ଭାରତ ସ୍କାଉଟ୍ସ ଏଣ୍ଡ ଗାଇଡ୍ସ ରାଜ୍ୟ ପୁରସ୍କାର ଟେଷ୍ଟ କ୍ୟାମ୍ପ ଉଦଯାପିତ

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): କୋକସରା ବ୍ଲକ ରେଙ୍ଗାଲପାଲି ପଞ୍ଚାୟତ ଇନ୍ଦ୍ରାବତୀ ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ଭାରତ ସ୍କାଉଟ୍ସ ଏଣ୍ଡ ଗାଇଡ୍ସ ରାଜ୍ୟ ପୁରସ୍କାର ଟେଷ୍ଟ କ୍ୟାମ୍ପ ଶୁକ୍ରବାର ଠାରୁ ଆରମ୍ଭ ହୋଇ ଶନିବାର ଉଦଯାପିତ ହୋଇଛି।ଏହି ରାଜ୍ୟ ପୁରସ୍କାର ଟେଷ୍ଟ କ୍ୟାମ୍ପରେ ୨୮ ଜଣ ଗାଇଡ୍ସ ଏବଂ ୭୨ଜଣ ସ୍କାଉଟ୍ସ ପରୀକ୍ଷାରେ ଅଂଶ ଗ୍ରହଣ କରି ପ୍ରାଥମିକ ଚିକିତ୍ସା, ପ୍ରକଳ୍ପ ତିଆରି ରଶି ଗଣ୍ଠି, ପାଣିରେ ବୁଡ଼ି ଯାଉଥିବା ଲୋକଙ୍କୁ ବଞ୍ଚେଇବା , ସଂକେତ, ସୁସ୍ଥ ରହିବା ପାଇଁ ବ୍ୟୟାମ ଭଳି ବିଭିନ୍ନ ପରୀକ୍ଷା ହୋଇଥିଲା।ଏହି କ୍ୟାମ୍ପ ରେ କଳାହାଣ୍ଡି ଜିଲ୍ଲାର ୧୫ ଟି ବିଦ୍ୟାଳୟରୁ ଛାତ୍ରଛାତ୍ରୀ ମାନେ ଯୋଗ ଦେଇଥିଲେ।ଏହି କାର୍ଯ୍ୟକ୍ରମର ପରୀକ୍ଷକ ଭାବେ ସହକାରୀ ସଂଗଠକ କମିଶନର ଓଡିଶା ସନ୍ତୋଷ କୁମାର ଦେଓ, ଜିଲ୍ଳା ସ୍କାଉଟ୍ସ ସଚିବ ମହେନ୍ଦ୍ର କୁମାର ପଣ୍ଡା, ଜିଲ୍ଳା ସମ୍ପାଦକ ସଞ୍ଜୟ କୁମାର ମିଶ୍ର, ଜିଲ୍ଳା ଗାଇଡ୍ସ କମିଶନର ବିଷ୍ଣୁପ୍ରିୟା ନାଏକ, ଜିଲ୍ଳା ଟ୍ରେନିଂ କମିଶନର ଧିରେନ୍ଦ୍ର କୁମାର ପଣ୍ଡା, ଜିଲ୍ଳା ଯୁଗ୍ମ ସମ୍ପାଦକ ସନାତନ ସାହୁ, ଜିଲ୍ଳା ସଂଗଠନ କମିଶନର ସନ୍ତୋଷ କୁମାର ପାଣିଗ୍ରାହୀ, ପ୍ରଧାନ ଶିକ୍ଷକ ଲୋକନାଥ ନାଏକ, ପବିତ୍ର ମୋହନ ପାସା, ନାରାୟଣ ପ୍ରଧାନ, ସମୀର ପଣ୍ଡା, ଦିପ୍ତିମୟୀ ଶବର, ସଚିତାନନ୍ଦ ରାଉତ, ଗୋକୁଳାନନ୍ଦ କଲାରୀ, କୁମୁଦ ଦୋରା, ବୀଣାପାଣି ନାଏକ ପ୍ରମୁଖ ଯୋଗଦେଇଥିଲେ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.