ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): ଓବିସି ଜନଜାଗରଣ ରଥକୁ ସ୍ୱାଗତ ନିମନ୍ତେ ଗୁରୁବାର କୋକସରା ବ୍ଳକ ସଦର ମହକୁମା ସ୍ଥିତ ଯାଦବ ଭବନଠାରେ ଏକ ପ୍ରସ୍ତୁତି ବୈଠକ ହୋଇଛି। ଓବିସି ଜନଜାଗରଣ ମଞ୍ଚ କଳାହାଣ୍ଡି ଜିଲ୍ଲା ସଂଯୋଜକ ଡାକେ ଲହଜଲଙ୍କ ସଭାପତିତ୍ବରେ ଅନୁଷ୍ଠିତ ଉକ୍ତ ବୈଠକରେ ଆସନ୍ତା ୧୦ ତାରିଖରେ କୋକସରା ବ୍ଳକକୁ ଆସୁଥିବା ଓବିସି ଜନଜାଗରଣ ରଥକୁ କିଭଲି ସ୍ୱାଗତ ଓ ସମ୍ବର୍ଦ୍ଧନା କରାଯିବ ଏବଂ ଏକ ସାଧାରଣ ସଭା ଅନୁଷ୍ଠିତ ହେବ ନେଇ ଆଲୋଚନା ହୋଇଥିଲା। କୋକସରା ବ୍ଳକ ନିମନ୍ତେ କାର୍ଯ୍ୟକ୍ରମ ସଂଯୋଜନା କରିବା ପାଇଁ ଏକ ୬ଜଣିଆ କମିଟି ମଧ୍ୟ ଗଠନ କରାଯାଇଥିଲା। ବୈଠକରେ ମାଲି ସମାଜରୁ ରତନ ନାଏକ, ଶିବ ପ୍ରଧାନୀ, ଧର୍ମଗଡ଼ ବିଧାୟକଙ୍କ ପ୍ରତିନିଧି ମାନସ ରଞ୍ଜନ ବାଗ, ପୁରୁଷୋତ୍ତମ ଗୁପ୍ତା, ତ୍ରିଭୁବନ ନାଏକ, ବ୍ଳକ ଯାଦବ ସମିତିର ସମ୍ପାଦକ ଅଲେଖ ଗୋପାଳ, ବ୍ଳକ ଯାଦବ ମହାସଭାର ସଭାପତି ବିନୋଦ ରାଉତ, ଧର୍ମଗଡ଼ ବିଜ୍ଞାପିତ ଅଞ୍ଚଳ ପରିଷଦ ଯାଦବ ସମିତିର କାର୍ଯ୍ୟକାରୀ ସଭାପତି ପ୍ରମୋଦ ହଂସ, ଲିଙ୍ଗରାଜ ବେହେରା, ପ୍ରହଲ୍ଲାଦ ଚଣ୍ଡୀ, ମନିଜର ପୋଡ଼, ସୁଦର୍ଶନ ବେହେରା ସମେତ ଓବିସି ବର୍ଗର ନେତୃମଣ୍ଡଳୀ ଉପସ୍ଥିତ ରହି କିଭଲି କାର୍ଯ୍ୟକ୍ରମଟି ସଫଳ ହେବ ସେଥିଲାଗି ନିଜ ନିଜର ମତ ରଖିଥିଲେ।