ବିଦେଶରେ ବଢୁଛି ଭାରତୀୟ ଜ୍ଞାନ କୌଶଳରେ ନିର୍ମିତ ଫାଇଟର ଜେଟ ‘ତେଜସ୍’ର ଚାହିଦା

ଓଡ଼ିଆ ବାର୍ତ୍ତା/ ନୂଆଦିଲ୍ଲୀ: ବିଦେଶରେ ବଢ଼ିଛି ‘ତେଜସ’ର ଚାହିଦା। ଭାରତୀୟ ଜ୍ଞାନକୌଶଳରେ ନିର୍ମିତ ଫାଇଟର ଜେଟ ‘ତେଜସ୍’ । ନାଇଜେରିଆ, ଫିଲିପାଇନ୍ସ, ଆର୍ଜେଣ୍ଟିନା ଏବଂ ଇଜିପ୍ଟ ଭାରତର ଲାଇଟ କମ୍ବାଟ ଏୟାରକ୍ରାଫ୍ଟ ‘ତେଜସ୍’ କ୍ରୟ କରିବାକୁ ଆଗ୍ରହ ପ୍ରକାଶ କରିଛନ୍ତି । ଏନେଇ ହିନ୍ଦୁସ୍ତାନ ଏରୋନଟିକ୍ସ ଲିମିଟେଡ (ହାଲ୍)ର ଅଧ୍ୟକ୍ଷ ଓ ପରିଚାଳନା ନିର୍ଦ୍ଦେଶକ ସିବି ଅନନ୍ଥକ୍ରିଷ୍ଣନ ସୂଚନା ଦେଇଛନ୍ତି। ଏହି ସବୁ ଦେଶ ଖୁବଶୀଘ୍ର ତେଜସ୍ ଏୟାରକ୍ରାଫ୍ଟ କ୍ରୟ କରିବା ନେଇ ସୂଚନା ମିଳିଛି। ଯଦି ଏହି ସବୁ ଦେଶ ତେଜସ୍ କ୍ରୟ କରିବା ପାଇଁ ଅର୍ଡର ଦିଅନ୍ତି ତେବେ ହାଲ୍ ପାଇଁ ଏକ ଆହ୍ୱାନ ସୃଷ୍ଟି ହୋଇପାରେ । କାରଣ ଏହି ଏୟାରକ୍ରାଫ୍ଟର କିଛି ଯନ୍ତ୍ରାଂଶ ବ୍ରିଟେନରୁ ଆମଦାନି ହୁଏ। ତେବେ ଆର୍ଜେଣ୍ଟିନାକୁ କୌଣସି ପ୍ରକାର ସାମରିକ ଯୁଦ୍ଧାସ୍ତ୍ର ରପ୍ତାନି ଉପରେ ରୋକ ଲଗାଇଛି ବ୍ରିଟେନ୍ । ମାତ୍ର ତେଜସ୍ ତିଆରି ଲାଗି ବ୍ରିଟେନ୍‌ରେ ନିର୍ମିତ ଯନ୍ତ୍ରାଂଶର ବ୍ୟବହାର କରିବାକୁ ପଡୁଛି । ଏପରି ସ୍ଥିତିରେ ତେଜସ୍ ନିର୍ମାଣ କରି ରପ୍ତାନୀ କରିବା ଏକ ବଡ଼ ଚାଲେଞ୍ଜ। ତେବେ ସମୟ ଲାଗିଲେ ବି ଦେଶଗୁଡ଼ିକର ଚାହିଦା ପୂରଣ କରାଯିବ। ଗତ ଜୁଲାଇରେ ଆର୍ଜେଣ୍ଟିନା ପ୍ରତିରକ୍ଷା ମନ୍ତ୍ରୀ ଭାରତଗସ୍ତରେ ଆସିଥିଲେ। ହେଲିକପ୍ଟର ନିର୍ମାଣ ଲାଗି ଯନ୍ତ୍ରାଂଶ ଏବଂ ଅନ୍ୟ ସେବା ଯୋଗାଇଦେବ ବୋଲି ଆର୍ଜେଣ୍ଟିନା ବାୟୁସେନା ସହ ବୁଝମଣା କରିଥିଲା ହାଲ୍ । ସେହିଭଳି ଫିଲିପାଇନ୍ସ ଓ ଭାରତ ମଧ୍ୟରେ ସାମରିକ ସଂପର୍କ ବୃଦ୍ଧିପାଇବାରେ ଲାଗିଛି । ଭାରତରେ ବିକଶିତ ତେଜସ୍ ଏକ ସିଙ୍ଗଲ ଇଞ୍ଜିନ ଏୟାର କ୍ରାଫ୍ଟ। ପ୍ରତିକୂଳ ପରିସ୍ଥିତିରେ ଶତ୍ରୁର ବିନାଶ କରିପାରିବ ତେଜସ୍ । ଏହାକୁ ବିଶେଷ କରି ବାୟୁସେନା ଏବଂ ନୌସେନାରେ ପାଇଁ ଡିଜାଇନ୍ କରାଯାଇଛି । ବର୍ତ୍ତମାନ ଭାରତୀୟ ବାୟୁ ସେନା ପାଖରେ ପ୍ରାୟ ୪୦ ତେଜସ୍ ଏୟାରକ୍ରାଫ୍ଟ ରହିଛି । ଫେବୃଆରୀ ୨୦୨୧ରେ ପ୍ରତିରକ୍ଷା ମନ୍ତ୍ରଣାଳୟ ୪୮୦୦୦ କୋଟି ଟଙ୍କାରେ ୮୩ଟି ତେଜସ୍  MK-1A କ୍ରୟ କରିବାକୁ ହାଲ୍ ସହ ବୁଝାମଣା କରିଥିଲା । ମାତ୍ର ଗତ ମାସରେ ଅତିରିକ୍ତ ୯୭ ତେଜସ୍ ଜେଟ୍ କ୍ରୟ କରିବା ପାଇଁ ମନ୍ତ୍ରଣାଳୟ ପକ୍ଷରୁ ଅନୁମତି ପ୍ରଦାନ କରାଯାଇଛି ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.