ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ଅଧିନସ୍ଥ ରୁପ୍ରାରୋଡ ପ୍ରାଥମିକ କୃଷି ସମବାୟରେ ଆଜି ଗୁରୁବାର ଧାନମଣ୍ଡି ଉଦଘାଟିତ ହୋଇଯାଇଛି। ଏକ ଭବ୍ୟ କାର୍ଯ୍ୟକ୍ରମ ମଧ୍ୟରେ ମୁଖ୍ୟ ଅତିଥି ଭାବରେ ନର୍ଲା ବ୍ଲକ ଉପାଧ୍ୟକ୍ଷ ଦୁର୍ଗା ପ୍ରସାଦ ମହାନ୍ତି ଯୋଗଦାନ କରି ଧାନମଣ୍ଡି ଉଦ୍ଘାଟନ କରିଥିଲେ। ଏହି ଉଦ୍ଘାଟନୀ କାର୍ଯ୍ୟକ୍ରମରେ ମାର୍କଫେଡର ନିର୍ଦ୍ଦେଶକ ଦେବରାଜ ମାଝୀ, ପ୍ୟାକ୍ସ ସଭାପତି ବିଜୟ କୁମାର ଭୋଇ, ରୁପ୍ରାରୋଡ ସରପଞ୍ଚ ହେମନ୍ତ କୁମାର ଭୋଇ, ସମିତିର ନିର୍ଦ୍ଦେଶକ ଓ ଚାଷୀ ପ୍ରତିନିଧି ମନୋଜ କୁମାର ମହାନ୍ତି, ସୁଶିଲ କୁମାର ମହାନ୍ତି, ସମିତିର ସଂପାଦକ ପ୍ରେମାନନ୍ଦ ସାହୁଙ୍କ ସହ ସମିତି କର୍ମଚାରୀ ମକୁନ୍ଦ୍ ଭୋଇ, ଏହି ମଣ୍ଡି ସହ ସଂଯୁକ୍ତ ଧାନମିଲ ଗୁଡ଼ିକର ଏଜେଣ୍ଟ ଗଣ, ମଣ୍ଡି ମୂଖ୍ୟ ଶ୍ରମିକ ରାଜୁ ମାଝୀ ଓ ଚାଷୀ ମାନେ ଉପସ୍ଥିତ ଥିଲେ।