ରାଜସ୍ଥାନରେ ନିର୍ବାଚନ ଲଢ଼ୁଥିବା ଏହି ପ୍ରାର୍ଥୀମାନଙ୍କର ରହିଛନ୍ତି ୨ଜଣ ଲେଖାଏଁ ସ୍ତ୍ରୀ

ଓଡ଼ିଆ ବାର୍ତ୍ତା/ ନୂଆଦିଲ୍ଲୀ: ରାଜସ୍ଥାନରେ ବିଧାନସଭା ନିର୍ବାଚନ ନେଇ ମାହୋଲ ପୂରା ସରଗରମ ରହିଛି । ଏଭଳି ସମୟରେ କିଛି ରୋଚକ ଘଟଣା ବି ସାମ୍ନାକୁ ଆସିଛି । ରାଜ୍ୟର ମେୱାଡ-ବାଗଡ଼ ଅଞ୍ଚଳର ୨୮ଟିରୁ ୬ଟି ଏଭଳି ନିର୍ବାଚନ ମଣ୍ଡଳୀ ରହିଛି, ଯେଉଁଠି ପ୍ରତିନ୍ଦ୍ୱନ୍ଦ୍ୱିତା କରୁଥିବା ୭ଜଣ ପ୍ରାର୍ଥୀଙ୍କର ଦୁଇ ଦୁଇ ଜଣ ଧର୍ମପତ୍ନୀ ରହିଛନ୍ତି । ପ୍ରତାପଗଡ଼ ଆସନରୁ ଲଢ଼ୁଥିବା ବିଜେପି ଓ କଂଗ୍ରେସର ଦୁଇଜଣ ପ୍ରାର୍ଥୀଙ୍କର ଦୁଇ ଜଣ ଲେଖାଏଁ ସ୍ତ୍ରୀ ଅଛନ୍ତି । ପ୍ରାର୍ଥୀମାନେ ନାମାଙ୍କନ ଦାଖଲ ବେଳେ କରିଥିବା ସତ୍ୟପାଠରୁ ଏହି ସୂଚନା ମିଳିଛି ।

Omkar Vasthu
Omkar Vasthu

ଉଦୟପୁରର ବଲ୍ଲଭନଗର ଆସନରୁ ଲଢ଼ୁଥିବା ବିଜେପି ପ୍ରାର୍ଥୀ ଉଦୟଲାଲ ଡାଙ୍ଗିଙ୍କର ୨ଜଣ ପତ୍ନୀ ଥିବା ବେଳେ ପ୍ରତାପଗଡ଼ର ବିଜେପି ପ୍ରାର୍ଥୀ ହେମନ୍ତ ମିଣା, ବାନସୱାଡା ଜିଲ୍ଲାର ଗଢ଼ିର ବିଜେପି ପ୍ରାର୍ଥୀ କୈଳାଶଚନ୍ଦ ମିଣାଙ୍କ ମଧ୍ୟ ଦୁଇ ଜଣ ଲେଖାଏଁ ପତ୍ନୀ ରହିଛନ୍ତି । ସେହିପରି ଖେରୱାଡାର କଂଗ୍ରେସ ପ୍ରାର୍ଥୀ ଦୟାରାମ ପରମାର , ଝାଡୋଲର କଂଗ୍ରେସ ପ୍ରାର୍ଥୀ ହୀରାଲାଲ ଦରାଙ୍ଗି, ପ୍ରତାପଗଡ଼ର କଂଗ୍ରେସ ପ୍ରାର୍ଥୀ ରାମଲାଲ ମିଣା, ଓ ଘାଟୋଲର କଂଗ୍ରେସ ପ୍ରାର୍ଥୀ ନାନାଲାଲ ନିନାମାଙ୍କର ବି ଦୁଇ ଦୁଇ ଜଣ ଧର୍ମପତ୍ନୀ ରହିଛନ୍ତି । ଏହି ପ୍ରାର୍ଥୀମାନେ ନାମାଙ୍କନ ସମୟରେ ଦାଖଲ କରିଥିବା ସତ୍ୟପାଠରେ ଏହା ଉଲ୍ଲେଖ କରିଛନ୍ତି । ସେହିପରି ଉଦୟପୁର ସାଂସଦ ଅର୍ଜୁନଲାଲ ମିଣାଙ୍କର ବି ଦୁଇଜଣ ଧର୍ମପତ୍ନୀ ରହିଛନ୍ତି ।

Pearl dental clinic
Near Ashish Medical Store, Bhawanipatna

କେବଳ ଏତିକି ନୁହେଁ, ନାମାଙ୍କନ ପତ୍ର ଦାଖଲ ସମୟରେ ଏମିତି କିଛି ପ୍ରାର୍ଥୀଙ୍କ ନାମ ସାମ୍ନାକୁ ଆସିଛି, ଯେଉଁମାନଙ୍କର ୫ଜଣରୁ ଅଧିକ ସନ୍ତାନ ମଧ୍ୟ ଅଛନ୍ତି । ଝାଡୋଲର କଂଗ୍ରେସ ହୀରାଲାଲ ଦରାଙ୍ଗିଙ୍କ ୭ଜଣ ଓ ବିଜେପିର ବାବୁଲାଲ ଖରାଡ଼ିଙ୍କ ୫ଜଣ ସନ୍ତାନ ଥିବା ଜଣାପଡ଼ିଛି । ସେହିପରି ଖେରୱାଡ଼ାର ବିଜେପି ପ୍ରାର୍ଥୀ ନାନାଲାଲ ଅହାରିଙ୍କର ୬ଜଣ ସନ୍ତାନ ଥିବା ସତ୍ୟପାଠରୁ ସ୍ପଷ୍ଟ ହୋଇଛି ।

Udyog Nursery
Udyogi Nursery

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.