୧୨ତମ ଜେକେବି ଟୁର୍ନାମେଣ୍ଟ ଉଦଘାଟିତ

ଓଡ଼ିଆ ବାର୍ତ୍ତା/ ନୂଆପଡ଼ା (ରାହୁଲ ବାଗ): ନୂଆପଡା ସହର ପଲସଗୁଡା ପଡିଆଠାରେ ଶନିବାର ୧୨ତମ ଜେକେବି ଡ଼ ନେନସିଂ ମାଝୀ ମେମୋରିଆଲ ଟୁର୍ନାମେଣ୍ଟ ଉଦଘାଟିତ ହୋଇ ଯାଇଛି। ଉଦ୍ଘାଟନୀ ଉତ୍ସବରେ ଜିଲ୍ଲା ପରିଷଦ ସଭ୍ୟ ଭରତ ଲାଲ ରାଉତ, ପଲସାଗୁଡା ୱାର୍ଡ ମେମ୍ବର ବିମଲ ସାହୁ, ଯୁବ ନେତା ରବି ବାଗ, ସମାଜସେବୀ ଟୁନା ସାହୁ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ। ଏହି ଟୁର୍ନାମେଣ୍ଟରେ ସର୍ବମୋଟ ୨୦ ଟି ଦଳ ଅଂଶ ଗ୍ରହଣ କରିବାକୁ ଥିବା ବେଳେ ଆଜି ଦୁଇଟି ଦଳକୁ ହରାଇ ସାଲିହା ଦଳ କ୍ୱାଟର ଫାଇନାଲରେ ପହଞ୍ଚିଛି।  ରେଲୱେ ବଏଜ ପାଲସାଗୁଡା କ୍ଳବ ଦ୍ୱାରା ଆୟୋଜିତ ଏହି ଟୁର୍ନାମେଣ୍ଟରେ ତୋଶ ସାହୁ, ଆବିଦ ହିଂଗୋରା, ପ୍ରେମ ଲାଲ ମାଝୀ,ମୋହନ ଭୋଇ ପ୍ରମୁଖ ବିଶେଷ ଭାବେ ସହଯୋଗ କରିଥିଲେ। ଟୁର୍ନାମେଣ୍ଟରେ ହେମକୁମାର ସାହୁ ଓ ହୃଷିକେଶ ଚନ୍ଦନ କମେଣ୍ଟ୍ରି କରୁଥିବା ବେଳେ ସ୍କୋରର ଭାବେ ଦେବଧର ବଂଛୋର ଦାଇତ୍ୱ ତୁଲାଇ ଥିଲେ। କୃଷ୍ଣ କଟା ଓ ମୋହନ ରାଉତ ଅମ୍ପେୟାରର ଦାଇତ୍ୱ ତୁଲାଇ ଥିଲେ। ଆୟୋଜକ କମିଟିର ଲିଟୁ ଟୁଡୁ, ସଂଜୀବ ନାଗ, ଓମ ନିଆଲ, ଈଶାନ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.