ନାଲକୋ କମ୍ପାନରେ ପୋଡି ନଷ୍ଟ କରାଗଲା ୪୨୨୭ କେଜିର ଜବତ୍ ଗଞ୍ଜେଇ 

ବାରିଝୋଲା ରାସ୍ତାର ରୟତ କଲୋନୀ ଛକରେ ହୋଇଥିଲା ଜବତ

ଓଡ଼ିଆ ବାର୍ତ୍ତା/ ରାୟଗଡା (ଶିବ ନାରାୟଣ ଗୈାଡ): ଡ୍ରଗ୍ସ ଡିସପୋଜାଲ କମିଟି ରାୟଗଡାର ନିର୍ଦ୍ଦେଶ କ୍ରମେ ଗତ ବର୍ଷ ଅଗଷ୍ଟ ୮ତାରିଖରେ ଜବତ ହୋଇଥିବା ୪୨୨୭.୭୭୦କେଜିର ଚୋରା ଗଂଜେଇକୁ ଆଜି ଦକ୍ଷିଣାପଶ୍ଚିମାଂଚଳ ପୋଲିସ ଡିଆଇଜି ଚରଣ ସିଂ ମୀନାଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ କୋରାପୁଟ ଜିଲ୍ଳା ଦାମନଯୋଡି ଠାରେ ଥିବା ନାଲକୋ ଆଲୁମିନିୟମ୍ କମ୍ପାନୀରେ ପୋଡି ନଷ୍ଟ କରିଦିଆଯାଇଛି। ଏହି କାର୍ଯ୍ୟକ୍ରମରେ ରାୟଗଡା ଜିଲ୍ଳା ଆରକ୍ଷୀ ଅଧୀକ୍ଷକ ବିବେକାନନ୍ଦ ଶର୍ମା, ଭୁବନେଶ୍ୱର ସ୍ୱତନ୍ତ୍ର ଟାସ୍କ ଫୋର୍ସ (ଏସଟିଏଫ)ବିଭାଗର ଆରକ୍ଷୀ ଅଧୀକ୍ଷକ କେ.କେ.ପାଣିଗ୍ରାହୀ, ରାୟଗଡା ଜିଲ୍ଳା ଅବକାରୀ ଅଧୀକ୍ଷକ ଅଭିରାମ ବେହେରା, ଜିଲ୍ଳା ପୋଲିସ କାର୍ଯ୍ୟାଳୟର ଡିଏସପି ହେଡ୍‌କ୍ୱାଟର ପି.କେ.ପାଣିଗ୍ରାହୀ, ରାୟଗଡା ଜିଲ୍ଳା ଡେପୁଟି କଲେକ୍ଟର ତଥା କାର୍ଯ୍ୟ ନିର୍ବାହୀ ମାଜିଷ୍ଟ୍ରେଟ୍ ସୂର୍ଯ୍ୟମଣି ଭୋଇଙ୍କ ସମେତ ଅବକାରୀ ବିଭାଗର ଅନ୍ୟାନ୍ୟ କର୍ମଚାରୀମାନେ ଉପସ୍ଥିତ ରହିଥିଲେ। ପ୍ରକାଶ ଥାଉ କି, ଏକ ବିଶେଷ ସୂତ୍ରରୁ ଖବର ପାଇ ରାୟଗଡା ଜିଲ୍ଳା ଅବକାରୀ ଭ୍ରାମ୍ୟମାଣ ସଂସ୍ଥାଙ୍କ ଦ୍ୱାରା ରାୟଗଡା ଅବକାରୀ ଥାନା ଅନ୍ତର୍ଗତ ବାରିଝୋଲା ୩୨୬ ନମ୍ବର ଜାତୀୟ ରାଜପଥର ରୟତ କଲୋନୀ ଛକ ଠାରେ ଏକ ଟ୍ରକକୁ ଯାଂଚ କରାଯାଇଥିଲା। ଏହି ଟ୍ରକରେ ଚୋରା ଚାଲାଣ ହେଉଥିବା ୪୨୨୭.୭୭୦କେଜିର ଗଂଜେଇ ଜବତ କରାଯାଇଥିଲା ଏବଂ ଘଟଣାରେ ସଂପୃକ୍ତ ଉତର ପ୍ରଦେଶର ଦୁଇଜଣ ଆସାମୀଙ୍କୁ ଗିରଫ କରାଯାଇ ଟ୍ରକଟିକୁ ଜବତ କରାଯାଇଥିଲା ବୋଲି ଜିଲ୍ଳା ଅବକାରୀ ଅଧୀକ୍ଷକ ଶ୍ରୀ ବେହେରା ପ୍ରକାଶ କରିଛନ୍ତି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.