ସୁନାବେଡାରେ ୨୧୬ ସିଆରପିଏଫ ବାଟାଲିଆନ ପକ୍ଷରୁ ସିବିକ ଆକ୍ସନ ପ୍ରୋଗ୍ରାମ 

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ରାହୁଲ ବାଗ): ନୂଆପଡା ଜିଲ୍ଲା କୋମନା ବ୍ଲକ ସୁନାବେଡା ଠାରେ ୨୧୬ ସିଆଇପିଏଫ ଯବାନଙ୍କ ଦ୍ୱାରା ସିବିକ ଆକ୍ସନ ପ୍ରୋଗ୍ରାମ ଅନୁଷ୍ଠିତ ହୋଇଯାଇଛି। ଭୁବନେଶ୍ୱର ପୋଲିସ ମହାନିରୀକ୍ଷକ ଡ଼ ଅର୍ଚନା ଶିବହରେ ଓ ପୋଲିସ ଉପ ମହାନନିରୀକ୍ଷକ ଖ୍ବାଜା ସଜାନୁଦ୍ଦିନଙ୍କ ନିର୍ଦେଶ କ୍ରମେ ଏହି ସିବିକ ଏକ୍ସନ ପ୍ରୋଗ୍ରାମ ଅନୁଷ୍ଠିତ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ୨୧୬ ସିଆରପିଏଫ କମାଣ୍ଡେଣ୍ଟ ଏରିକ ଗିଲବର୍ଟ ଜୋଶ, ସେକେଣ୍ଡ କାମାଣ୍ଡେଣ୍ଟ କୃପାରାମ କମ୍ବର, ସହ କାମାଣ୍ଡେଣ୍ଟ ନିତ୍ୟାନନ୍ଦମ ପି, ମୁକେଶ ପି ପି, ସୁନାବେଡା ସରପଞ୍ଚ ରଜନୀ ଜଗତ ପ୍ରମୁଖ ଉପସ୍ଥିତ ଥିଲେ। ସୁନାବେଡା, ଜୁନାପାନୀ, କୋଟ୍ରାବେଡା, କୋକିଡ଼,  ଗମ୍ଭାରୀପାନୀ, ଥାରୀପାନୀ, ଘନସରପଡା, ଗରଭେଟା, ସାଲେପଡା ଗାଁର ଅନେକ ଜନସାଧାରଣ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ। ଗ୍ରାମବାସୀଙ୍କୁ ସିଆଇପିଏଫ ଯବାନଙ୍କ ଦ୍ୱାରା କମ୍ବଳ ବଣ୍ଟନ କରାଯାଇଥିଲ। ସରକାର ଏଭଳି କାର୍ଯ୍ୟକ୍ରମ ଦ୍ୱାରା ମାଓ ଅଧ୍ୟୁଷିତ ଅଂଚଳର ଗ୍ରାମବାସୀଙ୍କୁ ମୁଖ୍ୟ ସ୍ରୋତରେ ସାମିଲ ହେବାପାଇଁ ପ୍ରୋତ୍ସାହିତ କରିବାପାଇଁ ପ୍ରୟାସ କରିଥାନ୍ତି। ଯାହାଦ୍ୱାରା ପୋଲିସ ଓ ସାଧାରଣ ଜନତା ଙ୍କ ମଧ୍ୟରେ ସୁସମ୍ପର୍କ ଗଢିଉଠିଥାଏ। ସୁନାବେଡାରେ ହୋଇଥିବା ସିବିକ ଆକ୍ସନ କାର୍ଯ୍ୟକ୍ରମକୁ ଅଂଚଳବାସୀ ଭୁରି ଭୁରି ପ୍ରଶଂସା କରଥିଲେ। ପୂର୍ବରୁ ମଧ୍ୟ ସିଆଇପିଏଫ ଯବାନଙ୍କ ଦ୍ୱାରା ଏଭଳି ଅନେକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.