ଓଡ଼ିଆ ବାର୍ତ୍ତା/ ନୂଆପଡ଼ା (ରାହୁଲ ବାଗ): ନୂଆପଡା ବ୍ଲକର କେନ୍ଦୁବାହାର ପଂଚାୟତ ସିରିଗୁଡ଼ି ଗାଁରେ ସହିଦ ରେଣ୍ଡୋ ମାଝୀ ଜୟନ୍ତୀ ଓ ସହିଦ ବୀର ନାରାୟଣ ସିଂହ ସହିଦ ଦିବସ ପାଳିତ ହୋଇ ଯାଇଛି | କେନ୍ଦୁବାହାର ଗାଁ ର ସାମାଜିକ କର୍ମୀ ଉଦ୍ଧବ ଚନ୍ଦ୍ର ମାଝୀ ଙ୍କ ଅଧକ୍ଷତା ରେ ଆୟୋଜିତ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ସ୍ୱତନ୍ତ୍ର ବିକାଶ ପରିଷଦ ଅଧକ୍ଷ ଭଗତ ରାମ ମାଝୀ,ମୁଖ୍ୟ ବକ୍ତା ଭାବେ ଜିଲ୍ଲା ଆଦିବାସୀ କଲ୍ୟାଣ ସଙ୍ଘ ନୂଆପଡା ବ୍ଲକ ସଭାପତି ଭକ୍ତ ବନ୍ଧୁ ଧାରୁଆ,ସମ୍ମାନିତ ଅତିଥି ଭାବେ ଅଖିଳ ଭାରତୀୟ ଗୌଡ଼ ସମାଜ ର ଖେଦୁରାମ ମାଝୀ, ଗୌଡ଼ ସମାଜ ପାୱରତୋଲା ଉପ ସଭାପତି ରଞ୍ଜନ ମାଝୀ, ସିରିଗିଡି ଖଇରା ସମାଜ ର ନେହେରୁ ଖଇରା, ରାମ ରତନ ମିର୍ଧା,ସୁରେଶ ମିର୍ଧା,କୋମନା ବ୍ଲକ ଆଦିବାସୀ କଲ୍ୟାଣ ସଙ୍ଘ ସଭାପତି ଜ୍ଞାନେଶ୍ୱର ମାଝୀ,ନୂଆପଡା ବିଶ୍ୱବସୁ ଶବର ସମାଜ ର ସାଧୁ ରାମ ଶବର, ଭାକ ସିଂ ମାଝୀ,ପରମେଶ୍ୱର ଜଗତ,ହିରମତୀ ନେତମ,ପୁନିତ ରାମ ଶବର ପ୍ରମୁଖ ଯୋଗ ଦେଇଥିଲେ | ଭୂପେନ୍ଦ୍ର ମାଝୀ, ପିତାମ୍ବର ମାଝୀ,ନିର୍ମଳ ମାଝୀ, ଶୀତଳ ମାଝୀ,ଲକ୍ଷ୍ମୀ କାନ୍ତ ଖଇରା,ଦୁର୍ଗା ମାଝୀ, ରାଧା ମାଝୀ, ଯଶୋଦା ମାଝୀ,ଲକ୍ଷ୍ମୀ ମାଝୀ, ପାନପୁରୀ ମାଝୀ,ରାଜୁ ମାଝୀ, ଭିଖମ ମାଝୀ,ହରିଚନ୍ଦନ ମାଝୀ କାର୍ଯ୍ୟକ୍ରମ ପରିଚାଳନା କରିବା ରେ ବିଶେଷ ଭାବେ ସହଯୋଗ କରିଥିଲେ |