ରାଜନୈତିକ ମତଭେଦ ଭୁଲି ଏକାଠି ବସିଲେ ବିଜେପି ଓ କଂଗ୍ରେସ ନେତା!

ଓଡ଼ିଆ ବାର୍ତ୍ତା/ ଧର୍ମଶାଳା: ରବିବାର ଧର୍ମଶାଳା ଷ୍ଟାଡିୟମରେ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯାଇଥିବା ଥିବା କ୍ରିକେଟ୍ ବିଶ୍ୱକପ୍ ମ୍ୟାଚର ମଜା ନେବାକୁ କଂଗ୍ରେସ ଓ ବିଜେପି ନେତାମାନେ ନିଜର ରାଜନୈତିକ ଶତ୍ରୁତାକୁ ପଛରେ ପକାଇ ଦେଇ ଏକାଠି ବସିଥିଲେ। ବିଜେପି ନେତା ତଥା ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁରଙ୍କ ସହ କଂଗ୍ରେସ ନେତା ତଥା ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂହ ସୁଖୁ ମଧ୍ୟ ଯୋଗ ଦେଇଥିଲେ। ରାଜ୍ୟ ଶିଳ୍ପ ମନ୍ତ୍ରୀ ହର୍ଷବର୍ଦ୍ଧନ, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ. ପି. ନଡ୍ଡା ଓ ବିରୋଧୀ ଦଳ ନେତା ଜୟରାମ ଠାକୁର ମଧ୍ୟ ଏକାଠି ବସିଥିଲେ। ହିମାଚଳ ପ୍ରଦେଶ ବିଜେପି ସଭାପତି ଡାକ୍ତର ରାଜୀବ ବିନ୍ଦଲ ଏବଂ ଅନ୍ୟ କଂଗ୍ରେସ ବିଧାୟକମାନେ ମଧ୍ୟ ଏହି ମ୍ୟାଚ୍କୁ ପଡ଼ିଆରୁ ସିଧାସଳଖ ଦେଖିଥିଲେ। ମୁଖ୍ୟମନ୍ତ୍ରୀ ସୁଖୁ, ଜେପି ନଡ୍ଡା ଓ ଅନୁରାଗ ଠାକୁରଙ୍କ ମଧ୍ୟରେ ବସିଥିବା ଦେଖିବାକୁ ମିଳିଥିଲା। ମୁଖ୍ୟମନ୍ତ୍ରୀ ଅନୁରାଗ ଠାକୁରଙ୍କ ହାତ ଧରି ଭିଭିଆଇପି ଷ୍ଟାଣ୍ଡରେ ଏକାଠି ବସିଥିଲେ। ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ)ର ସଚିବ ଜୟ ଶାହ, ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ୍)ର ଅଧ୍ୟକ୍ଷ ଅରୁଣ ଧୁମାଲ ଏବଂ ହିମାଚଳ ପ୍ରଦେଶ ରାଜ୍ୟ ପର୍ଯ୍ୟଟନ ନିଗମର ଅଧ୍ୟକ୍ଷ ରଘୁବୀର ସିଂହ ବାଲି ମଧ୍ୟ ସେଠାରେ ଉପସ୍ଥିତ ଥିଲେ। ଷ୍ଟାଡିୟମର ମନୋରମ ପରିବେଶକୁ ପ୍ରଶଂସା କରି ମୁଖ୍ୟମନ୍ତ୍ରୀ କହିଛନ୍ତି, “ଏହି କାର୍ଯ୍ୟକ୍ରମ କ୍ରୀଡ଼ା ପ୍ରତି ଆମ ଦେଶର ଉତ୍ସାହର ପ୍ରମାଣ।ତେବେ ପଡ଼ିଆ ଭିତରେ ଭାରତ ତିନିଟି କ୍ୟାଚ୍ ଛାଡ଼ିଥିଲା। କୁଲଦୀପ ଯାଦବ (୨/୭୩) ସବୁଠାରୁ ମହଙ୍ଗା ବୋଲର ହୋଇଥିଲେ ମଧ୍ୟ ଟମ୍ ଲାଥାନ ଓ ଗ୍ଲେନ୍ ଫିଲିପ୍ସଙ୍କ ଗୁରୁତ୍ୱପୂର୍ଣ୍ଣ ଓ୍ୱିକେଟ୍ ନେଇଥିଲେ। ଏହି ମ୍ୟାଚରେ ଭାରତ ନ୍ୟୁଜିଲାଣ୍ଡକୁ ୪ ଓ୍ବିକେଟରେ ହରାଇ ପଏଂଟ ଟେବୁଲର ଶୀର୍ଷରେ ରହିଛି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.