କୋଶଲ ମହାବନ୍ଦକୁ ନର୍ଲାରେ ଅଦ୍ଭୁତ ପୂର୍ବ ସମର୍ଥନ: ସ୍କୁଲ କଲେଜ, ଅଫିସ, ଦୋକାନ ବଜାର ସବୁ ବନ୍ଦ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ଦୀର୍ଘ ବର୍ଷରୁ ପଶ୍ଚିମ ଓଡିଶାର ୧୧ ଗୋଟି ଜିଲ୍ଲାକୁ ନେଇ ସ୍ୱତନ୍ତ୍ର କୋଶଲ ରାଜ୍ୟ ଗଠନ ଦାବୀ କରି ଆସୁଥିବା କୋଶଲ ମିଳିତ କ୍ରିୟାନୁଷ୍ଠାନ କମିଟି ଆଜି ପୁଣି କୋଶଲ ମହାବନ୍ଦ ଡାକରା ଦେଇଛି। ୧୮ ନଭେମ୍ବର ସକାଳ ୬ ରୁ ସନ୍ଧ୍ୟା ୬ ଯାଏଁ ବନ୍ଦ ଡାକରା ଦିଆ ଯାଇଥିବା ବେଳେ କଳାହାଣ୍ଡି ଜିଲ୍ଲା ନର୍ଲାରେ ଆଜି ସକାଳୁ ନର୍ଲା କୋଶଲ ମିଳିତ କ୍ରୀୟାନୁଷ୍ଠାନ କମିଟିର ସଭାପତି ଦୀପୁ ପାତ୍ରଙ୍କ ନେତୃତ୍ୱରେ ବିପିନ ମାହାର, ରଞ୍ଜନ ଜାଲ, ଜିଲ୍ଲା ଛାତ୍ର କଂଗ୍ରେସ ସଭାପତି ଦେବାଶିଷ କୁମାର, ପିଣ୍ଟୁ ନାଗ, କ୍ଷେତ୍ରମୋହନ ସାହାଣୀ, ମୁକେଶ ବିଭାର, ସୁଦାମ ପଧାନ, ହିମାଂଶୁ ବେହେରା ପ୍ରମୁଖଙ୍କ ସମେତ ଶତାଧିକ କର୍ମୀ ନର୍ଲାର ସ୍କୁଲ, କଲେଜ, ବ୍ଲକ ଅଫିସ, ତହସିଲ ଅଫିସ, ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ, ନର୍ଲା କୃଷି କାର୍ଯ୍ୟାଳୟ, ବ୍ୟବସାୟିକ ପ୍ରତିଷ୍ଠାନ ଗୁଡିକ ବନ୍ଦ କରିଥିଲେ। ଆଜି ଶନିବାର ସକାଳ ସ୍କୁଲ ରହିଥିବାରୁ ସ୍କୁଲ କଲେଜ ଗୁଡିକରେ ପାଠପଢା ଆରମ୍ଭ ହେଉଥିଲା। କୋଶଲ ମିଳିତ କ୍ରିୟାନୁଷ୍ଠାନ କମିଟି ନର୍ଲାର ସଦସ୍ୟ ମାନେ ନର୍ଲା ଅଂଚଳର ସମସ୍ତ ସ୍କୁଲ କଲେଜ ଗୁଡିକୁ ଯାଇ ପଶ୍ଚିମ ଓଡିଶାର ସାମୁହିକ ସ୍ୱାର୍ଥ ସ୍ୱତନ୍ତ୍ର କୋଶଲ ପ୍ରଦେଶ ଗଠନରେ ସହାୟକ ହୁଅନ୍ତୁ। ଏହି ବନ୍ଦ କୁ ସମର୍ଥନ କରନ୍ତୁ ବୋଲି କୋଶଲ ମିଳିତ କ୍ରିୟାନୁଷ୍ଠାନ କମିଟିର ସଦସ୍ୟ ମାନେ ସମସ୍ତଙ୍କୁ ଅନୁରୋଧ କରିଥିଲେ। ନର୍ଲାର ଯୁବ ନେତୃତ୍ୱ ନର୍ଲା କୋଶଲ ମିଳିତ କ୍ରିୟାନୁଷ୍ଠାନ କମିଟିର ସଭାପତି ଦୀପୁ ପାତ୍ରଙ୍କ ନେତୃତ୍ୱରେ କୋଶଲ କ୍ରୀୟାନୁଷ୍ଠାନ କମିଟି ତରଫରୁ ନର୍ଲାରେ ଚାଲିଛି ଜୋରଦାର ବନ୍ଦ ପାଳନ। ଏବେ ରାସ୍ତାରେ ଗାଡ଼ି ମୋଟର ଅଟକାଇ ଅଖ ଜାମ, ଚକ ଜାମ ବନ୍ଦ କାର୍ଯ୍ୟକ୍ରମ ଚାଲିଥିବା ଦେଖିବାକୁ ମିଳୁଛି। ସ୍ଥାନୀୟ ଲୋକେ, ବ୍ୟବସାୟୀ ଆଗ୍ରହର ସହ ଏହି ବନ୍ଦକୁ ସମର୍ଥନ କରୁଥିବା କଥା କହିଛନ୍ତି ସଭାପତି ଦୀପୁ ପାତ୍ର।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.