକ କୁମାର ମାହାଙ୍କୁଡ, କଲେଜର ଅଧ୍ୟାପକ ସୁବ୍ରତ କୁମାର ଷଡ଼ଙ୍ଗୀ, ସମାଜସେବୀ ଜଗତ ବନ୍ଧୁ ପଣ୍ଡା ଯୋଗ ଦେଇଥିଲେ । ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ପୂର୍ଣ୍ମିମା ଶବର ସଭାପତି ରୂପେ ସଭାକାର୍ଯ୍ୟ ପରିଚାଳନା କରିଥିଲେ । ଏହି କାର୍ଯ୍ୟକ୍ରମରେ ବ୍ଳକର ୧୩ଗୋଟି କ୍ଳଷ୍ଟରରୁ ପ୍ରାୟ ୩୦୦ ଛାତ୍ରଛାତ୍ରୀ ସଂଗୀତ, ବିତର୍କ, ପ୍ରବନ୍ଧ, ଚିତ୍ରାଙ୍କନ, କୁଇଜ୍, ସାଂସ୍କୃତିକ କାର୍ଯ୍ୟକ୍ରମ ଆଦିରେ ଅଂଶ ଗ୍ରହଣ କରିଥିଲେ। ବିଚାରକମଣ୍ଡଳୀଙ୍କ ଦ୍ବାରା କୃତି ଛାତ୍ର, ଛାତ୍ରୀ ଚୟନ କରାଯାଇଥିଲା। ମୁଖ୍ୟ ଅତିଥି ଏବଂ ସମସ୍ତ ଅତିଥି ବୃନ୍ଦ ପ୍ରତ୍ୟେକ ବିଭାଗରେ ପ୍ରଥମ, ଦ୍ବିତୀୟ, ତୃତୀୟ ସ୍ଥାନ ହାସଲ କରିଥିବା ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରିଥିଲେ। ବିଦ୍ୟାଳୟର ଶିକ୍ଷକ ଯୁଧିଷ୍ଠିର ସାହୁଙ୍କ ସମେତ ସମସ୍ତ ଶିକ୍ଷକ, ଶିକ୍ଷୟତ୍ରୀ ତଥା ବ୍ଳକର ୧୩ଜଣ ସିଆରସିସିଙ୍କ ସହଯୋଗରେ କାର୍ଯ୍ୟକ୍ରମ ସୁଚାରୁରୂପେ ସମ୍ପାଦିତ ହୋଇଥଲା। ପରିଶେଷରେ ସଂଯୋଜକ କିଶୋର ଚନ୍ଦ୍ର ବେହେରା ଏବଂ ସିମାଞ୍ଚଳ ରଥ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରି କାର୍ଯ୍ୟକ୍ରମକୁ ଉଦଯାପିତ କରିଥିଲେ।କନକା ସିଆରସିସି ହେମନ୍ତ କୁମାର ବେହେରା ମଧ୍ୟ ସମ୍ପୂର୍ଣ୍ଣ ସହଯୋଗ କରିଥିଲେ।