କଳାହାଣ୍ଡି ଜିଲ୍ଲା ସି.ଟି. ପ୍ରାଥମିକ ଶିକ୍ଷକ ସଂଘର କାର୍ଯ୍ୟକାରିଣୀ ବୈଠକ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ଭବାନୀପାଟଣା ଶକ୍ତି ନଗର ସ୍ଥିତ ମାଁ ମଙ୍ଗଳା ଜନକଲ୍ୟାଣ କେନ୍ଦ୍ର ପରିସରରେ କଳାହାଣ୍ଡି ଜିଲ୍ଲା ସି.ଟି ପ୍ରାଥମିକ ଶିକ୍ଷକ ସଂଘର ଜିଲ୍ଲାସ୍ତରୀୟ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ସଭାପତି ଲବ ଦୁର୍ଗାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ଜିଲ୍ଲା ସାଧାରଣ ସମ୍ପାଦକ ଦୁର୍ଯ୍ୟୋଧନ ମାଝୀ ବୈଠକର ଉଦେଶ୍ୟ ଜ୍ଞାପନ ପୂର୍ବକ ସଂପାଦକୀୟ ବିବରଣୀ ଉପସ୍ଥାପନ କରିଥିଲେ । ମୁଖ୍ୟଅତିଥି ଭାବରେ ଓଡିଶା ରାଜ୍ୟ ସିଟି ଫେଡେରେସନ୍‌ ର ସଭାପତି ତଥା ବିଶିଷ୍ଟ ଶିକ୍ଷକ ନେତା ପ୍ରଦୀପ କୁମାର ସାହୁ ବୈଠକରେ ଯୋଗଦାନକରି ଶିକ୍ଷକ କଲ୍ୟାଣର ବିଭିନ୍ନ ଯୋଜନା ସମ୍ପର୍କରେ ବକ୍ତବ୍ୟ ରଖିଥିଲେ । ବୈଠକରେ ଗତ ଗୁରୁଦିବସ – ୨୦୨୩ର ସମୀକ୍ଷା କରିଯବା ସହିତ ଶିକ୍ଷକଙ୍କର ଅନେକ ଅସମାହିତ ସମସ୍ୟା ପ୍ରତି ଆଲୋକପାତ କରାଯାଇଥିଲା ଯଥା ନୂତନ ପେନସନ ବଦଳରେ ପୁରୁଣା ପେନସନ ଲାଗୁ, କେନ୍ଦ୍ରୀୟ ହାରରେ ଦରମା, ମୂଳ ନିଯୁକ୍ତିରୁ ୨୮୦୦ ଗ୍ରେଡ଼ପେ ସହିତ ପୂର୍ବପରି ପ୍ରାଥମିକ ଶିକ୍ଷକ ଙ୍କୁ ୪୨୦୦ ଓ ୪୬୦୦ ଗ୍ରେଡ଼ ପେ ପ୍ରଦାନ, ପ୍ରାଥମିକ-ଉଚ୍ଚପ୍ରାଥମିକ ବିଦ୍ଯାଳୟରୁ ଚୁକ୍ତି ଭିର୍ତ୍ତୀକ ନିଯୁକ୍ତି ପ୍ରଥା ଉଛେଦ କରାଯାଇ ପୂର୍ବର ଛଅଗୋଟି ଇନକ୍ରେମେଣ୍ଟ ପ୍ରଦାନ, ଏକ୍ସ କ୍ୟାଡର ଶିକ୍ଷକଙ୍କୁ କ୍ୟାଡର ଭୁକ୍ତ, ଏଲିମେଣ୍ଟାରୀ କ୍ୟାଡର ରୁଲ ର ସଂଶୋଧନ, ୨୦୧୧ରୁ ୨୦୧୯ ମଧ୍ୟରେ ସ୍ନାତକୋତ୍ତର ଶିକ୍ଷା ସମାପ୍ତ କରିଥିବା ଶିକ୍ଷକଙ୍କ ପଦୋନ୍ନତି ପାଇଁ ଓଟିଇଟି କୋହଳ , ପ୍ରାଥମିକ ବିଦ୍ୟାଳୟ ଗୁଡ଼ିକୁ ୫ଟି ବିଦ୍ୟାଳୟରେ ରୂପାନ୍ତରିତ କରଣ, ଏକ ଶିକ୍ଷକ ବିଶିଷ୍ଟ ବିଦ୍ୟାଳୟର ଦ୍ଵିତୀୟ ପଦବୀ ପୂରଣ ଏବଂ ଛାତ୍ର ଅନୁପାତ ରେ ଶିକ୍ଷକ ନିଯୁକ୍ତି ଇତ୍ୟାଦି |ଏହିସବୁ ସମସ୍ୟା ରାଜ୍ୟ ଫେଡେରେସନର ସଭାପତି ଶ୍ରୀ ସାହୁଙ୍କ ଦୃଷ୍ଟି ଆକର୍ଷଣ କରି ସବିଶେଷ ଆଲୋଚନା କରାଥିଲା ପ୍ରସ୍ତାବ ଗୃହିତ ହୋଇ ଥିଲା । ଏହାପରେ ବିଶିଷ୍ଟ ଶିକ୍ଷାବିତ ତଥା ପୂର୍ବତନ ଅତିରିକ୍ତ ଶିକ୍ଷା ଅଧିକାରୀ କାଳିନ୍ଦୀଚରଣ ପଟ୍ଟନାୟକ, ଜିଲ୍ଲା ଉପଦେଷ୍ଟା ପ୍ରଫୁଲ୍ଲ କୁମାର ତ୍ରିପାଠୀ, ସତ୍ୟନାରାୟଣ ରାଜପୁତ, ମୁକୁନ୍ଦ ରେଡ଼ି, କରୁଣାକର ଚିନ୍ଦା ପ୍ରମୁଖଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା | କାର୍ଯ୍ୟକ୍ରମକୁ ବରିଷ୍ଟ ଶିକ୍ଷୟିତ୍ରୀ ତଥା ଜିଲ୍ଲା ସଂଯୋଜିକା ବସୁମତୀ ସାହୁ, ସଂଯୋଜନା କରିଥିବା ସ୍ଥଳେ ଜିଲ୍ଲା ଉପସଭାପତି ପ୍ରଭାତ କୁମାର ସାହୁ, ଶିକ୍ଷକ ନେତା ଧନଞ୍ଜୟ ପାଣିଗ୍ରାହୀ, ଭୃକୁଟି ଗୌଡ଼, ଜଗତରାମ ଶବର, ମନୋଜ ମହାକୁଡ଼, ଶିବ ନାଏକ, ପ୍ରମୁଖ ପରିଚାଳନା ରେ ସହଯୋଗ କରିଥିବା ସ୍ଥଳେ ଜିଲ୍ଲା ସଂଗଠନ ସଂପାଦକ ଧନଞ୍ଜୟ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ |

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.