ଅଷ୍ଟ୍ରେଲିଆକୁ ୪୪ ରନରେ ହରାଇଲା ଭାରତ

ଓଡ଼ିଆ ବାର୍ତ୍ତା/ ଥିରୁୱନ୍ତପୁରମ: ଏଠାରେ ଅନୁଷ୍ଠିତ ଦ୍ୱିତୀୟ ଟି୨୦ କ୍ରିକେଟ ମ୍ୟାଚରେ ଭାରତ ୪୪ ରନରେ ଅଷ୍ଟ୍ରେଲିଆକୁ ପରାସ୍ତ କରି ସିରିଜରେ ୨-୦ର ଅଗ୍ରଣୀ ହାସଲ କରି ନେଇଛି । ପ୍ରଥମେ ବ୍ୟାଟିଂ କରି ଭାରତ ୨୦ ଓଭରରେ ୪ ୱିକେଟ ବିନିମୟରେ ୨୩୫ ରନର ବିଶାଳ ସ୍କୋର କରିଥିଲା । ୟଶସ୍ୱୀ ଜୈସୱାଲ ୫୩, ରିତୁରାଜ ଗାଏକ୍ୱାଡ ୫୮ ଓ ଈଶାନ କିଶାନ ୫୨ ରନର ଇନିଂସ ଖେଳିଥିଲେ । ଶେଷ ଭାଗରେ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ୧୦ ବଲରେ ୧୯ ଓ ରିଙ୍କୁ ସିଂ ୯ ବଲରୁ ୩୧ ରନ ସଂଗ୍ରହ କରିଥିଲେ । ଅଷ୍ଟ୍ରେଲିଆ ପକ୍ଷରୁ ନାଥାନ ଏଲିସ ୩ଟି ଏବଂ ମାର୍କୋସ ଷ୍ଟୋଇନିସ ଗୋଟିଏ ୱିକେଟ ନେଇଥିଲେ । ୨୩୬ ରନର ଲକ୍ଷ୍ୟକୁ ପିଛା କରି ଅଷ୍ଟ୍ରେଲିଆ ୯ ୱିକେଟ ହରାଇ ୧୯୧ ରନ କରିବାକୁ ସକ୍ଷମ ହୋଇଥିଲା । ଷ୍ଟୋଇନିସ ୪୫ ଓ ଟିମ ଡେଭିଡ ୩୭ ରନ ବ୍ୟତୀତ ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ ଭଲ ବ୍ୟାଟିଂ ପ୍ରଦର୍ଶନ କରିପାରି ନ ଥିଲେ । ଭାରତ ପକ୍ଷରୁ ପ୍ରସିଦ୍ଧ କ୍ରିଷ୍ଣା ଓ ରବି ବିଶ୍ନୋଇ ୩ଟି ଲେଖାଁଏ ୱିକେଟ ଅକ୍ତିଆର କରିଥିଲେ । ଅର୍ଶଦୀପ ସିଂ, ଅକ୍ଷର ପଟେଲ ଓ ମୁକେଶ କୁମାର ଗୋଟିଏ ଲେଖାଁଏ ୱିକେଟ ନେଇଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.