ଓଡ଼ିଆ ବାର୍ତ୍ତା/ କଲମପୁର (ଶରତ ଚନ୍ଦ୍ର ସୁନାନି): କଲମପୁର ସବ ପୋଷ୍ଟ ଅଫିସ ଠାରେ ମଙ୍ଗଳବାର ଗ୍ରାମୀଣ ଡାକ ସେବକ ମାନଙ୍କ ପକ୍ଷରୁ ଅନିର୍ଦିଷ୍ଟ କାଳ ପାଇଁ ଧର୍ମଘଟ ଡାକରା ଦିଆଯାଇଛି। ୧୪ଟି ବ୍ରାଞ୍ଚ ର ୧୫ରୁ ଅଧିକ କର୍ମଚାରୀ ସେମାନଙ୍କ ନାର୍ଯ୍ୟ ଦାବୀ ହାସଲ ପାଇଁ ଯଥା ସେମାନଙ୍କୁ ଦୈନିକ ୮ଘଣ୍ଟା କାର୍ଯ୍ୟ ନିର୍ଘଣ୍ଟ, ପ୍ରତି ୧୨ ବର୍ଷରେ ଆର୍ଥିକ ପଦୋନ୍ନତି, ୫ଲକ୍ଷ ଟଙ୍କା ସ୍ୱାସ୍ଥ୍ୟ ବୀମା, ପେନଶନ ପ୍ରଦାନ, ଗ୍ରାଚୁଇଟି, ସେବେ୍ରାନ୍ସ ଭତା ବାବଦରେ ୫ଲକ୍ଷ ଟଙ୍କା ପ୍ରଦାନ କରିବା ସହ ମାସିକିଆ ଦିଆଯାଉଥିବା ଟାର୍ଗେଟ ବନ୍ଦ କରିବାକୁ ସେମାନେ ଦାବୀ ରଖିଛନ୍ତି। ଦୀର୍ଘଦିନ ହେବ ଗ୍ରାମୀଣ ଡ଼କ ସେବକ ସେବା ଯୋଗାଇ ଆସୁଥିବା ବେଳେ କେନ୍ଦ୍ର ସରକାର ସେମାନଙ୍କ ପାଇଁ ପାତର ଅନ୍ତର ସୃଷ୍ଟି କରୁଛନ୍ତି ବୋଲି ସେମାନେ ନିଜର ହକ ପାଇଁ ରାଜରାସ୍ତାକୁ ଓଲ୍ହାଇଛନ୍ତି। ସେମାନଙ୍କ ଦାବୀ ପୂରଣ ନ ହେବା ପର୍ଯ୍ୟନ୍ତ ସେମାନେ ତାଙ୍କର ଧାରଣା ଅବ୍ୟାହତ ରଖିବେ ବୋଲି ପ୍ରକାଶ କରିଛନ୍ତି। ଆଜିର ଏହି ଧାରଣାରେ ଧନେଶ୍ଵର ହରିଜନ, ରାଜେଶ କୁମାର ସାହୁ, ଚିନି ଦୁର୍ଗା, ନୈମିଶ ପଣ୍ଡା, ରାଧାକାନ୍ତ ନାଏକ, ଶ୍ବାତୀ ମିଶ୍ର, ଚନ୍ଦ୍ର ଶେଖର ମାଝୀ ପ୍ରମୁଖ ତଥା ସମସ୍ତ କର୍ମଚାରୀ ବୃନ୍ଦ ସାମିଲ ହୋଇଥିଲେ।