ମହିଷା ମର୍ଦ୍ଦିନି ବେଶରେ ଦର୍ଶନ ଦେଉଛନ୍ତି ମା ସୁରେଶ୍ଵରୀ

ମା ଭଗବତୀ ଓ ଦୁର୍ଗା ମନ୍ଦିରରେ ମାଙ୍କ ମହାଗୌରି ବେଶ

ଓଡ଼ିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ସୋନପୁରର ଇଷ୍ଟ ଦେବୀ ମା ସୁରେଶ୍ଵରୀଙ୍କ ପୀଠରେ ଷୋଡଶ ଉପଚାର ପୂଜା ଚାଲୁ ରହିଥିବା ବେଳେ ଆଜି ରବିବାର ଆଶ୍ୱିନ ଶୁକ୍ଳ ପକ୍ଷର ଅଷ୍ଟମି ତିଥି ଅବସରରେ ଭୋର ସମୟରୁ ମନ୍ଦିର ଖୋଲା ଯାଇ ଯଥା ବିଧି ପୂଜାର୍ଚ୍ଚନା ଶେଷ ହୋଇଥିବା ବେଳେ ଆଜି ମହିଷl ମର୍ଦ୍ଦିନି ବେଶ ରେ ମା ଉଭା ହୋଇ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି। ମନ୍ଦିର ରେ ନବଦିନ ବ୍ୟାପୀ ଚଣ୍ଡୀ ମହାଯଜ୍ଞର ସପ୍ତମ ଦିବସ ରେ ସୂର୍ଯ୍ୟ ପୂଜା, ଗୋ ପୂଜା, ଗୁରୁ, ବ୍ରାହ୍ମଣ ପୁଜନମ ବିଭିନ୍ନ ଦେବଦେବୀଙ୍କ ପୂଜାପାଠ ସୁରେଶ୍ଵରୀ ଙ୍କ ଷୋଡଶ ଉପଚାର ପୂଜା ଆରତୀ ପୁଷ୍ପାଞ୍ଜଳି ସହ ସନ୍ଧ୍ୟା ବେଳକୁ ଚଣ୍ଡୀ ଯଜ୍ଞ, ହବନ, ଆରତୀ, ପୁଷ୍ପାଞ୍ଜଳି ଓ ପ୍ରସାଦ ସେବନ ହେବା ନେଇ କମିଟି ପକ୍ଷରୁ ସୂଚନା ମିଳିଛି l ସେହିପରି ସହର ର ସର୍ବ ପୁରାତନ ମା ଭଗବତୀ ଙ୍କ ପୀଠରେ ଆଜି ମହାଗୌରୀ ବେଶ ରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ମା ଭଗବତୀ l ସେପଟେ ସହର ର ଗଡ଼ଭିତର ସ୍ଥିତ ଦୁର୍ଗା ମନ୍ଦିର ରେ ମଧ୍ୟ ନବରାତ୍ର ର ଅଷ୍ଟମ ଦିନ ରେ ଆଜି ମା’ ଦୁର୍ଗା ଭକ୍ତଙ୍କୁ ମହାଗୌରି ରୂପରେ ଦର୍ଶନ ଦେଇଛନ୍ତି l ସେପଟେ ସହର ର ବିଭିନ୍ନ ପୂଜା ମଣ୍ଡପରେ ଅଷ୍ଟମୀ ଗତେ ନବମୀ ସନ୍ଧ୍ୟା ଦର୍ଶନ ତଥା ରାତି ଚଣ୍ଡିଯଜ୍ଞ ମାନ ଅନୁଷ୍ଠିତ ହେବା ନେଇ ପୂଜା କମିଟି ମାନଙ୍କ ଠାରୁ ସୁଚନା ମିଳିଛି l ସହରର ବିଭିନ୍ନ ପୂଜା ମଣ୍ଡପରେ ମା ଙ୍କ ନବରାତ୍ରୀ ପୂଜା ଧୁମଧାମ ରେ ଚାଲିଛି l ସହର ସାରା ଲାଇଟ ରେ ଝଲୁସୁ ଥିବା ବେଳେ ସହର ସୁନ୍ଦର ଦେଖାଯାଉଛି l

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.