ଓଡ଼ିଆ ବାର୍ତ୍ତା/ ପୁରୁଷୋତ୍ତମପୁର (ପ୍ରସନ୍ନ କୁମାର ଦାଶ): ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ବ୍ଲକ ରେ ଆଜି ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇ ଯାଇଛି | ଆଜି ବ୍ଲକ ବିଡ଼ିଓ ମନୋଜ କୁମାର ନାୟକ ଓ ଅଧକ୍ଷା ପିଙ୍କି ବେହେରା ଙ୍କ ସଂଯୋଜନାରେ ଏହି କାର୍ଯ୍ୟ ଆରମ୍ଭ ହୋଇ ଥିଲା | ଏହି କାର୍ଯ୍ୟକ୍ରମ ରେ ଗଞ୍ଜାମ ଜିଲ୍ଲା ପାଳ ଦିବ୍ୟ ଜ୍ୟୋତି ପରିଡା, ଛତ୍ରପୁର ଏସପି ଜଗମୋହନ ମିନା, ପିଡି ଡ଼ିଆରଡ଼ିଏ ଭି କୀର୍ତ୍ତି ଭାସନ, ତହସିଲଦାର ଲୋପା ମୁଦ୍ରା ରଥ,ଏବଂ ସମସ୍ତ ବିଦ୍ୟୁତ, ଶିକ୍ଷା, ଜଳସେଚନ, ପାନୀୟ, ରାସନ, ଓ ଯୋଗାଣ, ଭତା, ଆବାସ, ଇରିଗେସେନ, ଆଇନ କାନୁନ ନ୍ୟାୟ ପ୍ରଦାନ, ସମାଜ ମଙ୍ଗଳ, ସଂସ୍କୃତି ବିଭାଗ ର ଜିଲ୍ଲା ସ୍ତରୀୟ ଓ ବ୍ଲକ ସ୍ତରୀୟ ବିଭୀଗୀୟ ଅଧିକାରୀ, ଅଧି କାରିଣୀ ମାନେ ଏବଂ ସମସ୍ତ ସରପଞ୍ଚ, ସମିତି ସଭ୍ୟ, ସଭ୍ୟା, ଜିଲ୍ଲା ପରିଷଦ ସଦସ୍ୟ, ସଦସ୍ୟା ମାନେ ଉପସ୍ଥିତ ହୋଇ ଲୋକଙ୍କୁ ଏହିଅଭିଯୋଗ ଶୁଣାଣି ଶିବିର ରେ ଲୋକଙ୍କ ବିଭିର୍ଣ୍ଣ ଅସୁବିଧା ଶୁଣି ସେମାନଙ୍କୁସହଯୋଗ କରିଥିଲେ | ଏବଂ ସେମାନଙ୍କ କିଛି ସମସ୍ୟା ଉପରେ ସରପଞ୍ଚ ମାନେ ଓ ସମିତି ସଭ୍ୟ ମାନେଜିଲ୍ଲା ପାଳଙ୍କ ପାଖରେ ଅଭିଯୋଗକରିଥିଲେ | ସମସ୍ତ ହିତାଧିକାରୀ ଙ୍କୁ କିପରି ନ୍ୟାୟ ମିଳି ପାରିବ ତାଉପରେ ବିଭାଗୀୟ ଅଧିକାରୀଙ୍କୁ ଜିଲ୍ଲା ପାଳ ନିର୍ଦ୍ଧେଶ ଦେବା ସହିତ ନିଜେ ମଧ୍ୟ ଏସପି , ଓ ପିଡି ଙ୍କ ସହିତ ବହୁ ଅଭିଯୋଗ ର ସମାଧାନ କରିଛନ୍ତି | ଏହା ସହିତ 5ଜଣ ଦୁରା ରୋଗ୍ୟ ରେ ପୀଡିତ ବାଳକ ବ୍ୟକ୍ତି , ବିଶେଷ ଙ୍କୁ 65 ହଜାର ଟଙ୍କାର ଚେକ ପ୍ରଦାନ କରିଥିଲେ | ସେହି ବ୍ୟକ୍ତି ମାନେ ହେଲେ ଗୋପାଳ ଦାସ ଙ୍କୁ 20ହଜାରଟଙ୍କାର ଚେକ, ଚିନ୍ମୟ ବେହେରା ଙ୍କୁ 20ହଜାର ଟଙ୍କାର ଚେକ, ଗୋଲାପୀ ଦାସ ଙ୍କୁ 20 ହଜାର ଟଙ୍କାର ଚେକ, ରମେଶ ନାହାକ ଙ୍କୁ 5 ହଜାର ଟଙ୍କାର ଚେଜ, ସର୍ବମୋଟ 65 ହଜାର ଟଙ୍କାର ଚେକ 5ଜଣଙ୍କୁ ଦେଇଥିଲେ | ଏବଂ ଆଜିର ମୁଖ୍ୟ ବିଷୟ ଥିଲା ଆବାସ ଯୋଜନା, ସରକାର ଙ୍କ ଯେତିକି ମଞ୍ଜୁରୀ ହୋଇ ଅଛି ସେତିକି ହିତାଧିକାରୀ ଙ୍କୁ ସେଥିପାଇଁ ଏଇଥି ପାଇଁ ଆଜିର ଏହି ଅଭିଯୋଗ ଶୁଣାଣି ହୋଇ ଥିଲା ବୋଲି ଜିଲ୍ଲା ପାଳ ଦିବ୍ୟ ଜ୍ୟୋତି ପରିଡା ଓ ବିଡ଼ିଓ ମନୋଜ ନାୟକ କହିଥିଲେ | ଏହି କାର୍ଯ୍ୟକ୍ରମ ରେ ପୁରୁଷୋତ୍ତମପୁର ଏସ୍ଡ଼ିପିଓ ରଜନୀ କାନ୍ତ ସାମଲ ଓ ଆଇ ଆଇସି ସମୀର କୁମାର ରାଉତ ଓ ସମସ୍ତ ପୋଲିସ ଷ୍ଟାଫଉପସ୍ଥିତ ଥିଲେ | ତେବେ ଆଜିର ଏହି କାର୍ଯ୍ୟକ୍ରମ ରେ ସର୍ବମୋଟ ୩୭୦ ଜଣ ଲୋକଙ୍କ ଅଭିଯୋଗ ଶୁଣାଣି କରାଯାଇ ଥିଲା | ତେବେ ଏହି କାର୍ଯ୍ୟକ୍ରମ ରେ ବ୍ଲକ ର ସମସ୍ତ କର୍ମଚାରୀ ସହଯୋଗ କରିଥିଲେ | ବହୁବର୍ଷ ପରେ ଏହି ଅଭିଯୋଗ ଶୁଣାଣି ଦ୍ୱାରା ବହୁ ହିତାଧିଜାରୀ ମାନେ ଉପକୃତ ହୋଇ ପାରିଥିବାର ଦେଖା ଦେଇଥିଲା |