ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): କୋକସରା ବ୍ଲକ ଡାଲଗୁମା ଧାନମଣ୍ଡି ଠାରେ ଖରିଫ ଧାନ କ୍ରୟ ନିମନ୍ତେ ଗୁରୁବାର ଧାନମଣ୍ଡି ର ଶୁଭାରମ୍ଭ ହୋଇଛି। ମା ‘ତାରିଣୀ ସ୍ୱୟଂ ସହାୟିକା ଗୋଷ୍ଠୀ ଡାଳଗୁମା ଆନୁକୂଲ୍ୟରେ ଧାନ କ୍ରୟ ହେଉଥିବା ଏହି ମଣ୍ଡିକୁ ସରପଞ୍ଚ ଯୋଗେନ୍ଦ୍ର ପଟ୍ଟନାୟକ ଆନୁଷ୍ଠାନିକ ଭାବେ ମଣ୍ଡିର ଶୁଭାରମ୍ଭ କରିଥିଲେ। ଏହି ଅବସରରେ ଗ୍ରାମ୍ୟ କୃଷି କର୍ମଚାରୀ ଭକ୍ତ ମାଝୀ, ସ୍ୱୟଂ ସହାୟିକା ଗୋଷ୍ଠୀର ସଭାନେତ୍ରୀ ଯୁଗମନୀ ଧରୁଆ, ସମ୍ପାଦିକା ସରସ୍ବତୀ ଧରୁଆ, ଡ଼ିଇଓ ଅଭିମନ୍ୟୁ ନାଗ, ମଞ୍ଜୁଳା ଧରୁଆ, ୱାର୍ଡସଭ୍ୟ ଦିଗାମ୍ବର ବେମାଲ, ଧନମଣି କଟା, ଶ୍ରୀଧର ମାଝୀ, ପ୍ରବୀର ପଣ୍ଡା, ଚାଷୀ କମିଟିର କହଁରରାମ ଧରୁଆ, ନୃପ ପୁଝାରୀ, ପ୍ରଭାତ ଚଣ୍ଡି, ଦେବେନ୍ଦ୍ର ସାଗର, ରାଧାକାନ୍ତ ହଂସ, ଡିଙ୍ଗର ଭାଟି, ଗଗନେ ପୁଝାରୀ, ତୁଷାର ସୁନାନୀ, ଯୁବରାଜ ରୋତି, ସୁଧୀର ପଟ୍ଟନାୟକ, ମା ‘ତାରିଣୀ ସ୍ଵୟଂ ସହାୟିକା ଗୋଷ୍ଠୀର ସମସ୍ତ ସଦସ୍ୟ ସମେତ ଡାଳଗୁମା, ଛିଲିପାମାଲ, ଚିତାମୁଣ୍ଡା, ଲଟାପଡ଼ା ଗ୍ରାମର ଚାଷୀମାନେ ଉପସ୍ଥିତ ଥିଲେ।