ଓଡ଼ିଆ ବାର୍ତ୍ତା/ ଅହମ୍ମଦାବାଦ: ତୃତୀୟ ଥର ପାଇଁ ବିଶ୍ବ ଚମ୍ପିୟାନ ହେବା ଭାରତର ସ୍ବପ୍ନ ଅଧୁରା ରହିଗଲା। ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ରବିବାର ଖେଳାଯାଇଥିବା ମ୍ୟାଚ୍ରେ ୬ ଉଇକେଟ ଜିତି ଟାଇଟଲ ଜିତିଛି ଅଷ୍ଟ୍ରେଲିଆ। ଟୁର୍ନାମେଣ୍ଟରେ ଭାରତ କ୍ରମାଗତ ୧୦ଟି ମ୍ୟାଚ ଜିତିଥିଲା, କିନ୍ତୁ ୧୧ତମ ମ୍ୟାଚରେ ପଛରେ ପଡିଯାଇଛି। ଦ୍ୱିତୀୟ ଥର ପାଇଁ ଅଷ୍ଟ୍ରେଲିଆ ବିପକ୍ଷ ଫାଇନାଲରେ ଭାରତ ପରାଜୟର ସମ୍ମୁଖୀନ ହୋଇଛି। ଶେଷ ଥର ପାଇଁ ୨୦୦୩ରେ ରିକି ପଣ୍ଟିଂଙ୍କ ଅଧିନାୟକତ୍ୱରେ ଦଳ ପରାସ୍ତ ହୋଇଥିଲା। ତେବେ ଆଜିର ଅନ୍ତିମ ମ୍ୟାଚରେ କୌଣସି ଭାରତୀୟ ବୋଲର ପ୍ରଭାବଶାଳୀ ଦେଖାଯାଉ ନ ଥିଲେ। ପରିଶେଷରେ ଷଷ୍ଠ ଥର ପାଇଁ ବିଶ୍ୱ ଚାମ୍ପିୟନ ହୋଇଛି ଅଷ୍ଟ୍ରେଲିଆ।