ଧାନମଣ୍ଡି ଖୋଲିବାରେ ବିଳମ୍ବ ଓ ଅବ୍ୟବସ୍ଥାକୁ ନେଇ ରାଜ୍ୟପାଳଙ୍କୁ ବିଜେପିର ଦାବୀପତ୍ର ପ୍ରଦାନ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): କଳାହାଣ୍ଡି ଜିଲ୍ଲାରେ ଧାନ ଅମଳ ଅର୍ଦ୍ଧାଧିକ ସରି ସାରିଥିବା ବେଳେ ଏଯାଏଁ ରାଜ୍ୟ ସରକାର ଧନମଣ୍ଡି ଆରମ୍ଭ କରିନଥିବାରୁ ଚିନ୍ତାରେ ଚାଷୀ । ଅନ୍ୟପକ୍ଷେ ପାଣିପାଗ ବିଭାଗ ତରଫରୁ ଲଘୁଚାପ ଓ ବାତ୍ୟା ଘୋଷଣାକୁ ନେଇ ଚାଷୀ ଆତଙ୍କିତ । ଚାଷୀଙ୍କ ଏସବୁ ସମସ୍ୟା ଓ ରାଜ୍ୟ ସରକାରଙ୍କ ଟାଳଟୁଳ ନୀତିକୁ ଦେଖି ଆଜି ବୁଧବାର ପୂର୍ବାହ୍ନ ୧୧ ଘଣ୍ଟା ସମୟରେ ଭାରତୀୟ ଜନାଟପାର୍ଟି ଜିଲ୍ଲା ସଭାପତି ଆର୍ତ୍ତତ୍ରାଣ ମହାପାତ୍ରଙ୍କ ନେତୃତ୍ୱରେ କୃଷକ ମୋର୍ଚ୍ଚା ସଭାପତି କେଶରୀ ଦୂର୍ଗା, ବିଜେପି ନେତ୍ରୀ ଡ. ସୁନୀତି ମୁଣ୍ଡ, ପ୍ରେମ ନାଏକ, ରୋହିତ୍ ଦୂର୍ଗା ଓ ପଚାଶ ରୁ ଉର୍ଦ୍ଧ୍ଵ ବିଜେପି କର୍ମକର୍ତ୍ତା ଏକ ଶୋଭାଯାତ୍ରାରେ ଯାଇ ନାରବାଜି କରିବା ସହ ଏ ସରକାରଙ୍କର ଚାଷୀ ବିରୋଧୀ ମନୋଭାବ ଏବଂ ଦୂର୍ନିତୀ ଭ୍ରଷ୍ଟାଚାର ଯୋଗୁଁ ଚାଷୀ ଆଜି ବହୁତ କ୍ଷତିଗ୍ରସ୍ତ ହୋଇ ନିଜର ମାନସିକ ଭାରସାମ୍ୟ ହରାଇ ଆତ୍ମହତ୍ୟା କରିଛନ୍ତି । ଓଡିଶା ସରକାର ଯାଯପୁର ଜିଲ୍ଲାର ଧର୍ମଶାଳା, ନୟାଗଡ଼ ଜିଲ୍ଲାର ରଣପୁର ଓ ବଲାଙ୍ଗିର ଜିଲ୍ଲାର ଲୁଇସିଙ୍ଗା ଅଞ୍ଚଳର ୩ଜଣ ଚାଷୀ ଅନାବୃଷ୍ଟି କାରଣରୁ ଧାନ ଫସଲ ନଷ୍ଟ ହେବାରୁ କିପରି ପରିବାର ପ୍ରତି ପୋଷଣ କରିବେ ଓ ଋଣ ଶୁଝିବେ ଚିନ୍ତାରେ ମାନସିକ ଭାରସାମ୍ୟ ହରାଇ ଆତ୍ମହତ୍ୟା କରିଛନ୍ତି । ଓଡିଶା ସରକାର ଚାଷୀ ମାନଙ୍କ ସମସ୍ୟା ସମାଧାନ କରିବାରେ ସଂପୂର୍ଣ୍ଣ ଭାବରେ ବିଫଳ ହୋଇଛନ୍ତି । ରାଜ୍ୟ ସରକାର ସେପ୍ଟେମ୍ବର ୧ ତାରିଖରେ ଧାନମଣ୍ଡି ଖୋଲିବା ପାଇଁ ଘୋଷଣା କରିଥିଲେ । କିନ୍ତୁ ଦୁଃଖ ଓ ପରିତାପର ବିଷୟ ନଭେମ୍ବର ମାସ ଶେଷ ହେବାକୁ ବସିଲାଣି ଆଜି ପର୍ଯ୍ୟନ୍ତ ରାଜ୍ୟରେ ଧାନ ମଣ୍ଡି ଖୋଲିଲା ନାହିଁ । ଯଦ୍ୱାରାକି ଚାଷୀମାନେ ବାଧ ହୋଇ ଧାନ କ୍ୱିଣ୍ଟାଲ ୧୩୦୦/୧୪୦୦ ଟଙ୍କାରେ ଦଲାଲ ମାନଙ୍କୁ ବିକୁଛନ୍ତି । ବୋଲି କହିବା ସହ ଭବାନୀପାଟଣା ଉପଜିଲ୍ଲାପାଳ ଙ୍କ ଜରିଆରେ ମହାମହିମ ରାଜ୍ୟପାଳଙ୍କୁ ୫ ଦଫା ଦାବୀ ସମ୍ବଳିତ ଏକ ଦାବୀପତ୍ର ପ୍ରଦାନ କରିଛନ୍ତି। ଦାବୀ ଗୁଡିକ ମଧ୍ୟରେ

୧.ରାଜ୍ୟ ସରକାର ଅତିଶୀଘ୍ର କଳାହାଣ୍ଡି ଜିଲ୍ଲାର ସମସ୍ତ ଧାନମଣ୍ଡି ଖୋଲନ୍ତୁ ।

୨. ଧାନମଣ୍ଡି ସବୁଦିନ ପାଇଁ ଖୋଲା ରହୁ ।

୩, ଧାନକିଣା କାରବାରରେ କଟନି ଛଟନି ବନ୍ଦ କରାଯାଉ ।

୪. ଧାନମଣ୍ଡିରେ ମିଲର ମାନଙ୍କ ଦାଦାଗିରି ବନ୍ଦ କରିବା

ସହିତ ମିଲର ମାନଙ୍କ ପ୍ରବେଶକୁ ବନ୍ଦ କରାଯାଉ ।

୫. ଧାନକିଣା କାରବାରରେ ଟୋଳନ ବ୍ୟବସ୍ଥାକୁ ଉଚ୍ଛେଦ କରାଯାଉ ଏବଂ ଚଳିତ ଜାନୁୟାରୀ ମାସ ଶେଷ ସୁଧା ସମସ୍ତ ଚାଷୀଙ୍କ ଧାନକିଣା ଯାଉ ବୋଲି ଦାବୀ ରଖିଛି ବିଜେପି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.