ବିଜୁ ଛାତ୍ର ଜନତା ଦଳ ବଲାଙ୍ଗୀର ଜୋନ୍ ଉପ ସଭାପତି ହେଲେ ଦେବାଶିଷ ରଞ୍ଜନ ବିଶି

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ବିଜୁ ଛାତ୍ର ଜନତା ଦଳ ବଲାଙ୍ଗୀନ ଜୋନର ଉପ ସଭାପତି ଭାବେ ନିଯୁକ୍ତି ପାଇଛନ୍ତି ଲାଞ୍ଜିଗଡ଼ ବ୍ଲକର ଛାତ୍ରନେତା ଦେବାଶିଷ ରଞ୍ଜନ ବିଶି। ୨୦୧୭-୧୮ ବର୍ଷରେ ସେ ଲାଞ୍ଜିଗଡ଼ ବ୍ଲକର ଏକମାତ୍ର ଡିଗ୍ରୀ ମହାବିଦ୍ୟାଳୟ ବିଶ୍ବନାଥପୁରସ୍ଥିତ ମାଁ ହୀରାନୀଳା ଡିଗ୍ରୀ ମହାବିଦ୍ୟାଳୟ ଛାତ୍ର ସଂସଦର ପ୍ରଥମ ସଭାପତି ଭାବେ ନିର୍ବାଚିତ ହୋଇଥିଲେ। ସେ ନିର୍ବାଚିତ ହେବା ପରେପରେ ମହାବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ସମସ୍ୟା ନିରାକରଣ ଦିଗରେ ଅଗ୍ରଣୀ ଭୂମିକା ଗ୍ରହଣ କରିଥିଲେ। ସେହିପରି ୨୦୧୮ରୁ ୨୦୨୦ ପର୍ଯ୍ୟନ୍ତ ସେ ବିଜୁ ଛାତ୍ର ଜନତା ଦଳର ଲାଞ୍ଜିଗଡ଼ ବ୍ଲକ ସଭାପତି ଭାବେ ଦାୟିତ୍ବ ତୁଲାଇଥିଲେ। ଏହାପରେ ପରେ ସେ ଲାଞ୍ଜିଗଡ଼ ବ୍ଲକର ବିଭିନ୍ନ ଛାତ୍ର ସମସ୍ୟାକୁ ନେଇ ନିୟମିତ ସ୍ବର ଉତ୍ତୋଳନ କରି ଆସୁଛନ୍ତି। ବର୍ତ୍ତମାନ ତାଙ୍କୁ ଶାସକ ବିଜୁ ଜନତା ଦଳର ଛାତ୍ର ସଂଗଠନ ବିଜୁ ଛାତ୍ର ଦଳର ବଲାଙ୍ଗୀର ଜୋନର ଉପ ସଭାପତି ଦାୟିତ୍ବ ଦିଆଯାଇଛି। ତାଙ୍କର ନୂତନ ନିଯୁକ୍ତିକୁ ନେଇ ବିଶ୍ବନାଥପୁର, ଲାଞ୍ଜିଗଡ଼ ଅଞ୍ଚଳରେ ଖୁସିର ଲହରୀ ଖେଳିଯାଇଛି। ସେହିପରି ଲାଞ୍ଜିଗଡ଼ ବ୍ଲକର ଭୈରବ ବହିଦାରଙ୍କୁ ବିଜୁ ଛାତ୍ର ଜନତା ଦଳର ବଲାଙ୍ଗୀର ଜୋନ ସମ୍ପାଦକ ଭାବେ ନିଯୁକ୍ତି ମିଳିଛି ତାଙ୍କୁ ମଧ୍ୟ ଶୁଭେଚ୍ଛାର ସୁଅ ଛୁଟୁଛି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.