ପୂର୍ଣ୍ଣ ମାଝୀ ୪ର୍ଥ ମେମୋରିଆଲ ଫୁଟବଲ ଟୁର୍ଣ୍ଣାମେଂଟ: ବାଜି ମାରିନେଲା ଗାଡେବନ୍ଧ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ଡଙ୍ଗରତଲ ପଡା ପଡ଼ିଆରେ ଏକ ଦିବାସୀୟ ପୂର୍ଣ୍ଣ ମାଝୀ ମେମୋରିଆଲ ଫୁଟବଲ ଟୁର୍ଣ୍ଣାମେଂଟ ଅନୁଷ୍ଠିତ ହୋଇଯାଇଛି । ଏଥିରେ ନର୍ଲା, ଗାଡେବନ୍ଧ, ଡଙ୍ଗରତଲ ପଡା ଏ ଓ ବି ଟିମ, ଘୁପଟି, ରେଖପୁର, ଭଟାଙ୍ଗ ଏଭଳି ସ୍ଥାନୀୟ ୮ ଗୋଟି ଟିମକୁ ନେଇ ଟୁର୍ଣ୍ଣାମେଂଟ ଅନୁଷ୍ଠିତ ହୋଇଥିଲା। ଏହି ନକ ଆଉଟ ଫୁଟବଲ ଟୁର୍ଣ୍ଣାମେଂଟର ଫାଇନାଲ ଖେଳ ନର୍ଲା ଓ ଗାଡେବନ୍ଦ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ୪୫ ମିନିଟ ର ଚିତାକର୍ଷକ ଖେଳରେ ଉଭୟ ଦଳ କେହି କାହାକୁ ଗୋଲ ଦେଇପାରି ନଥିଲେ। ଶେଷରେ ଟ୍ରାଇବେକର ମାଧ୍ୟମରେ ଗାଡେବନ୍ଧ ଏକାଦଶ ୩ ଗୋଲରେ ବିଜୟୀ ହୋଇ ଚାମ୍ପିଅନ ହୋଇଥିଲା। ସନ୍ଧ୍ୟା ୫ ଘଣ୍ଟା ସମୟରେ ପୁରସ୍କାର ବିତରଣ ଉତ୍ସଵ ଅନୁଷ୍ଠିତ ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବରେ ୱାର୍ଡ ସଭ୍ୟା ସଂଗୀତା ସାହୁ ଯୋଗଦାନ କରି ବିଜୟୀ ଗାଡେବନ୍ଧ ଟିମ କୁ ନଗଦ ୩୦୦୦ ଟଙ୍କା ଓ ଟ୍ରଫି ପ୍ରଦାନ କରିଥିବା ବେଳେ ଉପ ବିଜେତା ନର୍ଲାକୁ ରନର୍ସ ଅଫ ଟ୍ରଫି ସହ ୨୦୦୦ ଟଙ୍କା ପୁରସ୍କାର ରାଶି ପ୍ରଦାନ କରିଥିଲେ। ପୂର୍ଣ୍ଣ ମାଝୀ ମେମୋରିଆଲ ଫୁଟବଲ ଟୁର୍ଣ୍ଣାମେଂଟ ର ଆୟୋଜକ କମିଟିର କର୍ମକର୍ତ୍ତା ରଞ୍ଜନ ମାଝୀ, ଘସିରାମ ସାହୁ, କିଶୋର ମାଝୀ, ଲକ୍ଷ୍ମଣ ମାଝୀ, ସୁରେଶ ମାଝୀ, ସୁମନ୍ତ ମାଝୀ, ହେମନ୍ତ ମାଝୀ, ନେପାଳ ମାଝୀ ପ୍ରମୁଖ ଟୁର୍ଣ୍ଣାମେଂଟ ପରିଚାଳନା କରିଥିଲେ । କୁଲୁ ଚାନ୍ଦ ଓ ତ୍ରିଲୋଚନ ଗୌଡ଼ ରେଫରି ଭାବରେ ଟୁର୍ଣ୍ଣାମେଂଟ ର ସମସ୍ତ ମ୍ୟାଚ ପରିଚାଳନା କରିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.