ନାଟ୍ୟକାର ଦୁର୍ଗା ମାଧବ ସିଂହଦେଓ ସ୍ମୃତି ସମ୍ମାନ ପାଇବେ  ପ୍ରଫେସର ବିଜୟ ଶତପଥୀ ଓ ପ୍ରଫେସର ନାରାୟଣ ସାହୁ

ଚନ୍ଦ୍ର ମଣି ନାଟ୍ୟ ସଂଘ ଶତ ବାର୍ଷିକୀ ମହୋତ୍ସବ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ହେମନ୍ତ ସାହୁ): ଓଡ଼ିଶାର ଅନ୍ୟତମ ଅଗ୍ରଣୀ ନାଟ୍ୟ ଅନୁଷ୍ଠାନ ଚନ୍ଦ୍ର ମଣି ନାଟ୍ୟ ସଂଘର ଶତ ବାର୍ଷିକୀ ମହୋତ୍ସବ ନଭେମ୍ବର ମାସ ୨୧ ଓ ୨୨ ତାରିଖରେ ମହା ସମାରୋହରେ ପାଳନ କରାଯିବ। ଏହି ଅବସରରେ ଚନ୍ଦ୍ରମଣି ନାଟ୍ୟ ସଂଘର ପ୍ରାଣ ପ୍ରତିଷ୍ଠାତା ମହାରାଜା ନାଟ୍ୟକାର ଦୁର୍ଗା ମାଧବ ସିଂହ ଦେଓ ସ୍ମୃତି ସମ୍ମାନ ଓଡ଼ିଶାର ଦୁଇ ଲବ୍ଧ ପ୍ରତିଷ୍ଠିତ ନାଟ୍ୟକାର ପ୍ରଫେସର ବିଜୟ ଶତପଥୀ ଓ ପ୍ରଫେସର ନାରାୟଣ ସାହୁଙ୍କୁ ପ୍ରଦାନ କରାଯିବ । ଏଥି ସହିତ ନାଟକ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଜଗଦାନନ୍ଦ ଛୁରିଆ (ବଲାଙ୍ଗୀର), କେଶ ରଞ୍ଜନ ପ୍ରଧାନ (ପଦ୍ମପୁର,ବରଗଡ଼), ଅବଦୁଲ କାଦିର, ପ୍ରଦୀପ ଡି,ମାଝୀ (କଳାହାଣ୍ଡି) ଙ୍କୁ ସମ୍ବର୍ଦ୍ଧିତ କରାଯିବା ପାଇଁ ବିଚାରକ ମଣ୍ଡଳୀ ନିଷ୍ପତ୍ତି ନେଇଛନ୍ତି । ଶତ ବାର୍ଷିକୀ ମହୋତ୍ସବ ପାଳନର ସମ୍ମାନ ଓ ସମ୍ବର୍ଦ୍ଧନା କମିଟି ସଦସ୍ୟ ବୁଧେନ୍ଦ୍ର ପ୍ରତାପ ସିଂହ ଦେଓ, ଶୈଳେନ୍ଦ୍ର ପ୍ରସାଦ ଆଚାର୍ଯ୍ୟ, ରଜନୀକାନ୍ତ ବଗର୍ତ୍ତୀଙ୍କ ଦ୍ଵାରା ଏହି ଚୟନ ପ୍ରକିୟା ଅନୁଷ୍ଠିତ ହୋଇଥିବା ବେଳେ ଅନ୍ୟତମ ସଦସ୍ୟ ବିଶ୍ବମ୍ବର ମହାନ୍ତି ସହମତି ପ୍ରକାଶ କରିଥିଲେ । ସମ୍ମାନ ଓ ସମ୍ବର୍ଦ୍ଧନା କମିଟି ବୈଠକରେ ସଭାପତି ପଦ୍ମ ଲୋଚନ ମିଶ୍ର ଉପସ୍ଥିତ ରହିଥିବା ବେଳେ ଶତ ବାର୍ଷିକୀ ମହୋତ୍ସବର ସାଂସ୍କୃତିକ ସଭା କାର୍ଯ୍ୟକ୍ରମରେ ଅତିଥି ମାନଙ୍କ ଦ୍ଵାରା ସମ୍ମାନୀତ କରାଯିବ ବୋଲି ସମ୍ପାଦକ ହେମନ୍ତ ସାହୁ ସୂଚନା ପ୍ରଦାନ କରିଥିଲେ । ଏଥି ସହିତ ମଞ୍ଚ ଅଭିନେତା, ଅଭିନେତ୍ରୀ, ମଞ୍ଚ ଶିଳ୍ପୀ ମାନଙ୍କୁ ସମ୍ବର୍ଦ୍ଧିତ କରାଯିବାର କାର୍ଯ୍ୟକ୍ରମ ରହିଛି । ଅନ୍ୟମାନଙ୍କ ମଧ୍ୟରେ ଏହି ବୈଠକରେ ସାଂସ୍କୃତିକ ସଂପାଦକ ଶ୍ରୀପତି ପଟ୍ଟନାୟକ, ବରିଷ୍ଠ ସଦସ୍ୟ ରମାକାନ୍ତ ପ୍ରହରାଜ, ବୀରେନ୍ଦ୍ର ରଥ ପ୍ରମୁଖ ଉପସ୍ଥିତ ରହିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.