ପଞ୍ଚୁକ ପୁରାଣ ପୂଜାର ପୂର୍ଣ୍ଣହୂତି ପଡିଲା

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ଅଂଚଳରେ ସ୍ଥାନେ ସ୍ଥାନେ ଚାଲିଥିବା କାର୍ତ୍ତିକ ପଞ୍ଚୁକ ପୁରାଣ ପୂଜାର ପୂର୍ଣ୍ଣହୂତି ପଡିଛି। ପବିତ୍ର କାର୍ତ୍ତିକ ମାସ । ଏହା ଧର୍ମର ମାସ । କାର୍ତ୍ତିକ ବ୍ରତୀ ମାନେ ମାସ ସାରା ବଡି ଭୋରରୁ ବୁଡ ପକାଇ ରାଧାକୃଷ୍ଣଙ୍କ ପୂଜା କରି କାର୍ତ୍ତିକ ବ୍ରତ ପାଳନ କରୁଥିଲେ। ବିଶେଷ କରି ଅଁଳା ନବମୀରୁ ଆରମ୍ଭ ହୋଇଯାଇଥାଏ କାର୍ତ୍ତିକ ବ୍ରତ ଓ ପୁରାଣ ପୂଜା କାର୍ଯ୍ୟକ୍ରମ । ବ୍ରତୀ ମାନେ ଏକ ଓଳି ହବିଷ୍ୟ କରି ପୂଜା ମଣ୍ଡପରେ ପୁରାଣ ଶୁଣି ପାଳିଥାନ୍ତି କାର୍ତ୍ତିକ ବ୍ରତ । ଏହି କ୍ରମରେ କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ର ଗାଁ ଗାଁ ରେ ଚାଲିଥିଲା ପୂରାଣ ପୂଜା କାର୍ତ୍ତିକ ବ୍ରତ,ତୁଳସୀ ପୂଜା କାର୍ଯ୍ୟକ୍ରମ। ନର୍ଲା ବ୍ଲକ୍ ଅଞ୍ଚଳରେ ୨୫୦ ରୁ ଉର୍ଦ୍ଧ୍ବ ସ୍ଥାନରେ ଚାଲିଥିଲା ଏହି ପଞ୍ଚୁକରେ ପୁରାଣ ପୂଜନ କାର୍ଯ୍ୟକ୍ରମ । ସେହିଭଳି ନର୍ଲା ଓ ସର୍ଗିଗୁଡା ଗ୍ରାମ ପଞ୍ଚାୟତ ଅଞ୍ଚଳରେ ବିଶେଷ କରି ସର୍ଗିଗୁଡା ପ୍ରହରୀ ମଣ୍ଡପ, ସର୍ଗିଗୁଡା ମାଝୀପଡା, ବିଞ୍ଝାଲପଡା, ଡିଗିରାପଡା, ଭଟାଙ୍ଗ, ଶାନ୍ତି ନଗର ପଡା, ପଟାଙ୍ଗପଡା, ଉଲିସିର୍କା, ବାଙ୍କେଲ, ତୁଲାଗାଁ, ରୁପ୍ରାରୋଡ଼ ପ୍ରଭୃତି ସ୍ଥାନରେ ପାଞ୍ଚଦିନ ଧରି ଚାଲିଥିଲା ଏହି ପୁରାଣ ପୂଜା କାର୍ଯ୍ୟକ୍ରମ । ନର୍ଲା ଗ୍ରାମ ପଞ୍ଚାୟତ ଅଞ୍ଚଳରେ ନର୍ଲା ତ୍ରୀନାଥ ମନ୍ଦିର, ରେଖପୁର, ରେଗଡିମାଳ, ଡଙ୍ଗରମାଳ, ଜୁର୍କାଭଟା, କଲୋନୀପଡା, ନର୍ଲା ଶାନ୍ତି ନଗର ପଡା, ରୁପ୍ରାରୋଡ଼ ଗାୟତ୍ରୀ ମନ୍ଦିର ଏଭଳି ପ୍ରଭୃତି ସ୍ଥାନରେ ପଞ୍ଚୁକ ପାଇଁ କାର୍ତ୍ତିକ ବ୍ରତ ଓ ପୁରାଣ ବସା କାର୍ଯ୍ୟକ୍ରମ ମାନ ଅନୁଷ୍ଠିତ ହେଉଥିଲା। ଏହି କ୍ରମରେ ପଞ୍ଚୁକ ପାଞ୍ଚଦିନ ପୁରାଣ ପୂଜା ପାଇଁ ବୁଧବାର କଳସ ଯାତ୍ରା ଅନୁଷ୍ଠିତ ହୋଇଥିଲା । ଗୁରୁବାର ସକାଳୁ ଆରମ୍ଭ ହୋଇଥିଲା ପୁରାଣ ପୂଜା । ଏହି କ୍ରମରେ ସର୍ଗିଗୁଡା ମାଝୀ ପଡା ର କାର୍ତ୍ତିକ ବ୍ରତି ମାନେ କର୍ତ୍ତା ଚନ୍ଦ୍ରିକା ମାଝୀ, ବିଶିକେସନ ମାଝୀ ଓ ନିଲେଦ୍ରୀ ମାଝୀ, ଦେବାରଚନ ମାଝୀ ଦମ୍ପତିଙ୍କ ନେତୃତ୍ୱରେ ସାବେତ୍ରୀ ମାଝୀ ( ଭାଙ୍ଗଲି) ଙ୍କ ସହଯୋଗ କ୍ରମେ ବ୍ରତୀ ସବିତା ପଧାନ, ମଂଜୁ ମାଝୀ, ଟିକି ମାଝୀ, କ୍ଷୀଟି ମାଝୀ, ଦେବକୀ ମାଝୀ, ଗୌରୀ ମାଝୀ, ଶୁଶୀଳା ମାଝୀ, ବବି ମାଝୀ, ଚତୁର୍ଭୁଜ ମାଝୀ, ସମତା ମାଝି, ମିଥିଲା ମାଝୀ, ପ୍ରେମ ମାଝୀ ପ୍ରମୁଖ ସର୍ଗିଗୁଡା ପୁଷ୍କରିଣୀରୁ ଏକ ଭବ୍ୟ କଳସ ଯାତ୍ରାରେ ଜଳ ନେଇ ପୁରାଣ ପୂଜା ସ୍ଥଳିରେ କଳସ ସ୍ଥାପନ କରିଥିଲେ । ଗୁରୁବାର ପଞ୍ଚୁକ ଦିନ ସକାଳୁ ପୁରାଣ ଦେବତା ପୂଜନ, ବୃନ୍ଦାବତୀ ପୂଜନ ଓ ପୁରାଣ ପଠନ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ବ୍ରହ୍ମା ପଣ୍ଡିତ ଭାବରେ ବିଘ୍ନରାଜ ମିଶ୍ର ଓ ସତ୍ୟ ପାଣ୍ଡେ ପୁରାଣ ପଠନ ଓ ପୂଜନ କାର୍ଯ୍ୟ ପରିଚାଳନା କରୁଥିଲେ । ସେହିଭଳି ବିଞ୍ଝାଲପଡାରେ ଆଧ୍ୟାତ୍ମବାଦୀ. ଧର୍ମ ପରାୟଣ ତୀର୍ଥବାସୀ ପଧାନଙ୍କ ଉଦ୍ୟୋଗ କ୍ରମେ ଜେମାମଣି ପଧାନଙ୍କ ସହଯୋଗ ରେ ମାସବ୍ୟାପି ଚାଲିଥିଲା କାର୍ତ୍ତିକ ବ୍ରତ ଓ ପୁରାଣ ପୂଜନ କାର୍ଯ୍ୟକ୍ରମ । ନର୍ଲା ତ୍ରିନାଥ ମନ୍ଦିର ରେ ୨୫ ବର୍ଷ ଧରି ପୁରାଣ ପାଠ ସହ ଜନ ସାଧାରଣ ଙ୍କ ପାଇଁ ପାଞ୍ଚ ଦିନ ଧରି ଅନ୍ନ ଭୋଗର ମଧ୍ୟ ବ୍ୟବସ୍ଥା ହେଇ ଆସୁଛି | ଚଳିତ ବର୍ଷ ର ପୁରାଣ ପୁଜା କାର୍ଯ୍ୟକ୍ରମରେ ଭୀମରାଜ ହଂସ ଦମ୍ପତି କର୍ତ୍ତା ଦାୟିତ୍ଵ ତୁଲାଇଥିବା ବେଳେ ରାମଚନ୍ଦ୍ର ପାଢ଼ୀ ପୂଜନ କାର୍ଯ୍ୟ ସମ୍ପାଦନ କରିଥିଲେ | ପ୍ରସିଦ୍ଧ ସଂକୀର୍ତ୍ତନ ଗୁରୁ ବିଜୟ ପଣ୍ଡା ଏହାର ପରିଚାଳନା ଦାୟିତ୍ୱ ନିର୍ବାହନ କରିଥିବା ବେଳେ ସଞ୍ଜୟ ପଣ୍ଡା, ରାଜେଶ ବିଶୋଇ, ରମେଶ ବାଗ, ବଡ ହଂସ, ଈଶ୍ୱରୀ ବହାଦୁର, ସତ୍ୟବାନ ସାହାଣୀ, ହେମକାନ୍ତ ଚନ୍ଦନ, ଭଗତରାମ ଗୌଡ଼ଙ୍କ ସମେତ ଅନ୍ୟାନ ସଦସ୍ୟ ବୃନ୍ଦ କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ। ପଞ୍ଚୁକ ପାଞ୍ଚଦିନ ବ୍ୟାପି ଏହି ପୁରାଣ ପୂଜା ଓ ପୁରାଣ ପଠନ କାର୍ଯ୍ୟକ୍ରମ ମାନ ଗାଁ ଗାଁ ରେ ଚାଲୁଥିଲା। ସମସ୍ତ ପୂଜା ମଣ୍ଡପରେ ବ୍ରତୀ ମାନେ ସାରା ରାତି ଉଜାଗର ରହି ପୁରାଣ ଶୁଣି ବାଡ଼ି ଭୋରରୁ ବୋଇତ ବନ୍ଦାଣ କରିଥିଲେ । ଏହା ଆଜିକାର ପରମ୍ପରା ନୁହଁ । ଆବହମାନ କାଳରୁ ଓଡିଶାର ପୁର ପଲ୍ଲୀରେ ପାଳିତ ହୋଇ ଆସୁଛି କାର୍ତ୍ତିକ ବ୍ରତ ଓ ପୁରାଣ ପୂଜନ କାର୍ଯ୍ୟକ୍ରମ । କାର୍ତ୍ତିକ ପୂର୍ଣ୍ଣିମା ବଡି ଭୋରରୁ କାର୍ତ୍ତିକ ବ୍ରତୀ ମାନେ ବୁଡ ପକାଇ ବୋଇତ ବନ୍ଦାଣ କରି ଏହାର ପୂର୍ଣ୍ଣାହୂତି କରିଛନ୍ତି ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.