୫ ରାଜ୍ୟକୁ ସୁପ୍ରିମକୋର୍ଟଙ୍କ ପ୍ରଶ୍ନ, କିପରି ହ୍ରାସ ପାଇବ ବାୟୁ ପ୍ରଦୂଷଣ

ଓଡ଼ିଆ ବାର୍ତ୍ତା/ ନୂଆଦିଲ୍ଲୀ: ଦେଶର ରାଜଧାନୀରେ ବର୍ଦ୍ଧିତ ବାୟୁ ପ୍ରଦୂଷଣ ସମ୍ପର୍କରେ ସୁପ୍ରିମକୋର୍ଟ ମଙ୍ଗଳବାର ଏକ ଶୁଣାଣି କରିଛନ୍ତି । ଦିଲ୍ଲୀ, ପଞ୍ଜାବ, ହରିୟାଣା, ଉତ୍ତରପ୍ରଦେଶ ଏବଂ ରାଜସ୍ଥାନ ସମେତ ପାଞ୍ଚଟି ରାଜ୍ୟକୁ ବାୟୁ ପ୍ରଦୂଷଣ ସମସ୍ୟାର ମୁକାବିଲା ପାଇଁ କାର୍ଯ୍ୟକାରୀ ହୋଇଥିବା ପଦକ୍ଷେପଗୁଡିକର ବିସ୍ତୃତ ବିବରଣୀ ଦେବାକୁ କହିଛନ୍ତି । ଜଷ୍ଟିସ ଏସକେ କୌଲ, ଜଷ୍ଟିସ ସୁଧାଂଶୁ ଧୁଲିଆ ଏବଂ ପିକେ ମିଶ୍ରଙ୍କ ନେତୃତ୍ୱରେ ଗଠିତ ତିନି ଜଣିଆ ଖଣ୍ଡପୀଠ ଉକ୍ତ ରାଜ୍ୟ ଗୁଡିକୁ ହଲଫନାମା ଦାଖଲ କରିବାକୁ ଏକ ସପ୍ତାହ ସମୟ ଦେଇଛନ୍ତି । ତେବେ ମାମାଲାର ଆଗାମୀ ଶୁଣାଣି ନଭେମ୍ବର ୭ରେ ହେବ ବୋଲି ନିଷ୍ପତ୍ତି ହୋଇଛି । ବାୟୁ ପ୍ରଦୂଷଣକୁ ନେଇ କୋର୍ଟ ଚିନ୍ତା ପ୍ରକଟ କରି କହିଛନ୍ତି ଯେ, ଆଗାମୀ ପିଢି ଉପରେ ବାୟୁ ପ୍ରଦୂଷଣର ପ୍ରଭାବ ଅତି ଭୟଙ୍କର ହେବ । ଏହା ମଧ୍ୟ କହିଛନ୍ତି ଯେ, ପ୍ରଦୂଷଣ ଯୋଗୁଁ ଲୋକମାନଙ୍କୁ ନିଜ ଘରୁ ବାହାରିବା କଷ୍ଟକର ହୋଇପଡିଛି, ପୁଣି ସେହି ସମୟରେ ଯେବେ ଦିଲ୍ଲୀର ଦିନର ସମୟକୁ ସର୍ବୋତ୍ତମ ବୋଲି ବିବେଚନା କରାଯାଉଥିଲା । ବର୍ଷକୁ ବର୍ଷ ଏହା ବଢିବାରେ ଲାଗିଛି ବୋଲି କୋର୍ଟ କହିଛନ୍ତି । ଗଠିତ ଖଣ୍ଡପୀଠ ଏହା ମଧ୍ୟ କହିଛି ଯେ, ଦିଲ୍ଲୀରେ ବାୟୁ ପ୍ରଦୂଷଣର ଅନ୍ୟତମ ମୁଖ୍ୟ କାରଣ ହେଉଛି ପରାଲୀ(ଫସଲ ଉତ୍ପାଦନ ପରେ ଅବ୍ୟବହୃତ ନଡା) ଜଳିବା । ଦିଲ୍ଲୀ ତଥା ଏହାର ଆଖପାଖ ଅଞ୍ଚଳରେ ବାୟୁ ପ୍ରଦୂଷଣକୁ ନିୟନ୍ତ୍ରଣ କରିବା ପାଇଁ ପଦକ୍ଷେପ ନିଆଯାଉଥିବା ନେଇ ସର୍ବୋଚ୍ଚ ଅଦାଲତ ବାୟୁ ଗୁଣବତ୍ତା ପରିଚାଳନା ଆୟୋଗ (CAQM) ରୁ ​​ରିପୋର୍ଟ ମାଗିଥିଲେ। କୋର୍ଟରେ ଏହି ମାମଲାର ଶୁଣାଣି ସମୟରେ ବର୍ତ୍ତମାନର ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡକୁ ବାୟୁ ଗୁଣବତ୍ତା ସୂଚକାଙ୍କ (AQI)ର ସବିଶେଷ ତଥ୍ୟ ଦାଖଲ କରିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.