କୋକସରା ବ୍ଲକରେ ନୂତନ ବିଡ଼ିଓଙ୍କ ଯୋଗଦାନ

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): କୋକସରା ବ୍ଲକ୍‌ରେ ନୂତନ ବିଡିଓ ଭାବେ ସୋମବାର ସ୍ନେହପ୍ରଭା ମାଝୀ ଯୋଗ ଦେଇଛନ୍ତି। ପୂର୍ବରୁ କୋକସରା ବିଡିଓ ଭାବେ ଅବସ୍ଥାପିତ ଥିବା ଉତ୍ତମ କୁମାର ବାଗଙ୍କୁ ଅନ୍ୟତ୍ର ବଦଳି ହୋଇଛି। ନୂତନ ବିଡ଼ିଓ କାର୍ଯ୍ୟରେ ଯୋଗଦେବା ପରେ କୋକସରା ବ୍ଲକ ପ୍ରଶାସନ ପକ୍ଷରୁ ତାଙ୍କୁ ସ୍ବାଗତ ଓ ସମ୍ବର୍ଦ୍ଧନା କରାଯାଇଛି। କୋକସରା ବ୍ଲକର ସହକାରୀ ଯନ୍ତ୍ରୀ ସର୍ବେଶ୍ୱର ପ୍ରଧାନ, କନିଷ୍ଠ ଯନ୍ତ୍ରୀ କୀର୍ତ୍ତି ବେହେରା,ଭାରପ୍ରାପ୍ତ ଗ୍ରାମ ପଞ୍ଚାୟତ ସମ୍ପ୍ରସାରଣ ଅଧିକାରୀ ବିରଞ୍ଚି ଖରସେଳ, ଜିଆରଏସ ସଙ୍ଘ ସମେତ ବ୍ଲକ କର୍ମଚାରୀଙ୍କ ପକ୍ଷରୁ ସ୍ବାଗତ କରାଯାଇଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.