ଦିନକୁ ୪ ଘଣ୍ଟା ଗାଜା ଉପରେ ଆକ୍ରମଣ ବନ୍ଦ ରଖିବ ଇସ୍ରାଏଲ:ଘୋଷଣା କଲା ଆମେରିକା

ଓଡ଼ିଆ ବାର୍ତ୍ତା/ ନୂଆଦିଲ୍ଲୀ: ନରମିଲା ଇସ୍ରାଏଲ । ଘୋଷଣା କଲା ଯୁଦ୍ଧ ବିରତି । ପ୍ରତିଦିନ ୪ ଘଣ୍ଟା ଉତ୍ତର ଗାଜା ଉପରେ ଆକ୍ରମଣ ବନ୍ଦ ରଖିବାକୁ ପ୍ରସ୍ତୁତ ଅଛି ଇସ୍ରାଏଲ । ଏହି ଘୋଷଣା ଆମେରିକା ପକ୍ଷରୁ କରାଯାଇଛି । ଆଜିଠାରୁ ଏହି ସାମୟିକ ଯୁଦ୍ଧ ବିରତି ଘୋଷଣା କରାଯିବ । ହ୍ୱାଇଟ ହାଉସ ପକ୍ଷରୁ କୁହାଯାଇଛି, ଉତ୍ତର ଗାଜାରେ ଥିବା ଲୋକମାନେ କିପରି ସୁରକ୍ଷିତ ଭାବେ ଦକ୍ଷିଣ ଗାଜାକୁ ସ୍ଥାନାନ୍ତର ହେବେ ସେଥିପାଇଁ ଏହି ଯୁଦ୍ଧ ବିରତି ଘୋଷଣା କରାଯାଇଛି । ଦୁଇ ଦେଶ ଇସ୍ରାଏଲ-ଆମେରିକା ମଧ୍ୟରେ ଆଲୋଚନା ପରେ ଏହି ନିଷ୍ପତ୍ତି ନିଆ ଯାଇଛି । ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଏହାକୁ ଉଚିତ ପଦକ୍ଷେପ ଉଠାଇବାର ପ୍ରଥମ ପଦକ୍ଷେପ ବୋଲି କହିଛନ୍ତି । ଯାହା ବି ହେଉ, ଇତି ମଧ୍ୟରେ  ଇସ୍ରାଏଲି ସେନା ଆକ୍ରମଣରେ ମୃତକଙ୍କ ସଂଖ୍ୟା ୧୦ ହଜାରରୁ ଅଧିକ ଛୁଇଁଲାଣି ।

ଅନ୍ୟପକ୍ଷେ ଇସ୍ରଏଲ ପ୍ରତିରକ୍ଷା ମନ୍ତ୍ରୀ  ୟୋବ ଗେଲେଟ ଗୁରୁବାର ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି, ଇସ୍ରାଏଲି ସେନା ଦ୍ୱାରା ଗୁରୁବାର ଘୋଷିତ ୪ ଘଣ୍ଟିଆ ରୋକକୁ ଯୁଦ୍ଧବିରତି ବୋଲି କୁହାଯାଇ ପାରିବ ନାହିଁ । କାରଣ ଏହା ଦ୍ୱାରା ଗାଜାରେ ଚାଲିଥିବା ଯୁ୍ଦ୍ଧରେ କୌଣସି ପ୍ରଭାବ ପଡିବ ନାହିଁ । ତେବେ ସେ ଏକଥା ସ୍ପଷ୍ଟ କରିଛନ୍ତି ଯେ, ହମାସ ରଖିଥିବା ବନ୍ଧକଙ୍କୁ ସୁରକ୍ଷିତ ନ ଛାଡିବା ପର୍ଯ୍ୟନ୍ତ ଯୁ୍ଦ୍ଧ ବନ୍ଦ ହେବ ନାହିଁ । ସେ କହିଛନ୍ତି,ଯେତେଦିନ ଯାଏ ଗାଜାରେ ଆମ ବନ୍ଧକ ରହିଛନ୍ତି, ଆମେ ଆକ୍ରମଣ ବନ୍ଦ କରିବୁ ନାହିଁ  । ଆମର ଲକ୍ଷ୍ୟ ଆମେ ହମାସକୁ ଶେଷ କରିବୁ  ।  ହମାସର ସୈନ୍ୟବଳଏବଂ ଶାସନ କ୍ଷମତାକୁ ନଷ୍ଟ କରିବା । ସୂଚନାଥାଉ କି, ଇତିମଧ୍ୟରେ ହମାସ-ଇସ୍ରାଏଲ ଯୁଦ୍ଧକୁ ୧ ମାସ ପୂରି ଗଲାଣି । ଯୁଦ୍ଧରେ ଇସ୍ରାଏଲ ସେନାର ଆକ୍ରମଣରେ ପ୍ରାୟ ୧୧ ହଜାର ପାଲେଷ୍ଟାଇନଙ୍କ ମୃତ୍ୟୁ ହେଲାଣି । ଯେଉଁଥିରେ ସାଢେ ୪ ହଜାର ଶିଶୁ ଅଛନ୍ତି । ଏହାଛଡା ଦେଢ ହଜାରୁ ଅଧିକ ଶିଶୁ ଏବେ ନିଖୋଜ ଅଛନ୍ତି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.