ଓଡ଼ିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ରାଜ ଫୁଡ କର୍ଣ୍ଣର, ସୋନପୁର ଦ୍ୱାରା ପ୍ରାୟୋଜିତ ଆର.ଏଫ.ସି କପ ୨୦୨୩ ବେଡ଼ମିଣ୍ଟନ ଟୁର୍ନାମେଣ୍ଟ ସୁବର୍ଣ୍ଣପୁର ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ରାକେଟ୍ସ ସୋନପୁର ଦ୍ୱାରା ଆୟୋଜିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବରେ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ଲକ୍ଷ୍ମଣ ଭୋଇ ଯୋଗଦେଇ ଉଦଘାଟନ କରିଥିଲେ । ନିଜର ଅଭିଭାଷଣରେ କ୍ରୀଡା ଶିକ୍ଷାର ଏକ ମୁଖ୍ୟ ଅଂଶ ଯାହା ଶାରୀରିକ ଓ ମାନସିକ ଭାବରେ ମଣିଷ ଗଠନରେ ସହାୟତା କରିଥାଏ ବୋଲି କହିଥିଲେ। ସମ୍ମାନିତ ଅତିଥି ଭାବରେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ରାଧାକାନ୍ତ ଗଡତିଆ ଯୋଗଦେଇ ସମସ୍ତ ଖେଳାଳି ଓ ଆୟୋଜକ ମାନଙ୍କୁ ସାଧୁବାଦ ଦେଇଥିଲେ। ୬ ଟି ଦଳକୁ ନେଇ ହୋଇଥିବା ଏହି ଟୁର୍ନାମେଣ୍ଟରେ ସନ୍ତୋଷ ସାହୁ ଓ ସୁରେଶ ରଥ ବିଜେତା ହୋଇଥିବା ବେଳେ ସମୀର ନାୟକ ଓ ନାରାୟଣ ରଥ ଉପବିଜେତା ହୋଇଥିଲେ। ରଘୁନାଥ ଥାନାପତି ଏହି ଖେଳକୁ ପରିଚାଳନା କରିଥିବା ବେଳେ ପାଣିନୀ ପ୍ରାଜ୍ଞ, ଡାକ୍ତର ଅଶୋତୋଷ, ଡାକ୍ତର ଆକାଶ, ସମୀର ସାହୁ, କ୍ଷୀରୋଦ ବିଶ୍ୱାଳ, ଇରାଦତ ଖାନ, ଅବିନାଶ ହୋତା, ଜା୍ୟନାରାୟଣ ମେଣ୍ଡଲି, ଶିବରାଜ କମ୍ପ ଆଦି ସହାୟତା କରିଥିଲେ।