କୋଶଳ ବନ୍ଦକୁ ସୁବର୍ଣ୍ଣପୁର ଜିଲ୍ଲାରେ ଅଦ୍ଭୁତ ପୂର୍ଣ୍ଣ ସଫଳତା

ଓଡ଼ିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ପଶ୍ଚିମ ଓଡିଶାର ୧୧ ଗୋଟି ଜିଲ୍ଲାକୁ ନେଇ ସ୍ୱତନ୍ତ୍ର କୋଶଲ ରାଜ୍ୟ ଗଠନ ଦାବୀ କରି ଆସୁଥିବା କୋଶଲ ମିଳିତ କ୍ରିୟାନୁଷ୍ଠାନ କମିଟି ଆଜି କୋଶଲ ମହାବନ୍ଦ ଡାକରା ଦେଇଛି । ୧୮ ନଭେମ୍ବର ସକାଳ ୬ ରୁ ସନ୍ଧ୍ୟା ୬ ଯାଏଁ ବନ୍ଦ ଡାକରା ଦିଆ ଯାଇଥିବା ବେଳେ କୋଶଳ ରାଜ୍ୟ ଦାବିରେ ସୁବର୍ଣ୍ଣପୁର ଜିଲ୍ଲା ଶାନ୍ତି ପୂର୍ଣ୍ଣ ଭାବରେ ଗ୍ରାମ ଠୁ ସହର ପର୍ଯ୍ୟନ୍ତ ଜନସାଧାରଣ ସ୍ୱତପୂର୍ତ୍ତ ଭାବରେ ବନ୍ଦ ପାଳନ କୁ ସମର୍ଥନ କରିଛନ୍ତି। ଏଥିରେ ସ୍କୁଲ, କଲେଜ୍, କୋର୍ଟ, କଚେରୀ, ବ୍ୟାଙ୍କ, ପୋଷ୍ଟ ଅଫିସ, ସରକାରୀ ବେସରକାରୀ କାର୍ଯ୍ୟlଳୟ ଗୁଡ଼ିକ ବନ୍ଦ ରହି ଥିବା ବେଳେ ଦୋକାନ ବଜାର ବନ୍ଦ ରହିଛି। କୋଶଳ ସେନା ଯାଇ ସମସ୍ତ ସରକାରୀ ଓ ବେସରକାରୀ କାର୍ଯ୍ୟଳୟ ବନ୍ଦ କରିଛନ୍ତି, କୋଶଳ ସେନା ସହର ବିଭିନ୍ନ ଛକ ରେ ରାସ୍ତାରୋକ କରିଛନ୍ତି। ଏଥି ସହିତ ଛୋଟ ରୁ ବଡ ପର୍ଯ୍ୟନ୍ତ କୋଶଳ ବନ୍ଦ କୁ ସମର୍ଥନ କରିଛନ୍ତି। ଜରୁରୀ କାଳୀନ ସେବା ବ୍ୟତୀତ ଅନ୍ୟ ସମସ୍ତ ଅନୁଷ୍ଠାନ ବନ୍ଦ ଥିବା ଦେଖା ଯାଇଛି l ଆଇନ ଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ବ୍ୟାପକ ପୋଲିସ୍ ମୁତୟନ ହୋଇ ଥିବା ବେଳେ ପୋଲିସ୍ କୁ ମଧ୍ଯ ବେଶ ନାକେଦମ୍ ହେବାକୁ ପଡ଼ିଥିବା ଦେଖିବାକୁ ମିଳିଥିଲା l

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.