ଦରଦାମ ବୃଦ୍ଧିର ଅଭିନବ ପ୍ରତିବାଦ; ନର୍ଲା କଂଗ୍ରେସ ବିକିଲା ପିଆଜ 

ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ଖାଉଟି ସାମଗ୍ରୀ ଗୁଡିକର ଘୁ ଘୁ ଦର ବୃଦ୍ଧିର ପ୍ରତିବାଦ କରି ନର୍ଲା କଂଗ୍ରେସ ତରଫରୁ ନର୍ଲା ଯୁବ କଂଗ୍ରେସ ସଭାପତି ଦୀପୁ ପାତ୍ରଙ୍କ ନେତୃତ୍ବରେ ଜିଲ୍ଲା ଛାତ୍ର କଂଗ୍ରେସ ସଭାପତି ଦେବାଶିଷ କୁମାର, ବ୍ଲକ କଂଗ୍ରେସ ସଭାପତି ସମୀର ଚାନ୍ଦ, ବରିଷ୍ଠ ସଦସ୍ୟ ସୁଦାମ ପଧାନ, ମନୋଜ କରୁଆଁ, ମୁନ୍ନା ମାଝୀ, ଶିଲୁ ପଣ୍ଡା, ମୁକେଶ ବିଭାର, ପିଣ୍ଟୁ ନାଗ, କ୍ଷେତ୍ର ମୋହନ ସାହାଣୀ, ରିଚେକର ଦୀପଙ୍କ ସମେତ ୫୦ ରୁ ଉର୍ଦ୍ଧ୍ବ ସଦସ୍ୟ ଆଜି ଶନିବାର ନର୍ଲା ଚାରିଛକରେ ରାଜ୍ୟ ନବୀନ ସରକାର ଓ କେନ୍ଦ୍ର ମୋଦୀ ସରକଙ୍କୁ ବିରୋଧ କରି ୪୦ ଟଙ୍କା କିଲୋରେ ପିଆଜ ବିକ୍ରୟ କରି ଅହେତୁକ ଦର ବୃଦ୍ଧିକୁ ପ୍ରତିବାଦ କରିଥିବା ଦେଖିବାକୁ ମିଳିଥିଲା। ରୋଷେଇ ଘରର ରାଣୀ କୁହାଯାଉଥିବା ପିଆଜ ଦର ବୃଦ୍ଧି ହୋଇ ୨୦ ଟଙ୍କାରୁ ଆସି ୯୦ ଟଙ୍କାରେ ପହଂଚି ସାରିଲାଣି । ଅତ୍ୟାବଶ୍ୟକ ପରିବା ପିଆଜର ଏଭଳି ଅହେତୁକ ଦରବୃଦ୍ଧିକୁ ଅଭିନବ ଢଙ୍ଗରେ ଆଜି ପ୍ରତିବାଦ କରିଛି ନର୍ଲା କଂଗ୍ରେସ । ନର୍ଲା କଂଗ୍ରେସ ତରଫରୁ ଆଜି ପୂର୍ବାହ୍ନ ୧୦ ଘଣ୍ଟା ସମୟରେ ୪୦ ଟଙ୍କାରେ ପିଆଜ ବିକ୍ରୀ ଆରମ୍ଭ କରାଯାଇଥିବା ବେଳେ ଗ୍ରାହକଙ୍କ ପ୍ରବଳ ଭିଡ ଦେଖିବାକୁ ମିଳିଥିଲା । ଜଣେ ଗ୍ରାହକଙ୍କୁ କିଲେ ଲେଖାଏଁ ପିଆଜ ବିକ୍ରୟ କରିଥିଲେ ନର୍ଲା କଂଗ୍ରେସ କର୍ମୀ । କଂଗ୍ରେସ କର୍ମୀ ଙ୍କ ଏତାଦୃଶା ଦରବୃଦ୍ଧି ପ୍ରତିବାଦକୁ ସାଧାରଣରେ ଭୂୟସୀ ପ୍ରଶଂଶା କରାଯାଇଥିଲା।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.