ଅଣସଂଗଠିତ ଶ୍ରମିକଙ୍କ ପାଇଁ ଗଡିଲା ସଚେତନତା ରଥ

ଓଡ଼ିଆ ବାର୍ତ୍ତା/ ରାୟଗଡା (ଶିବ ନାରାୟଣ ଗୈାଡ): ରାୟଗଡା ଜିଲ୍ଳାରେ ଥିବା ଅଣ ସଂଗଠିତ ଶ୍ରମିକମାନଙ୍କ ସାମାଜିକ ସୁରକ୍ଷାକୁ ଗୁରୁତ୍ୱ ଦେବା ତଥା ସେମାନଙ୍କୁ ସଚେତନତା କରିବା ଉଦ୍ଦେଶ୍ୟରେ ଆଜି ରାୟଗଡା ଜିଲ୍ଳା ପ୍ରଭାଗୀୟ ଶ୍ରମ ଆୟୁକ୍ତଙ୍କ କାର୍ଯ୍ୟାଳୟରୁ ଏକ ସଚେତନତା ରଥର ଶୁଭା ଉଦଘାଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଳାପାଳ ରାମେଶ୍ୱର ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସବୁଜ ପତାକା ଦେଖାଇ ସଚେତନତା ରଥଟିର ଶୁଭାରମ୍ଭ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ପ୍ରଭାଗୀୟ ଶ୍ରମ ଆୟୁକ୍ତ ପ୍ରସନ୍ନ କୁମାର ପାଣିଗ୍ରାହୀ, ଜିଲ୍ଳା ଶ୍ରମ ଅଧିକାରୀ ଯଶ୍ମିନ୍ ଶୁଭଦର୍ଶନୀ ସାହୁ, ସହକାରୀ ଶ୍ରମ ଅଧିକାରୀ ସଂଜୟ କୁମାର ରଇତ, ଗୋପାଳ କୃଷ୍ଣ ମଙ୍ଗରାଜ, ନିରଂଜନ ଭୁୟାଁଙ୍କ ସମେତ କାର୍ଯ୍ୟାଳୟର ଅନ୍ୟ କର୍ମଚାରୀ ଏବଂ ଅଣସଂଗଠିତ ଶ୍ରମିକମାନେ ମଧ୍ୟ ଉପସ୍ଥିତ ରହିଥିଲେ । ରାଜ୍ୟ ସରକାର ଅଣ ସଂଗଠିତ ଶ୍ରମିକଙ୍କ ସାମାଜିକ ସୁରକ୍ଷାକୁ ପ୍ରାଥମିକତା ଦେଇ ଆସୁଥିବା ବେଳେ ଓଡିଶା ଅଣ ସଂଗଠିତ ଶ୍ରମିକ ସାମାଜିକ ସୁରକ୍ଷା ବୋର୍ଡ ଅଧିନରେ ବୁଲା ବିକାଳି, କ୍ଷୁଦ୍ର ବ୍ୟବସାୟୀ, ଘରୋଇ ଶ୍ରମିକ, ରିକ୍ସା ଚାଳକ, ଅଟୋରିକ୍ସା ଚାଳକ, ମୋଚୀ, କୃଷି ଶ୍ରମିକ, ଜଙ୍ଗଲରେ କାର୍ଯ୍ୟରତ ଶ୍ରମିକ, ଖବର କାଗଜ ବିକାଳି ଭଳି ୬୦ଟି ବର୍ଗର ଯୋଗ୍ୟ ଅଣସଂଗଠିତ ଶ୍ରମିକଙ୍କୁ ବିନା ମୂଲ୍ୟରେ ପଂଜୀକୃତ ହୋଇ ସାମାଜିକ ସୁରକ୍ଷାରେ ସାମିଲ ହେବା ପାଇଁ ସଚେତନତା ରଥଟି ସଚେତନର ବାର୍ତା ବାଂଟିବ। ଏହି ଯୋଜନାରେ ପଂଜୀକୃତ ହୋଇଥିବା ଶ୍ରମିକଙ୍କ ସ୍ୱାଭାବିକ ମୃତ୍ୟୁକାଳୀନ ସହାୟତାରେ ମନୋନୀତ ବ୍ୟକ୍ତିଙ୍କୁ ୨ଲକ୍ଷ ଟଙ୍କାର ଆର୍ଥିକ ସହାୟତା, ଦୁର୍ଘଟଣା ଜନୀତ ମୃତ୍ୟୁକାଳନୀ ସହାୟତାରେ ୪ଲକ୍ଷ ଟଙ୍କା ଏବଂ ଶାରିରୀକ ଅକ୍ଷମତା ସହାୟତାରେ ୪୦ହଜାର ଟଙ୍କାରୁ ଦେଢ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆର୍ଥିକ ସହାୟତା ମିଳି ପାରିବ ବୋଲି ଜିଲ୍ଳା ଶ୍ରମ ଅଧିକାରୀ ଶ୍ରୀମତି ସାହୁ ପ୍ରକାଶ କରିଛନ୍ତି ଏବଂ ଏହି ରଥ ଟି ଜିଲ୍ଲାର ସମସ୍ତ ବ୍ଲକ ଓ ପଞ୍ଚାୟତରେ ବୁଲିବ ବୋଲି କହିଛନ୍ତି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.