ମାଡିଙ୍ଗପଦରଠାରେ ସାଂସ୍କୃତିକ କାର୍ଯ୍ୟକ୍ରମ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଭବାନୀପାଟଣା ବ୍ଲକ କର୍ଲାପଡ଼ା ଗ୍ରାମପଞ୍ଚାୟତର ମାଡିଙ୍ଗପଦର ଗ୍ରାମରେ ଭାଇ ଜିଉଁନ୍ତିଆ ବ୍ରତ ଉପଲକ୍ଷେ ଭଉଣୀ ମାନଙ୍କ ଦ୍ୱାରା ଏକ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଲୋକନାଥ ଦୁର୍ଗା ଯୋଗଦେଇ କଳା, ସଂସ୍କୃତି ଓ ପରମ୍ପରାକୁ ଉଜ୍ଜୀବିତ ରଖିବାପାଇଁ କହିଥିଲେ । ଏଥିରେ କର୍ଲାପଡ଼ା ସରପଞ୍ଚ ସୁଷମା ସେନାପତି, ସମିତି ସଭ୍ୟା ପୁଷ୍ପିତା ମାଝୀ, ଗ୍ରାମର ମୁଖ୍ୟ ଉପଦେଷ୍ଟା ଉପେନ୍ଦ୍ର ଯାନୀ, ଜୟ ମାଝୀ, ଧନେଶ୍ୱର ମାଝୀଙ୍କ ସମେତ ଅନେକ ବୁଦ୍ଧିଜୀବୀ, ଗ୍ରାମବାସୀ, ସ୍ଥାନୀୟ ଅଞ୍ଚଳବାସୀ  ଉପସ୍ଥିତ ଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.