ବାପୁଜୀ କ୍ଳଷ୍ଟର୍ ସ୍ତରୀୟ ୫ମ ମାସିକ ବୈଠକ ଅନୁଷ୍ଠିତ

ଓଡ଼ିଆ ବାର୍ତ୍ତା/ ଭବାନୀପାଟଣା (ଅଲତାଫ ଅଲ୍ଲୀ ଖାଁ): ସ୍ଥାନୀୟ ବାପୁଜୀ କ୍ଳଷ୍ଟର୍ ସ୍ତରୀୟ ୫ମ ମାସିକ ବୈଠକ ବାପୁଜୀ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମର ଆବାହକ ସିଆରସିସି ମିନତି କୁମାରୀ ପ୍ରଧାନଙ୍କ ତତ୍ତ୍ଵାବଧାନରେ ତ୍ବରାନ୍ବିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ କଳାହାଣ୍ଡି ଜିଲ୍ଲା ଶିକ୍ଷା ପ୍ରଶିକ୍ଷଣ ପ୍ରତିଷ୍ଠାନର ଵରିଷ୍ଠ ଶିକ୍ଷକ ପ୍ରଶିକ୍ଷିକା ନିହାରିକା ଦେବୀ, ସମଗ୍ର ଶିକ୍ଷା ଏଫସି ସାଧୁସରଣ ପ୍ରସାଦ ଅତିଥି ଭାବେ ଯୋଗ ଦେଇଥିବା ବେଳେ କ୍ଲଷ୍ଟରର ସମସ୍ତ ବିଦ୍ୟାଳୟର ପ୍ରଧାନଶିକ୍ଷକ ଶିକ୍ଷୟିତ୍ରୀ ସମେତ ଏଫ୍ଏଲ୍ଏନ୍ ସମର୍ପିତ ଶିକ୍ଷକ ଶିକ୍ଷୟିତ୍ରୀ ବହୁ ସଂଖ୍ୟାରେ ଯୋଗଦାନ କରିଥିଲେ। ସିଆରସିସି ଶ୍ରୀମତୀ ପ୍ରଧାନ ମୌଳିକ ସାକ୍ଷରତା ଓ ସଂଖ୍ୟାଜ୍ଞାନ ହାସଲ ଦିଗରେ ଶ୍ରେଣୀଗୃହ ମଧ୍ୟରେ କିଭଳି ଶିକ୍ଷଣ ଫଳାଫଳ ବଳବତୀ କରିପାରିବେ, ତାକୁ ଆଖିଆଗରେ ରଖି ଏକ ଆଦର୍ଶ ନମୁନା ଶିକ୍ଷଣ କାର୍ଯ୍ୟ ଭାଷା ଓ ଗଣିତର ୪୦ମିନିଟ ଲେଖାଏଁ, ସାକ୍ଷରତା କିଟ୍ କୁ ଖୋଲି ଡିକୋଡିଂର ଧାରଣା, ମୁଖ୍ୟ କୌଶଳ, ଶିକ୍ଷାଦାନର ପଦ୍ଧତି, ଗୁରୁତ୍ୱପୂର୍ଣ ଦିଗ ଓ ଗଣିତ କଳିକା ଆନ୍ଦୋଳନ କିଟକୁ ବ୍ୟବହାର କରି ସିଆରଏ ପଦ୍ଧତିରେ ଗୁଣନକୁ ଆଲୋଚନା ପରେ ହରଣ କିପରି ସୁବିଧାରେ କରିହେବ ତାହା ପିଲାଙ୍କୁ ନେଇ ଦେଖାଇଥିଲେ। ତତ୍ପରେ ସଂକ୍ଷେପଣ କରିଥିଲେ। ପରେ ପିପିଟି ସହଯୋଗରେ ସମସ୍ତ ଆବଶ୍ୟକତା ଓ ପ୍ରଦତ୍ତ ବିଷୟକୁ ବୁଝାଇଥିଲେ। ଶେଷରେ ଆଗାମୀ ମାସଗୁଡିକରେ କଣ ମିଶନ ରଖିବେ, ପ୍ରତିଶ୍ରୁତି ରଖି ତାହାକୁ ପାଠ କରାଇବା ସହିତ ଵିଦ୍ୟାଳୟର ସୁରକ୍ଷା, ପୋଷଣ ସମ୍ବନ୍ଧୀୟ ଆଲୋଚନା “ମୌଳିକ ସାକ୍ଷରତା ଓ ସଂଖ୍ୟା ଜ୍ଞାନ” ଓ “ପଢ଼ିବାକୁ ଶିଖିବା ଓ ଶିଖିବାକୁ ଶିଖିବା” କାର୍ଯ୍ୟକ୍ରମକୁ ଗ୍ରହଣୀୟ ଓ ସରକାରାତ୍ମକ ପଦକ୍ଷେପ ମାନସିକ ଭାବରେ ପ୍ରସ୍ତୁତି, ସଚେତନତା ସୃଷ୍ଟି କରିବାର ଉପାୟ, ଟିଏଲ୍ଏମ୍ ପ୍ରଦର୍ଶନ କରି ଶିକ୍ଷଣ ଫଳାଫଳ ଗୁଡିକ ହାସଲ କରିବା ସହିତ କ୍ଳଷ୍ଟରର ସମସ୍ତ ଦିଗକୁ ସୁନ୍ଦର, ସମୃଦ୍ଧ କରିବାର ପଣ ରଖିବା ଆଦି କରାଯିବା ସହିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରାଯାଇଥିଲା।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.