ଦଣ୍ଡପାଟ ଯୁବ ସେବା ସଂଗଠନର ନୂତନ କର୍ମକର୍ତ୍ତା ଚୟନ: ରଜତ ବଂଶଲ ସଭାପତି, ତ୍ରିଲୋକନାଥ ସିଂ ଉପସଭାପତି

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ରଜତ ବଂଶଳ): କଳାହାଣ୍ଡିର ଦଣ୍ଡପାଟ ଅଞ୍ଚଳରେ ବିଭିନ୍ନ ସଚେତନାତ୍ମକ, ରଚନାତ୍ମକ ଓ ସେବାମୂଳକ କାର୍ଯ୍ୟକ୍ରମ ଜାରି ରଖିଥିବା ଅଗ୍ରଣୀ ସଂସ୍ଥା ଦଣ୍ଡପାଟ ଯୁବ ସେବା ସଂଗଠନ, ବେହେରାର ନୂତନ କର୍ମକର୍ତ୍ତା ଚୟନ ହେଇଯାଇଛି। ଏଥିରେ ଯୁବ ସମାଜସେବୀ ରଜତ ବଂଶଲ ସଭାପତି ଭାବରେ ଦାୟିତ୍ୱ ଗ୍ରହଣ କରିଥିବା ବେଳେ ସମାଜସେବୀ ତ୍ରିଲୋକନାଥ ସିଂ ଉପସଭାପତି ଭାବରେ ଦାୟିତ୍ୱ ଗ୍ରହଣ କରିଛନ୍ତି। ଦାୟିତ୍ୱ ଗ୍ରହଣ ପରେ ଶ୍ରୀ ବଂଶଲ କହିଛନ୍ତି ଯେ, ସମାଜର ତଳ ସ୍ତରର ଲୋକଙ୍କ ସେବା ପାଇଁ ଦଣ୍ଡପାଟ ଯୁବ ସେବା ସଂଗଠନ ପ୍ରତିଶ୍ରୁତିବଦ୍ଧ ଅଛି। ଆଗକୁ ସମାଜର ବିଭିନ୍ନ ବର୍ଗର ଲୋକଙ୍କ ପାଇଁ ଆହୁରି ଅନେକ କାର୍ଯ୍ୟକ୍ରମ କରାଯିବ ଏବଂ ସଂଗଠନ ସମାଜସେବାରେ ଆଲୋକ ବର୍ତ୍ତିକା ସାଜିବ। ସଂଗଠନର ସଂପାଦକ ଭାବେ ଭୁଜବଳ ନାଏକ, ସହସଂପାଦକ ସୁଶୀଲ ଚନ୍ଦ୍ର ନାଗ, କୋଷାଧ୍ୟକ୍ଷ ଭିକାରୀ ଚରଣ ଗୋପାଳ ଏବଂ ସଦସ୍ଯ ଭାବରେ ସୁଚିତ୍ରା ଗୋପାଳ, ଈଶ୍ୱର ବାଣୁଆ, ଟିକେଶ୍ବର ଭୋଇ, କ୍ଷୀରସିନ୍ଧୁ ବାଣୁଆ, କ୍ଷୀରସିନ୍ଧୁ ବାଗ, ରଙ୍ଗାଧର ନାଗ, ହେମାଳ ବିଶି, ରିଙ୍କୁ ବିଶି, ରୂପେଶ ନାଏକ ରହିଛନ୍ତି ଏବଂ ନୂତନ ସଦସ୍ଯ ଭାବରେ ଲଳିତ ବାଣୁଆ, ଭବାନୀ ଶଙ୍କର ବାରିକ, ପ୍ରକାଶରାମ ସାହୁ, ଭୀଷ୍ମ ବାଣୁଆ, ଚନ୍ଦ୍ରକାନ୍ତ ରଣା, ଉଗ୍ରସେନ ନାଏକ ଚୟନିତ ହୋଇଛନ୍ତି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.