ଚଇତି ମହୋତ୍ସବରେ ଜାତି ଓ ଜନଜାତି ବର୍ଗଙ୍କୁ ଅଣଦେଖା ଅଭିଯୋଗ

ଆଦିବାସୀଙ୍କ ନାମ ବ୍ୟବହାର ହେଉଛି କିନ୍ତୁ କାହିଁରେ ସାମିଲ କରାଯାଉନାହିଁ ତେଣୁ ବିରୋଧ -ଗଙ୍ଗାଧର ପୁଆଲା

ଓଡ଼ିଆ ବାର୍ତ୍ତା/ ରାୟଗଡା (ଶିବ ନାରାୟଣ ଗୈାଡ): ଆଦିବାସୀ ବହୁଳ ରାୟଗଡା ଜିଲ୍ଳାର ଲୋକ ମହୋତ୍ସବ ‘ଚଇତି ଓ ପଲ୍ଳୀଶ୍ରୀ ମେଳା-୨୦୨୩’ପାଳନକୁ ନେଇ ଦେଖାଦେଇଛି ବିବାଦ । ଆଦିବାସୀଙ୍କ କଳା, ସଂସ୍କୃତି, ପରମ୍ପରା, ସାହିତ୍ୟକୁ ନେଇ ଚଇତି ମହୋତ୍ସବ ପାଳନ କରାଯାଉଥିବା ବେଳେ ଏଥିରେ ଜନଜାତି ଓ ଜାତି ବର୍ଗର ଲୋକଙ୍କୁ ଗୁରୁତ୍ୱ ଦିଆଯାଉ ନ ଥିବା ଭଳି ସାଂଘାତିକ ଅଭିଯୋଗ କରିଛନ୍ତି ଆଦିବାସୀ ସମାଜ। ଆଜି ଅପରାହ୍ନ ୪ଟା ସମୟରେ ରାୟଗଡା ଜିଲ୍ଳାପାଳଙ୍କ କାର୍ଯ୍ୟାଳୟର ଚିନ୍ତନ କକ୍ଷରେ ଚଇତି ମହୋତ୍ସବ ଓ ପଲ୍ଳିଶ୍ରୀ ମେଳା ପାଳନ ଉପଲକ୍ଷେ ଶୋଭାଯାତ୍ରା ସବ୍‌-କମିଟିକୁ ନେଇ ଏକ ପ୍ରସ୍ତୁତି ବୈଠକ ଧାର୍ଯ୍ୟ କରାଯାଇଥିଲା। ସବ୍ କମିଟିର ଆବାହକ ତଥା ପୈାର ନିର୍ବାହୀ ଅଧିକାରୀ ୟାଶିର ବିଲାଲ ଅହମ୍ମଦଙ୍କ ଅଧ୍ୟକ୍ଷତାରେ ବୈଠକ ଆରମ୍ଭ ପୂର୍ବରୁ ଆଦିବାସୀ ସମାଜ ଓ ଡମ୍ ସମାଜ ପକ୍ଷରୁ ବିରୋଧ କରାଯାଇଥିଲା। ଆଦିବାସୀ ସମାଜ ନେତୃମଣ୍ଡଳିର ଆଦିବାସୀ ଯୁବ ନେତା ତଥା ପୂର୍ବତନ ଜିଲ୍ଳା ପରିଷଦ ଅଧ୍ୟକ୍ଷ ଗଙ୍ଗାଧର ପୁଆଲା, ଆପଲାସ୍ୱାମୀ କାଡ୍ରକା, ବସନ୍ତ କୁମାର ଉଲାକା, ହରପ୍ରସାଦ ହେପ୍ରୁକା, ତପନ ପେଦେଂଟି, ତାମାରାଓ ବିଡିକା, ଚକ୍ରଧର ବିଡିକା, ମଂଜୁଳା ମିଣିଆକା, ବେଣୁଧର ଚୈାଧୁରୀ, ମାଧବରାଓ କଣ୍ଡାଗରି, ରାଉଳ ମାଝିଙ୍କ ସମେତ ଡମ୍ ସମାଜର ଜନାର୍ଦ୍ଦନ ଗରଡା ଏବଂ ଅନ୍ୟମାନେ ଉପସ୍ଥିତ ରହି ବିରୋଧ କରିଥିଲେ। ଆଦିବାସୀଙ୍କ କଳା, ସଂସ୍କୃତି, ପରମ୍ପରା, ସାହିତ୍ୟ, ଐତିହ୍ୟକୁ ଉଦଜୀବିତ କରି ରଖାଯିବାର ବ୍ୟବସ୍ଥା ଏବଂ ଲୁକ୍କାୟିତ ପ୍ରତିଭାକୁ ଲୋକ ଲୋଚନକୁ ଆଣିବାର ସୁଯୋଗ ଦେବା ସହ ଜିଲ୍ଳାକୁ ରାଜ୍ୟ, ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରରେ ପରିଚିତ କରାଇବାର ଏକ ପ୍ରୟାସ ହେଉଛି ଚଇତି ମହୋତ୍ସବ। ତେଣୁ ଚଇତି ମହୋତ୍ସବର ପାଳନକୁ ନେଇ ସମଗ୍ର ଜିଲ୍ଳା ଚଳଚଂଚଳ ହୋଉ ଉଠୁଥିବା ବେଳେ ଯେଉଁ ଆଦିବାସୀଙ୍କ କଥା କହି ମହୋତ୍ସବ ପାଳନ ହେଉଛି ସେହି ଆଦିବାସୀ ବର୍ଗର ଲୋକଙ୍କୁ ଚଇତି ମହୋତ୍ସବର କୈାଣସି ବୈଠକ ତଥା କାର୍ଯ୍ୟକ୍ରମରେ ସସମ୍ମାନେ ନିମନ୍ତ୍ରଣ ତଥା କୈାଣସି ସୂଚନା ପ୍ରଦାନ ନ କରାଯାଇ ଏଥିରୁ ଦୂରରେ ରଖାଯାଉଛି ବୋଲି ଆଦିବାସୀ ସମାଜ ନେତୃମଣ୍ଡଳି ପ୍ରକାଶ କରିଛନ୍ତି। ଆଦିବାସୀଙ୍କୁ ଯେହେତୁ ପକ୍ଷପାତିତା କରାଯାଉଛି ତେଣୁ ଚଳିତ ବର୍ଷର ଚଇତି ମହୋତ୍ସବରେ କେହି ବି ଜାତି ଓ ଜନଜାତି ବର୍ଗର ଜନ ପ୍ରତିନିଧି, ମନ୍ତ୍ରୀ, ବିଧାୟକ, ସଂପ୍ରଦାୟ ଲୋକେ ସାମିଲ ନ ହେବା ସହ ଚଇତି ମଂଚରେ କୈାଣସି ପ୍ରକାର ଆଦିବାସୀ ନୃତ୍ୟ, ପାରମ୍ପରିକ ନୃତ୍ୟ ତଥା ଅନ୍ୟ କୈାଣସି କାର୍ଯ୍ୟକ୍ରମରେ ସାମିଲ ନ ହେବାକୁ ଆମେ ଅନୁରୋଧ କରିବା ସହ ନିଷ୍ପତି ଗ୍ରହଣ କରିଛୁ ବୋଲି ଯୁବ ନେତା ଗଙ୍ଗାଧର ପୁଆଲା ପ୍ରକାଶ କରିଛନ୍ତି। ଚଇତି ବଦଳରେ ରାୟଗଡା ମହୋତ୍ସବର ନାଁକୁ ବ୍ୟବହାର କରନ୍ତୁ କିନ୍ତୁ ଆଦିବାସୀଙ୍କ ଚଇତି ନାଁରେ ଏହି ମହୋତ୍ସବ ପାଳନ କରନ୍ତୁ ନାହିଁ ପ୍ରଶାସନ ବୋଲି ମଧ୍ୟ ଶ୍ରୀ ପୁଆଲା ପ୍ରକାଶ କରିଥିବା ବେଳେ ଆଦିବାସୀ ବର୍ଗଙ୍କ ନିଷ୍ପତିରେ ଚଇତିି ପାଳନ କରାଯାଉ ନଚେତ ଚଇତି ମହୋତ୍ସବକୁ ବନ୍ଦ କରାଯାଉ ବୋଲି ଆଦିବାସୀ ନେତ୍ରୀ ଶ୍ରୀମତି ମଂଜୁଳା ମିଣିଆକା ପ୍ରକାଶ କରିଛନ୍ତି। ତେବେ ଏ ନେଇ ଶୋଭାଯାତ୍ରା କମିଟି ଆବାହକ ତଥା ପୈାର ନିର୍ବାହୀ ଅଧିକାରୀ ବିଲାଲ ଅହମ୍ମଦ ଆଗାମୀ ଦିନରେ ପୁଣି ଥରେ ଏକ ବୈଠକ କରାଯିବ ଏବଂ ଏଥିରେ ଆଦିବାସୀ ସମାଜକୁ ସସମ୍ମାନେ ନିମନ୍ତ୍ରୀତ କରାଯାଇ ନିଷ୍ପତି ଗ୍ରହଣ କରାଯିବ ବୋଲି ପ୍ରକାଶ କରିଛନ୍ତି। ଆଜି ହେବାକୁ ଥିବା ଶୋଭାଯାତ୍ରା ବୈଠକରେ ବହୁ ମାନ୍ୟଗଣ ବ୍ୟକ୍ତିବିଶେଷଙ୍କ ସମେତ ସହରରେ ଥିବା ବିଭିନ୍ନ ସଂଗଠନ, ସମାଜର ମୁଖ୍ୟ, ସଂଘ ସଦସ୍ୟମାନଙ୍କ ସହ ସରକାରୀ ଅଧିକାରୀଙ୍କୁ ଡକାଯାଇଥିବା ବେଳେ ଆଦିବାସୀ ସମାଜର ନେତୃମଣ୍ଡଳୀକୁ କୈାଣସି ସୂଚନା ଦିଆଯାଇ ନ ଥିବା ନେଇ ଆଦିବାସୀ ସମାଜ ପକ୍ଷରୁ କୁହାଯାଇଛି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.