ଆଞ୍ଚଳିକ “ରେଡ଼ିଓ ମହକ” ୮୯.୬ ଉଦଘାଟିତ

ଓଡ଼ିଆ ବାର୍ତ୍ତା/ କନ୍ଧମାଳ (ସଞ୍ଜୟ କୁମାର ପାଣିଗ୍ରାହୀ): ଆଜିର ଆଧୁନିକ ଯୁଗରେ ଲୋକମାନେ ରେଡ଼ିଓ କୁ ଭୁଲି ଯିବା ସମୟରେ ପୁନର୍ବାର ଲୋକମାନଙ୍କ ମନୋରଞ୍ଜନ ଓ ଦେଶ ବିଦେଶ ଓ ଗ୍ରାମାଞ୍ଚଳର ଖବର, ଲୁକ୍କାୟିତ ପ୍ରତିଭା ତଥା କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଲୋକାଭିମୁଖୀ ପ୍ରଣୟନ ଯୋଜନା କୁ ଜନସାଧାରଣଙ୍କ ନିକଟରେ ପହଞ୍ଚାଇବା ଉଦେଶ୍ୟରେ କନ୍ଧମାଳ ଜିଲ୍ଲାର ଦୁର୍ଗମ ଅଞ୍ଚଳ ଭାବେ ପରିଚିତ ବାଲିଗୁଡା ର ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ବନବାସୀ ସେବା ସମିତି ପରିସରରେ ରେଡ଼ିଓ ମହକ ଷ୍ଟେସନ-୮୯.୬ ଶୁକ୍ରବାର ଦିନ ଉଦଘାଟିତ ହୋଇଯାଇଛି l ଏହି ଉଦଘାଟନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ଉପଜିଲ୍ଲାପାଳ ଶ୍ରୀମତୀ ମଧୁମିତା ଯୋଗଦେଇ ପ୍ରଦୀପ ପ୍ରଜ୍ଜଳନ କରି ଆନୁଷ୍ଠାନିକ ଭାବେ ଉଦଘାଟିତ କରି ଉଦବୋଧନ ଦେଇଥିଲେ l ଏଥିରେ ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ସମ୍ମାନିତ ଅତିଥି ଭାବେ ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ୟସ ପ୍ରତାପ ଶ୍ରୀମଲ , ପିଏ ଆଇଟିଡିଏ କୃପାସିନ୍ଧୁ ବେହେରା, ବାଲିଗୁଡ଼ା ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧ୍ୟକ୍ଷ ଗୋବିନ୍ଦ ଚନ୍ଦ୍ର ପ୍ରଧାନ, ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ପ୍ରହଲ୍ଲାଦ ଖୋସଲା, ଏନ.ଏ.ସାହା ଆନସାରୀ, ଏସ. କେ. ଅବଦୁଲ ସଫିକ, ଫୁଲବାଣୀ ଶିଶୁ ମଙ୍ଗଳ ସଦସ୍ୟ ସଦାଶିବ ପାତ୍ର, ଅବସର ପ୍ରାପ୍ତ ପ୍ରାଧ୍ୟପକ ଡକ୍ଟର ମଧୁସୂଦନ ମହାପାତ୍ର ଙ୍କ ସମେତ ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ l ଏହି ଅବସରରେ ସମିତି ପରିସରରେ ଏକ ରକ୍ତଦାନ ଶିବିର ମଧ୍ଯ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ସମିତିର ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା ସ୍ୱାଗତ ଓ ବିଦାୟ କାଳୀନ ସଙ୍ଗୀତ ପରିବେଷଣ ହୋଇଥିଲା l ସମିତି ର ସମ୍ପାଦକ ଉତ୍ସବ ଚନ୍ଦ୍ର ଜେନା ପରିଚାଳନା କରିଥିବା ବେଳେ ସମିତିର ସହ ସମ୍ପାଦକ ରବିନ୍ଦ୍ର କୁମାର ପଣ୍ଡା ସ୍ୱାଗତ ଭାଷଣ ପୂର୍ବକ ଅତିଥି ମାନଙ୍କର ପରିଚୟ ପ୍ରଦାନ କରିଥିଲେ l ସ୍ଥାନୀୟ ରେଡ଼ିଓ ମହକ ତରଫରୁ ଫୁଲବାଣୀ ରୁ ଆସିଥିବା ରୂପମ୍ବିକା ତ୍ରିପାଠୀ ଙ୍କୁ ସମ୍ମାନିତ କରାଯାଇଥିଲା l ସମିତିର ୩୦ରୁ ୪୦ କିଲୋମିଟର ଦୂରତା ମଧ୍ଯରେ ଏହି ରେଡ଼ିଓ ମହକ ଷ୍ଟେସନ ର ସୁବିଧା ସମସ୍ତ ଜନସାଧାରଣ ପାଇ ପାରିବେ ବୋଲି ସମିତି ର ସହ ସମ୍ପାଦକ ତଥା ରେଡ଼ିଓ ମହକ ର ନିର୍ଦେଶକ ଶ୍ରୀ ପଣ୍ଡା ପ୍ରକାଶ କରିଥିଲେ । ଆଜିବି ଅନେକ ଗାଁ ଅଛି ଲୋକମାନେ ମୋବାଇଲ୍, ଟିଭି, ଇଣ୍ଟରନେଟ ବିଦ୍ୟୁତ୍ ର ସୁବିଧା ଠାରୁ ବହୁ ଦୂରରେ ଅଛନ୍ତି l ଯାହା ଦ୍ବାରାକି ଅନେକ ସରକାରୀ ସୂଚନା ପାଇବାରୁ ବଞ୍ଚିତ ହେଉଛନ୍ତି । ଏଣୁ ଏହି ସମସ୍ତ ବିଷୟକୁ ଦୃଷ୍ଟି ଆଗରେ ରଖି ସ୍ଥାନୀୟ ବନବାସୀ ସେବା ସମିତି ପରିସର ମଧ୍ୟରେ ରେଡ଼ିଓ ମହକ ଷ୍ଟେସନ ଉଦଘାଟିତ ଏକ ଉଚିତ ପ୍ରୟାସ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି l

 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.