ଶ୍ରୀଲଙ୍କା କ୍ରିକେଟକୁ ନିଲମ୍ବନ କଲା ଆଇସିସି

ଓଡ଼ିଆ ବାର୍ତ୍ତା/ ନୂଆଦିଲ୍ଲୀ: ଶ୍ରୀଲଙ୍କ କ୍ରିକେଟ୍ (ଏସଏଲସି)ରେ ମାତ୍ରାଧିକ ସରକାରୀ ହସ୍ତକ୍ଷେପ ଯୋଗୁଁ ଶ୍ରୀଲଙ୍କା କ୍ରିକେଟକୁ ଆଇସିସି ତୁରନ୍ତ ନିଲମ୍ବନ କରିଛି। ଆଇସିସି ବୋର୍ଡ ଶୁକ୍ରବାର ଅନଲାଇନରେ ବୈଠକ କରି ଏସ୍ଏଲସିର ସ୍ଥିତିର ସମାଧାନ କରିବା ସହ ଶ୍ରୀଲଙ୍କା କ୍ରିକେଟ୍ ସଦସ୍ୟ ଭାବେ ନିଜ ଦାୟିତ୍ବର ଗୁରୁତର ଉଲ୍ଲଙ୍ଘନ କରୁଛି ବୋଲି ହୃଦବୋଧ କରିଛି। ବିଶେଷ କରି, ସ୍ୱୟଂଶାସିତ ଭାବେ ଏହାର ପରିଚାଳନା କରିବା ଏବଂ ଯେପରି କୌଣସି ସରକାରୀ ହସ୍ତକ୍ଷେପ ନହୁଏ ସେଥିପ୍ରତି ଧ୍ୟାନ ଦେବାର ଆବଶ୍ୟକତା ରହିଛି। ହେଲେ ଶ୍ରୀଲଙ୍କାରେ କ୍ରିକେଟ୍ ନିୟନ୍ତ୍ରଣରେ ସରକାର ହସ୍ତକ୍ଷେପ ହେବା ଏହା ଆଇସିସି ନିୟମର ବିରୋଧରେ ରହିଛି। ନିକଟରେ ଶ୍ରୀଲଙ୍କାର କ୍ରୀଡା ମନ୍ତ୍ରୀ ଶ୍ରୀଲଙ୍କା କ୍ରିକେଟ ବୋର୍ଡକୁ ଭଙ୍ଗ କରିଥିଲେ। ଏହାପରେ ଆଇସିସିର ଏହି ବୈଠକ ବସିଥିଲା। ୨୦୧୯ରେ ଜିମ୍ବାଓ୍ବେ କ୍ରିକେଟକୁ ନିଲମ୍ବନ କରାଯିବା ପରେ ୪ ବର୍ଷ ମଧ୍ୟରେ ଦ୍ୱିତୀୟ ଥର ପାଇଁ ଜଣେ ପୂର୍ଣ୍ଣ ସଦସ୍ୟ ଦେଶକୁ ସରକାରୀ ହସ୍ତକ୍ଷେପ ପାଇଁ ଆଇସିସି ଦ୍ୱାରା ନିଲମ୍ବିତ କରାଯାଇଛି। ଆଇସିସି ଏଯାଏ ନିଲମ୍ବନ ସର୍ତ୍ତ ଘୋଷଣା କରିନଥିଲେ ମଧ୍ୟ ଏଥିରେ ପାଣ୍ଠି ଯୋଗାଣ ଉପରେ କଟକଣା ଏବଂ ଅନ୍ତର୍ଜାତୀୟ କ୍ରିକେଟ ଟୁର୍ଣ୍ଣାମେଣ୍ଟରେ ଭାଗ ନେଉଥିବା ଶ୍ରୀଲଙ୍କା ଦଳ ଉପରେ ପ୍ରତିବନ୍ଧକ ଲଗାଯିବାର ସମ୍ଭାବନା ରହିଛି। ଜିମ୍ବାେଓ୍ୱ କ୍ରିକେଟ୍ ପରିପ୍ରେକ୍ଷୀରେ ଶ୍ରୀଲଙ୍କାରେ ସମସ୍ତ କ୍ରିକେଟ୍ କାର୍ଯ୍ୟକଳାପ ହଠାତ୍ ବନ୍ଦ ହୋଇଯିବାରୁ ଆଇସିସି ଏହି ମାମଲାରେ ସତର୍କତାର ସହ ପଦକ୍ଷେପ ନେବ। ଆଇସିସି ଏକ ବୟାନରେ କହିଛି ଯେ, ଏସଏଲସି ସହ ମିଶି ଏହାର ନିଲମ୍ବନ ସମସ୍ୟାର ସମାଧାନ କରିବା ସହ ଏହାର ସଦସ୍ୟତା ଫେରାଇ ଆଣିବାରେ ସାହାଯ୍ୟ କରିବ। ଏହି ନିଲମ୍ବନ କେତେ ଦିନ ଯାଏ ବଳବତ୍ତର ରହିବ ତାହା ସ୍ପଷ୍ଟ ହୋଇନଥିଲେ ମଧ୍ୟ ପୂର୍ବରୁ ସଙ୍ଘର୍ଷ କରୁଥିବା ଶ୍ରୀଲଙ୍କା କ୍ରିକେଟ୍ ପାଇଁ ଏହା ଏକ ବଡ଼ ଝଟକା। ଏହି ନିଲମ୍ବନ ଆଗାମୀ ଅନ୍ତର୍ଜାତୀୟ କ୍ରିକେଟ କ୍ୟାଲେଣ୍ଡର ଉପରେ ମଧ୍ୟ ବିଶେଷ ପ୍ରଭାବ ପକାଇବ। କାରଣ ଶ୍ରୀଲଙ୍କା ଆଗାମୀ କିଛି ବର୍ଷ ମଧ୍ୟରେ ଅନେକ ବଡ଼ ପ୍ରତିଯୋଗିତା ଆୟୋଜନ କରିବାକୁ ଯାଉଛି। ଯେଉଁଥିରେ ୨୦୨୩ରେ ଏସିଆ କପ୍ ଏବଂ ୨୦୨୪ରେ ଟି-୨୦ ବିଶ୍ୱକପ୍ ସାମିଲ ଅଛି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.