ନିଜ ମାଟିରେ ନ୍ୟୁଜିଲାଣ୍ଡକୁ ହରାଇଲା ବାଂଲାଦେଶ

ଓଡ଼ିଆ ବାର୍ତ୍ତା/ ଢ଼ାକା: ଏଠାରେ ଅନୁଷ୍ଠିତ ପ୍ରଥମ କ୍ରିକେଟ ଟେଷ୍ଟରେ ବାଂଲାଦେଶ ୨୩ ବର୍ଷ ପରେ ନ୍ୟୁଜିଲାଣ୍ଡକୁ ପରାସ୍ତ କରିଛି । ନ୍ୟୁଜିଲାଣ୍ଡ ବିପକ୍ଷରେ ଟେଷ୍ଟରେ ବାଂଲାଦେଶର ଏହା ଦ୍ୱିତୀୟ ବିଜୟ । ୩୩୨ ରନର ବିଜୟ ଲକ୍ଷ୍ୟକୁ ପିଛା କରି ନ୍ୟୁଜିଲାଣ୍ଡ ବାଂଲାଦେଶ ବୋଲରଙ୍କ ଉଚିତ ମୁକାବିଲା କରି ନ ପାରି ୧୮୧ ରନରେ ଅଲଆଉଟ ହୋଇ ଯାଇଥିଲା । ଗତ ବର୍ଷ ନ୍ୟୁଜିଲାଣ୍ଡ ବିପକ୍ଷରେ ଟେଷ୍ଟ କ୍ରିକେଟରେ ବାଂଲାଦେଶ ତାର ପ୍ରଥମ ବିଜୟ ହାସଲ କରିଥିଲା । ଉଭୟ ଦେଶ ମଧ୍ୟରେ ଓଭରାଲ ୧୮ଟି ଟେଷ୍ଟ ଖେଳାଯାଇଛି । ନ୍ୟୁଜିଲାଣ୍ଡ ୧୩ଟି, ବାଂଲାଦେଶ ୨ଟି ଏବଂ ୩ଟି ଟେଷ୍ଟ ଡ୍ର ରହିଛି । ବାଂଲାଦେଶ ଟିମରେ ଏଥର ଅଧିକାଂଶ ଯୁବ ଖେଳାଳି ଖେଳୁଥିଲେ । ଶକିବ ଉଲ ହାସନ, ମହମ୍ମୁଦାଲ୍ଲା, ଲିଟନ ଦାସ, ମୁସ୍ତାଫିଜୁର ରହେମାନ ଖେଳୁ ନ ଥିଲେ । ବାଂଲାଦେଶ ପ୍ରଥମେ ବ୍ୟାଟିଂ କରି ୩୧୦ ରନ କରିଥିଲା । ଜବାବରେ ନ୍ୟୁଜିଲାଣ୍ଡ କେନ ୱିଲିୟମସନଙ୍କ ଶତକ ବଳରେ ୩୧୭ ରନ କରିଥିଲା । ବାଂଲାଦେଶ ଦ୍ୱିତୀୟ ଇନିଂସରେ ୩୩୮ ରନ କରିଥିଲା । ଅଧିନାୟକ ନାଜମୁଲ ଶାନ୍ତୋ ୧୦୬ ରନର ଇନିଂସ ଖେଳିଥିଲେ । ତାଜିଲ ଇସଲାମ ୬ଟି ୱିକେଟ ନେଇଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.