କାଳବୈଶାଖୀର ତାଣ୍ଡବଲୀଳା: କୁଆପଥର ବର୍ଷାରେ ଧାନ, କପା ଚାଷ ନଷ୍ଟ 

ଚିନ୍ତାରେ ତିନି ଗୋଟି ଗ୍ରାମପଞ୍ଚାୟତର ଚାଷୀ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ସୁଶାନ୍ତ କୁମାର ଦଳେଇ): ଗତକାଲି ରାତ୍ର ୯ ଘଣ୍ଟା ସମୟରେ କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକର ତିନି ଗୋଟି ଗ୍ରାମପଞ୍ଚାୟତରେ କାଳବୈଶାଖୀର ପ୍ରଭାବରେ ପ୍ରବଳ ପବନ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଧାନ, କପା, ଆଖୁ, ବିଭିନ୍ନ ପନିପରିବା ଚାଷ ଓ ଡାଲି ଜାତୀୟ ଫସଲ ନଷ୍ଟ ହେବା ସହିତ ବଡ଼ ବଡ଼ ଗଛ ଉପୁଡି ପଡିଥିବା ବେଳେ ଅନେକ ଜାଗାରେ ବିଦ୍ୟୁତ ଖୁଣ୍ଟ ଉପୁଡି ପଡିଥିବା ଦେଖିବାକୁ ମିଳିଛି । ଫଳରେ ବ୍ଲକର ଚହକା,ଉଛୁଲା ଓ ବଡ଼ଚେରଗାଁ ଗ୍ରାମ ପଞ୍ଚାୟତର ଚାଷୀ ଘୋର ଚିନ୍ତାରେ ଅଛନ୍ତି । ଏହି ତିନିଗୋଟି ଗ୍ରାମପଞ୍ଚାୟତରେ ଧାନ ଓ କପା ଫସଲ ସମ୍ପୂର୍ଣ୍ଣ ନଷ୍ଟ ହୋଇ ଯାଇଛି । ବିଲରେ ଧାନ ଫସଲ ଲହଡି ଭାଙ୍ଗୁଥିବା ବେଳେ ଗତକାଲିର କୁଆପଥର ବର୍ଷରେ ଧାନ ବିଲରେ ଧାନ ଫସଲ ସୋଇ ପଡ଼ିଥିବା ବେଳେ ପାଚିଲା ଧନ ସବୁ।ବିଲରେ ଗଦା ହୋଇ ପଡିଛି । ବିଲରେ ବର୍ଷାପାଣି ଚାଲୁଥିବା ବେଳେ ଏପରି ପରିସ୍ଥିରେ ଚାଷୀ ବିଲ ମଧ୍ୟରେ ତାର ବର୍ଷ ଯାକର ଧାନ ଚାଷକୁ ବିଲ ମଧ୍ୟରେ ଖୋଜି ବୁଲୁଛି । ଠିକ ସେହିପରି ଆଉ କିଛି ଦିନ ପରେ ଚାଷୀ କପା ଚାଷ ଅମଳ କରିବାକୁ ଥିବା ବେକେ ଏହି କୁଆପଥର ବର୍ଷା ସବୁ ସ୍ୱହା କରି ଦେଇଛି । କୁଆପଥର ବର୍ଷା ଯୋଗୁଁ ଗଛରେ ଝଟକୁଥିବା ଧଳା କପା କଳେ ପଡି ସମ୍ପୂର୍ଣ୍ଣ ନଷ୍ଟ ହୋଇ ଯାଇଛି । ଏହି ଅଞ୍ଚଳର ଡାଲି ଜାତୀୟ ଫସଲ ଓ ପନି ପରିବା ଚାଷ ମଧ୍ୟ ସମ୍ପୂର୍ଣ୍ଣ ଉଜୁଡି ଯାଇଛି । ଏପରିସ୍ଥଳେ ଚାଷୀକୁ ତାର ବିହନ ମିଳିବା ବି କି ନାହିଁ ଚାଷୀ ଘୋର ଚିନ୍ତରେ ଅଛି । ଅନେକ ଜାଗାରେ ବଡ଼ ବଡ଼ ଗଛ ମାନ ଉପୁଡି ପଡ଼ିଥିବାରୁ ରାସ୍ତା ଘାଟ ବନ୍ଦ ହୋଇ ପଡ଼ିଥିବା ବେଳେ ବିଲ ମାନଙ୍କରେ ଗଛ ମାନ ପଡି ରହିଛି । ରାସ୍ତାମାନଙ୍କରେ ବଡ଼ ବଡ଼ ଗଛ ପଡି ରହିଥିବାରୁ ବଡ଼ଚେରଗାଁ କେଗାଁ ମୁଖ୍ୟ ରାସ୍ତାରେ ଯାତାୟାତ ବନ୍ଦ ରହିଛି । ଗୋଲାମୁଣ୍ଡା ଅଗ୍ନିଶମ ବିଭାଗ ତରଫରୁ ଗଛ ମାନଙ୍କୁ କାଟି ରାସ୍ତା ସଫା କରୁଥିବା ଦେଖିବାକୁ ମିଳିଛି । କେତେକ ଯାଗାରେ ଲୋକଙ୍କ ଚାଳ ଛପର ମଧ୍ୟ ଉଡାଇ ନେଇଥିବା ଦେଖିବାକୁ ମିଳିଛି । ଏପରିସ୍ଥଳେ ପ୍ରଶାସନ ପକ୍ଷରୁ କ୍ଷୟକ୍ଷତି ଆକଳନ କରି ସରକାରୀ ସହାୟତା ଯୋଗାଇ ଦେବାକୁ ଚାଷୀ ମହଲରେ ଦାବୀ ହେଉଛି । ଅପରପକ୍ଷରେ କ୍ଷୟକ୍ଷତି ଆକଳନ ପାଇଁ ଏହି ଅଞ୍ଚଳରେ କୃଷି ବିଭାଗ ସହିତ ତହସିଲଦାର ଅଶୋକ ପଟ୍ଟନାୟକ ଓ ବିଡ଼ିଓ ଶ୍ରୀମତୀ ଅକ୍ଷୟମିତା କାର୍ତ୍ତିକ ବୁଲୁଥିବା ଦେଖିବାକୁ ମିଳିଛି । ବିଦ୍ୟୁତ ବିଭାଗ ପକ୍ଷରୁ ମଧ୍ୟ ଯଥାଶୀଘ୍ର ବିଦ୍ୟୁତ ଯୋଗାଣ ପାଇଁ କାର୍ଯ୍ୟ ଜୋରସୋରରେ ଚାଲିଛି । ଏହି ତିନିଗୋଟି ଗ୍ରାମପଞ୍ଚାୟତର ଶହ ଶହ ହେକ୍ଟର ଚାଷ ଜମିରେ ଧାନ, କପା, ଆଖୁ, ଡାଲି ଜାତୀୟ ଫସଲ ଓ ପନିପରିବା ଚାଷ ସମ୍ପୂର୍ଣ୍ଣ ନଷ୍ଟ ହୋଇଥିବା ବେଳେ କ୍ଷୟକ୍ଷତି ଆକାଳନ ପରେ କେତେ ପରିମାଣରେ କ୍ଷୟକ୍ଷତି ହୋଇଛି ବୋଲି ଜଣାପଡିବ ବୋଲି ତହସିଲଦାର ଶ୍ରୀ ପଟ୍ଟନାୟକ ପ୍ରକାଶ କରିଛନ୍ତି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.