ଗାଜା ସୀମାରେ ଆଇଡିଏଫର ପ୍ରବେଶ, ଘନ ଘନ ମିସାଇଲ ଆକ୍ରମଣ

ଓଡ଼ିଆ ବାର୍ତ୍ତା/ ଗାଜା: ପ୍ରଥମ ଥର ପାଇଁ ଇସ୍ରାଏଲ ଡିଫେନ୍ସ ଫୋର୍ସ ଗାଜା ସୀମାରେ ପ୍ରବେଶ କରିଥିବା ସ୍ୱୀକାର କରିଛନ୍ତି । ରିପୋର୍ଟ ମୁତାବକ ଗାଜ ସୀମାରେ ପ୍ରବେଶ କରିବା ପରେ ଇସ୍ରାଏଲ ସେନା ପକ୍ଷରୁ ଘନ ଘନ ମିସାଇଲ ମାଡ କରାଯାଉଛି । ଉତର ଗାଜା ସୀମାରେ ସେନା, ଆର୍ମର ଓ ଇଞ୍ଜିନିୟରିଂ ୟୁନିଟ ପ୍ରବେଶ କରିଛନ୍ତି । ଆକ୍ରମଣର ମାତ୍ରା ଏତେ ରହିଛି ପ୍ରତ୍ୟେକ ମିନିଟରେ କିଛି ନା କିଛି ବିସ୍ଫୋଟର ଶବ୍ଦ ଶୁଭୁଛି । ସମ୍ପୂର୍ଣ୍ଣ ଅଂଚଳ ଧୂଆଁମୟ ହୋଇ ଉଠିଛି । ଏହି ଆକ୍ରମଣରେ ଅନେକ ମୃତାହାତ ହୋଇଥିବା ଆଶଙ୍କା କରାଯାଉଛି । ଏ ପର୍ଯ୍ୟନ୍ତ ଏ ନେଇ କେତେଜଣଙ୍କ ମୃତ୍ୟୁ ଘଟିଛି ତାହା ଘୋଷଣା କରାଯାଇ ନାହିଁ । ପୂର୍ବରୁ ଇସ୍ରାଏଲ ସେନା ଏ ଭଳି ଆକ୍ରମଣ ଗାଜା ଉପରେ କେବେ କରି ନ ଥିଲା ବୋଲି ସ୍ଥାନୀୟ ବାସିନ୍ଦା କହିଛନ୍ତି । ଇସ୍ରାଏଲ ଏବେ ଦ୍ୱିତୀୟ ପର୍ଯ୍ୟାୟ ଯୁଦ୍ଧ ଆରମ୍ଭ କରିବାକୁ ଯାଉଛି । ଏହା ଆହୁରି ଭୟଙ୍କର ହେବ ବୋଲି ସେନା ପକ୍ଷରୁ କୁହାଯାଇଛି ।

ଗାଜାର ଉତରାଂଚଳ ଏବେ ପରିତ୍ୟକ୍ତ ସହରରେ ପରିଣତ ହୋଇଗଲାଣି କହିଲେ ଭୁଲ ହେବନି । ଫିଲିସ୍ତାନୀଙ୍କ ରିପୋର୍ଟ ଅନୁସାରେ ୭୦୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟି ସାରିଲାଣି । ଏହାର ମାତ୍ରା ଆହୁରି ବୃଦ୍ଧି ପାଇବ ବୋଲି ସେମାନେ ଆଶଙ୍କା ବ୍ୟକ୍ତ କରିଛନ୍ତି । ଇସ୍ରାଏଲ ସେନା ୨ ଥର ସର୍ଜିକାଲ ଷ୍ଟ୍ରାଇକ ମଧ୍ୟ କରି ସାରିଛନ୍ତି । ଏହା ପରେ ଅଣ୍ଡରଗ୍ରାଉଣ୍ଡ ଟନେଲ ଧ୍ୱଂସ କରିବା ସେମାନଙ୍କ ଲକ୍ଷ୍ୟ ରହିବ । ଗାଜାରୁ ହମାସ କାହାଣୀ ଶେଷ ନ ହେବା ପର୍ଯ୍ୟନ୍ତ ଏହି ଯୁଦ୍ଧ ଚାଲିବ ବୋଲି ସେମାନେ କହିଛନ୍ତି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.