ଭାନପୁରରେ ଗ୍ରାମ ସଭା ଅନୁଷ୍ଠିତ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ଜିଲ୍ଲାର ବିଭିନ୍ନ ଗ୍ରାମପଂଚାୟତରେ ଗ୍ରାମସଭା ଅନୁଷ୍ଠିତ ହୋଇଥିବା ବେଳେ ନର୍ଲା ବ୍ଲକ ଅଧିନସ୍ଥ ଭାନପୁର ଗ୍ରାମ ପଞ୍ଚାୟତରେ ସରପଞ୍ଚ ଅନନ୍ତ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଯାଇଅଛି ଗ୍ରାମସଭା। ପ୍ରଥମେ ସରପଞ୍ଚ ଶ୍ରୀ ମାଝୀ ସ୍ବାଗତ ଭାଷଣ ପ୍ରଦାନ କରିବା ପରେ କାର୍ଯ୍ୟକ୍ରମ ଆରମ୍ଭ ହୋଇଥଲା। ଗ୍ରାମ ପଞ୍ଚାୟତ ଅଧିନସ୍ଥ ବିଭିନ୍ନ ରାସ୍ତାଘାଟ, ପୋଖରୀ ତୁଠ, ବଜାର ଗୃହ, ଆବଶ୍ୟକୀୟ ନଳକୂଅ ଖୋଳିବା ପ୍ରଭୃତି ପ୍ରସ୍ତାବ ଗୃହୀତ ହୋଇଥିଲା। ଉପସ୍ଥିତ ଚାଷୀମାନେ ଜାଣିବାକୁ ଚାହିଁବାରୁ ଭାନପୁର ଗ୍ରାମ୍ୟ କୃଷି କର୍ମଚାରୀ ଜ୍ୟୋତ୍ସ୍ନା ମହାପାତ୍ର ସରକାରଂକ ତରଫରୁ ଚାଷୀଙ୍କ ପାଇଁ ରହିଥିବା ସୋଲାର ପ୍ରକଳ୍ପ ଯୋଜନା, କାଳିଆ ଯୋଜନା, ବଳିଆ ଯୋଜନାରେ ଚାରି ଜଣିଆ ଗ୍ରୁପ ଋଣ ପ୍ରଭୃତି ଉପରେ ବିସ୍ତ୍ରୁତ ଭାବରେ ବୁଝାଇବା ସହ ନର୍ଲା ଅଞ୍ଚଳରେ ଚାଷୀ କରିଥିବା ଡାଲି ଜାତୀୟ ଫସଲ ଉପରେ ପ୍ଲଟ ପ୍ରତି ଏକ ଟଙ୍କା ଦେୟ ପ୍ରଦାନ କରି ପ୍ରଧାନ ମନ୍ତ୍ରୀ ଫସଲ ବୀମା କରିବା ପାଇଁ ଅନୁରୋଧ କରିଥିଲେ। ଜିଆରଏସ କେଦାର କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ଭାନପୁର ଯୋଗାଣ ସହାୟକ ମିନକେତନ ହାତୀ, ଶ୍ରୀ ଭୋଇ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.