ଆଜି ଜୟ ଦୁର୍ଗା ବେଶରେ ଦର୍ଶନ ଦେଉଛନ୍ତି ମା ସୁରେଶ୍ଵରୀ

ମା ଭଗବତୀ ଓ ଦୁର୍ଗା ମନ୍ଦିରରେ ମାଙ୍କ କାଳରାତ୍ରୀ ବେଶ

ଓଡ଼ିଆ ବାର୍ତ୍ତା/ ସୁବର୍ଣ୍ଣପୁର  (ରାଜ କିଶୋର ତ୍ରିପାଠୀ): ସୋନପୁର ର ଇଷ୍ଟ ଦେବୀ ମା ସୁରେଶ୍ଵରୀ ଙ୍କ ପୀଠ ରେ ଷୋଡଶ ଉପଚାର ପୂଜା ଚାଲୁ ରହିଥିବା ବେଳେ ଆଜି ଶନିବାର ଆଶ୍ୱିନ ଶୁକ୍ଳ ପକ୍ଷର ସପ୍ତମୀ ତିଥି ତଥା ପୀଠେ ଅଷ୍ଟମୀ ଅବସରରେ ଭୋର ସମୟରୁ ମନ୍ଦିର ଖୋଲା ଯାଇ ଯଥା ବିଧି ପୂଜାର୍ଚ୍ଚନା ଶେଷ ହୋଇଥିବା ବେଳେ ଆଜି ଜୟ ଦୁର୍ଗା ବେଶ ରେ ମା ଉଭା ହୋଇ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି। ମନ୍ଦିର ରେ ନବଦିନ ବ୍ୟାପୀ ଚଣ୍ଡୀ ମହାଯଜ୍ଞର ସପ୍ତମ ଦିବସ ରେ ସୂର୍ଯ୍ୟ ପୂଜା, ଗୋ ପୂଜା, ଗୁରୁ, ବ୍ରାହ୍ମଣ ପୁଜନମ ବିଭିନ୍ନ ଦେବଦେବୀଙ୍କ ପୂଜାପାଠ ସୁରେଶ୍ଵରୀ ଙ୍କ ଷୋଡଶ ଉପଚାର ପୂଜା ଆରତୀ ପୁଷ୍ପାଞ୍ଜଳି ସହ ସନ୍ଧ୍ୟା ବେଳକୁ ଚଣ୍ଡୀ ଯଜ୍ଞ, ହବନ, ଆରତୀ, ପୁଷ୍ପାଞ୍ଜଳି ଓ ପ୍ରସାଦ ସେବନ ହେବା ନେଇ କମିଟି ପକ୍ଷରୁ ସୂଚନା ମିଳିଛି l ସେହିପରି ସହର ର ସର୍ବ ପୁରାତନ ମା ଭଗବତୀ ଙ୍କ ପୀଠରେ ଆଜି କାଳରାତ୍ରୀ ବେଶ ରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ମା ଭଗବତୀ l ସେପଟେ ସହର ର ଗଡ଼ଭିତର ସ୍ଥିତ ଦୁର୍ଗା ମନ୍ଦିର ରେ ମଧ୍ୟ ନବରାତ୍ର ର ସପ୍ତମ ଦିନ ରେ ଆଜି ମା’ ଦୁର୍ଗା ଭକ୍ତଙ୍କୁ କାଳରାତ୍ରୀ ରୂପରେ ଦର୍ଶନ ଦେଇଛନ୍ତି l ତେବେ ଜଗତ୍‌ ଜନନୀ ମା’ ଦୁର୍ଗତିନାଶିନୀଙ୍କ କାଳରାତ୍ରୀ ବେଶ ସଂପର୍କରେ ପୌରାଣିକ କଥାବସ୍ତୁ ଆସନ୍ତୁ ଜାଣିବା । ଜଗତ ଜନନୀଙ୍କ କାଳରାତ୍ରି ବେଶ ସବୁଠୁ ମହତ୍ୱପୂର୍ଣ୍ଣ ବୋଲି କୁହାଯାଇଥାଏ ।
“ଏକବେଣୀ ଜପାକର୍ଣ୍ଣପୂରା ନଗ୍ନା ଖରାସ୍ରିତା”
“କର୍ଣ୍ଣକାକର୍ଣ୍ଣୀ ତୈଳାଭ୍ୟନ୍ତଶରୀରିଣା”
“ବାମପାଦୋଲ୍ଲସଲ୍ଲୋହଲ ତାକଣ୍ଟକଭୂଷଣା”
“ବର୍ଦ୍ଧନର୍ମୂଧଧ୍ୱଜା କୃଷ୍ଣା କାଳରାତିର୍ଭୟଙ୍କରା”
ମାତା ଦୁର୍ଗାଙ୍କର ସପ୍ତମ ଶକ୍ତି କାଳରାତ୍ରି ନାମରେ ବିଖ୍ୟାତ । ଏହାଙ୍କ ଶରୀରର ରଙ୍ଗ ଅନ୍ଧକାର ରାତ୍ରି ପରି ଗାଢ଼ କଳା, ମସ୍ତକର କେଶ ମୁକୁଳା । କଣ୍ଠରେ ବିଜୁଳି ପରି ଉଜ୍ୱଳ ମାଳା ଝଟକୁଥାଏ । ମାତାଙ୍କର ତିନୋଟି ନେତ୍ର ଏବଂ ଏହି ତିନୋଟି ନେତ୍ର ବ୍ରହ୍ମାଣ୍ଡ ସଦୃଶ ଗୋଲାକାର । ତାଙ୍କ ନାସିକାରୁ ପ୍ରବାହିତ ଶ୍ୱାସପ୍ରଶ୍ୱାସରେ ଅଗ୍ନିର ଜ୍ୱାଳା ବାହାରୁଥାଏ । ତାଙ୍କର ବାହନ ଗର୍ଦ୍ଧଭ – ଗଧ । ସେ ଚତୁର୍ଭୁଜା । ଡାହାଣ ପଟର ଉପର ହାତ ଟେକି ସେ ବରମୁଦ୍ରାରେ ସମସ୍ତଙ୍କୁ ବରଦାନ କରନ୍ତି ଓ ତଳ ହାତ ଅଭୟ ମୁଦ୍ରାରେ ଥାଏ । ବାଆଁ ପଟ ଉପର ହାତରେ ଲୁହାର କଣ୍ଟା ଓ ତଳ ହାତରେ ଖଡ୍‌ଗ ବା କଟାର ଶୋଭାପାଏ ।
ମାତା କାଳରାତ୍ରିଙ୍କର ସ୍ୱରୂପ ଦେଖିବାକୁ ଅତ୍ୟନ୍ତ ଭୟଙ୍କର । କିନ୍ତୁ ସେ ସର୍ବଦା ଶୁଭ ଫଳ ହିଁ ପ୍ରଦାନ କରନ୍ତି । ତେଣୁ ତାଙ୍କର ଅନ୍ୟ ନାମ ‘ଶୁଭଙ୍କରୀ’ ଅଟେ । ସୁତରାଂ ତାଙ୍କୁ ଦେଖି ଭକ୍ତମାନେ କୌଣସି ପ୍ରକାର ଭୟଭୀତ ବା ଆତଙ୍କିତ ହେବା ଅନୁଚିତ । ଦୁର୍ଗାପୂଜାର ସପ୍ତମ ଦିନ ମାତା କାଳରାତ୍ରିଙ୍କର ଉପାସନାର ବିଧାନ ରହିଛି । ସେଦିନ ସାଧକଙ୍କ ମନ ‘ସହସ୍ରାର’ ଚକ୍ରରେ ସ୍ଥିତ ରହେ । ତାଙ୍କ ପାଇଁ ବ୍ରହ୍ମାଣ୍ଡର ସକଳ ସିଦ୍ଧିର ଦ୍ୱାର ଖୋଲିଯାଏ । ଏହି ଚକ୍ରରେ ସ୍ଥିତ ସାଧକର ମନ ପୂର୍ଣ୍ଣତଃ ମାତା କାଳରାତ୍ରିଙ୍କ ସ୍ୱରୂପରେ ଲାଗିରହେ । ମା’ଙ୍କ ସାକ୍ଷାତ୍‌ କାଳରୁ ମିଳୁଥିବା ପୁଣ୍ୟରେ ସେ ଭାଗୀ ହୋଇଯାଆନ୍ତି । ତାଙ୍କର ସକଳ ପାପ ଓ ବିଘ୍ନ ନଷ୍ଟ ହୋଇଯାଇ, ତାଙ୍କୁ ଅକ୍ଷୟ ପୁଣ୍ୟାଲୋକ ପ୍ରାପ୍ତି ହୁଏ । ସେପଟେ ସହର ର ବିଭିନ୍ନ ପୂଜା ମଣ୍ଡପରେ ମା ଦୁର୍ଗା ଙ୍କ ସପ୍ତମୀ ପୂଜା ଆରମ୍ଭ ହୋଇ ଯାଇଥିବା ବେଳେ ସହରରେ ପର୍ବନ୍ ମାହୁଲ ଆରମ୍ଭ ହୋଇ ଯାଇଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.