ନୂଆପଡାରେ ଶୁଭାରମ୍ଭ ହେଲା ଆମ ଓଡିଶା ନବୀନ ଓଡିଶା; ୧୭୬୫ ପ୍ରକଳ୍ପ ପାଇଁ ୬୫ କୋଟି ୫୦ ଲକ୍ଷ ମଞ୍ଜୁର

ବିଜୁ ଏକ୍ସପ୍ରେସ ୱେ ଜିଲ୍ଲବାସୀଙ୍କ ଲାଇଫ ଲାଇନ -ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆ

ଓଡ଼ିଆ ବାର୍ତ୍ତା/ ନୂଆପଡ଼ା (ରାହୁଲ ବାଗ): ନୂଆପଡା ଜିଲ୍ଲାରେ ଓଡିଶା ସରକାରଙ୍କ ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମର ଶୁକ୍ରବାର ଶୁଭାରମ୍ଭ ହୋଇଯାଇଛି । ଜିଲ୍ଲାର ୫ ଟି ବ୍ଲକର ୧୩୧ ଟି ପଂଚାୟତର ଉର୍ନତି ପାଇଁ ୬୫ କୋଟି ୫୦ ଲକ୍ଷ ବ୍ୟୟ ରେ ୧୭୬୫ ଟି ଉର୍ନୟନ ପ୍ରକଳ୍ପ ମଂଜୁର ହୋଇଛି | ନୂଆପଡା ବ୍ଲକ ର ୩୧ ଟି ପଂଚାୟତ ରେ ୩୯୬ ଟି ପ୍ରକଳ୍ପ ପାଇଁ ୧୫ କୋଟି ୫୦ ଲକ୍ଷ, କୋମନା ବ୍ଲକର ୩୨ ଟି ପଂଚାୟତ ର ୪୧୪ ଟି ପ୍ରକଳ୍ପ ପାଇଁ ୧୬ କୋଟି, ଖଡ଼ିଆଳ ବ୍ଲକର ୨୬ ଟି ପଂଚାୟତ ରେ ୩୩୦ଟି ପ୍ରକଳ୍ପ ପାଇଁ ୧୩ କୋଟି, ବୋଡେ଼ନ ବ୍ଲକର ୧୫ ଟି ପଂଚାୟତ ରେ ୨୧୬ ଟି ପ୍ରକଳ୍ପ ପାଇଁ ୭ କୋଟି ୫୦ ଲକ୍ଷ ଓ ସିନାପାଲି ବ୍ଲକର ୧୭ ଟି ପଂଚାୟତରେ ୪୦୯ ଟି ପ୍ରକଳ୍ପ ପାଇଁ ୧୩ କୋଟି ୫୦ ଲକ୍ଷ ଅନୁମୋଦନ ହୋଇଛି | ତେବେ ଶୁକ୍ରବାର ନୂଆପଡା ସହର ମିନି ଷ୍ଟାଡିୟମ ଠାରେ ବ୍ଲକ ସ୍ତରୀୟ ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା | ନୂଆପଡା ବ୍ଲକ ଅଧକ୍ଷା ତାରେଶ୍ବରୀ ସାହୁଙ୍କ ଅଧକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସ୍ୱତନ୍ତ୍ର ଉର୍ନୟନ ପରିଷଦ ଅଧକ୍ଷ ଭଗତ ରାମ ମାଝୀ, ବ୍ଲକ ଉପାଧକ୍ଷ ଦିଲୀପ ନିର୍ମଲକର, ବିଜେଡି ରାଜ୍ୟ ସମ୍ପାଦକ ସରୋଜ ସାହୁ,ଯୁବ ବିଜେଡି ଜିଲ୍ଲା ସଭାପତି ହରିଶ ଚନ୍ଦ୍ରଶେଖର ପଣ୍ଡା, ଜିଲ୍ଲା ପରିଷଦ ସଦସ୍ୟ ଭାନୁ ପ୍ରତାପ ସିଂ ମାଝୀ, ଭରତ ଲାଲ ରାଉତ, ଉମା ଠାକୁର, ଏନ. ଏ. ସି ଅଧକ୍ଷ ମହମ୍ମଦ ଆଦମ, ବିଧାୟକ ପ୍ରତିନିଧି ଜୟ ଢୋଲକିଆ, ସରପଞ୍ଚ ସଙ୍ଘ ସଭାପତି ପ୍ରେମ ଲାଲ ନାୟକ, ବିଜେଡି ଜିଲ୍ଲା ସମ୍ପାଦକ ସୁଧୀର ମିଶ୍ର, ରବି ବାଗ, ଉପ ସଭାପତି କ୍ଷିତୀଶ ବୋଧଙ୍କର, ପାର୍ଶଦ ସଂଗୀତ ପାରଖ, ବିଜେଡି ନେତା ରାଧେଶ୍ୟାମ ବାଗ, ପ୍ରମୋଦ ସାହୁ ସମ୍ମାନିତ ଅତିଥି ଭାବେ ଉପସ୍ଥିତ ଥିଲେ | ଏହି ଅବସରରେ ସାରାବଙ୍ଗ ସରପଞ୍ଚ ରଥବାଇ ପଟେଲ ମୁଖ୍ୟମନ୍ତ୍ରୀଙ୍କୁ ନୂଆପଡା ବ୍ଲକ ତରଫରୁ କୃତଜ୍ଞତା ଜଣାଇଥିଲେ | ସେହିପରି ଭାବେ କୋମନା ବ୍ଲକ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଜନା ଓ ସମନ୍ୱୟ ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆ ଯୋଗ ଦେଇଥିଲେ | ସେ ତାଙ୍କ ବକ୍ତବ୍ୟ ରେ ମୁଖ୍ୟମନ୍ତ୍ରୀଙ୍କୁ ଜନ କଲ୍ୟାଣକାରୀ ଯୋଜନା ପ୍ରଣୟନ କରି ଦେଶ ର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ହୋଇଛନ୍ତି ବୋଲି କହିଥିଲେ ଏବଂ ବିଜୁ ଏକ୍ସପ୍ରେସ ୱେକୁ ଜିଲ୍ଲା ବାସୀଙ୍କ ଲାଇଫ ଲାଇନ ପାଲଟିଛି ବୋଲି କହିଥିଲେ | ତେବେ ସ୍ଥାନୀୟ ଓସ୍ୱାନ ସମ୍ମିଳନୀ କକ୍ଷରୁ ଜିଲ୍ଲପାଳ ହେମକାନ୍ତ ସାୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ୫-ଟି ଅଧକ୍ଷ ଭି କେ ପାଣ୍ଡିଆନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ | ଜିଲ୍ଲା ପ୍ରଶାସନ ତରଫରୁ ଜିଲ୍ଲା ପରିଷଦ ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ମଧୁଛନ୍ଧା ସାହୁ, ବିଡ଼ିଓ ବିପିନ ଚନ୍ଦ୍ର ଦୀପ, ତହସିଲଦାର ପୁଷ୍ପାଞ୍ଜଳି ଦଣ୍ଡପାଟ, ଏଇଇ ଅରୁଣ ସାହୁ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ |

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.