ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ଓଡ଼ିଶାର ମହାମହିମ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କ କାର୍ଯ୍ୟକାଳ ସରିବା ପରେ ନୂତନ ରାଜ୍ୟପାଳ ଭାବେ ନିଯୁକ୍ତ ରଘୁବର ଦାସଙ୍କୁ ଜାମଶେଦପୁରସ୍ଥିତ ବାସଭବନରେ ଭେଟିଛନ୍ତି କଳାହାଣ୍ଡିର ଯୁବ ଗାଳ୍ପିକ ଡିଲେଶ୍ୱର ରଣା। ଆଜି ମଧ୍ୟାହ୍ନରେ ଶ୍ରୀ ଦାସଙ୍କୁ ଭେଟିବା ସହ ସେ ଅଭିନନ୍ଦନ ଜଣାଇଛନ୍ତି। ଶ୍ରୀ ରଣା ତାଙ୍କୁ ଗଳ୍ପ ସଂକଳନ ‘ସେଁର୍ରା’ ପ୍ରଦାନ କରିଛନ୍ତି। ଏହା ସହ ଓଡ଼ିଶାର ସାଂସ୍କୃତିକ ଓ ସାହିତ୍ୟିକ ଦିଗରେ ଯୁବପିଢ଼ିଙ୍କୁ ଉତ୍ସାହିତ କରିବାକୁ ସେ ରାଜ୍ୟପାଳଙ୍କୁ ନିବେଦନ କରିଛନ୍ତି। ରାଜ୍ୟପାଳଙ୍କ ସହ ସାକ୍ଷାତ ସମୟରେ ତାଙ୍କ ସହ ଜାମଶେଦପୁରର ବିଶିଷ୍ଟ ଶିକ୍ଷାବିତ ଡ. ତ୍ରିପୁରା ଝା, ଅଧ୍ୟାପକ ତନ୍ମୟ ସିଂ ସୋଲାଙ୍କି, ନୀଳମଣି ସାହୁ, ହରିୟାଣାର ପ୍ରବୀଣ କୁମାର, ପଶ୍ଚିମବଙ୍ଗର ସୁବାସ ସିଂ ରଏ ପ୍ରମୁଖ ଉପସ୍ଥିତ ଥିଲେ।