ମାଁ ଭୁବନେଶ୍ବରୀ ଦେବୀଙ୍କ ପୀଠରେ ଚଣ୍ଡି ଯଜ୍ଞ ଅନୁଷ୍ଠିତ

ଓଡ଼ିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ସୋନପୁରର କୁମ୍ଭାର ପଡା ସ୍ଥିତ ମାଁ ଭୁବନେଶ୍ୱରୀ ଦେବୀଙ୍କ ପୀଠ ଠାରେ ପବିତ୍ର ମହା ଅଷ୍ଟମୀ ରେ ଚଣ୍ଡୀ ଯଜ୍ଞ ଓ ଷୋଡ଼ଶ ପୂଜା ଅନୁଷ୍ଠିତ ହୋଇଯାଇଛି l ସୋନପୁର ତଥ ବିଶ୍ଵ ର କଲ୍ୟାଣ ପାଇଁ ପଞ୍ଚ ତମ ବାର୍ଷିକ ଚଣ୍ଡୀ ଯଜ୍ଞ କରାଯାଉ ଥିବା କମିଟି ପକ୍ଷରୁ ସୂଚନା ମିଳିଛି l ଏଠାରେ ଏକା ସାଙ୍ଗରେ ମା ଭୁବନେଶ୍ଵରୀ, ଭଗବତୀ, ସୁରେଶ୍ଵରୀ ଏକା ସାଙ୍ଗରେ ପୂଜା ପାଇ ଆସୁଛନ୍ତି l ଜ୍ୟୋତିର୍ବିଦ ଆଚାର୍ଯ୍ୟ ବ୍ୟାସ ପଣ୍ଡିତ ଶ୍ରୀଯୁକ୍ତ ରାଜେନ୍ଦ୍ର କୁମାର ମହାପାତ୍ର ପୂଜାକାର୍ଯ୍ୟ ସମାପନ କରିଥିବା ବେଳେ କୁମ୍ଭାର ପଡା କମିଟି ର ସମସ୍ତ ସଦସ୍ୟ ଙ୍କ ସହଯୋଗରେ ଚଣ୍ଡିଯଜ୍ଞ ଏଥର ଜାକଜମକରେ ତଥା ସୁରୁଖୁରୁରେ ଅନୁଷ୍ଠିତ ହୋଇଥିଲା। ଏଥିରେ ପଡା ର ସମସ୍ତ ଭକ୍ତ ତଥା ସହରର ବହୁ ଭକ୍ତ ଉପସ୍ଥିତ ଥିଲେ l

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.