ହାଉସିଂ ବୋର୍ଡ ଅଧ୍ୟକ୍ଷ କଳିକେଶ ସିଂଦେଓଙ୍କ ସଇଁତଲା ଦୁର୍ଗାପୂଜା ମଣ୍ଡପ ପରିଦର୍ଶନ

ଓଡ଼ିଆ ବାର୍ତ୍ତା/ ବଲାଙ୍ଗୀର (ପ୍ରମୋଦ ସେଲମା): ବଲାଙ୍ଗୀରର ପୂର୍ଵତନ ସାଂସଦ ତଥା ହାଉସିଂ ବୋର୍ଡ ଅଧ୍ୟକ୍ଷ କଳିକେଶ ନାରାୟଣ ସିଂ ଦେଓ ସଇଁତଲା ସାର୍ବଜନୀନ ନବରାତ୍ର ଦୁର୍ଗାପୂଜା ତଥା ରଜତ ଜୟନ୍ତୀ ସମାରୋହ ପରିଦର୍ଶନ ଆସି ମା ଙ୍କ ଦର୍ଶନ କରିଥିଲେ l ଏହାପରେ ରାବଣ ଦରବାର ଚାଲିଥିବା ବେଳେ ମହାରାଜଙ୍କ ଉପସ୍ଥିତରେ ରଜତ ଜୟନ୍ତୀ କମିଟି ସଭାପତି ସୁରେନ୍ଦ୍ର ସିଂ ଭୋଇଙ୍କ ସଭାପତିତ୍ୱରେ କମିଟି ତରଫରୁ ଅଧ୍ୟକ୍ଷ ଶ୍ରୀ ସିଂଦେଓ ଓ ଦେଓଗାଁ ବ୍ଲକ ଅଧ୍ୟକ୍ଷ ଦୟାନିଧି ଖମାରୀଙ୍କୁ ଫୁଲତୋଡ଼ା ସହ ଉପଢ଼ୋକନ ଦେଇ ସମ୍ମାନିତ କରାଯାଇଥିଲା l ଏହି ସମୟରେ କମିଟି ସମ୍ପାଦକ ସୁବୋଧ ମିଶ୍ର, ବେଳଗାଁ କଲେଜ ଅଧ୍ୟାପକ କିଶୋର ଚନ୍ଦ ସାହୁ, ପୂର୍ଵତନ ସାଂସଦ ଙ୍କ ପ୍ରତିନିଧି ରାଜ କିଶୋର ସିଂ ବୁଡ଼େକ ଓ କମିଟିର ସଦସ୍ୟ ଓ କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ l

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.