ଓଡ଼ିଆ ବାର୍ତ୍ତା/ ଜୟପାଟଣା (ଧନେଶ୍ଵର ପୁଞ୍ଜି): ଜୟପାଟଣା ବ୍ଲକ ଅନ୍ତର୍ଗତ କଦଳୀ ବାହିଲି ଗ୍ରାମରେ କୁରାଳ ସମାଜ ପକ୍ଷରୁ ଗତ ୧୭ ତାରିଖ ରୁ ଚାଲିଥିବା କୁରାଳ ପଞ୍ଚମୀ ପୂଜା ଉଦଯାପିତ ହୋଇଯାଇଛି। ଏହି ପୂଜା ମାର୍ଗଶୀର ଶୁକ୍ଳ ପକ୍ଷ ପଞ୍ଚମୀ ତିଥିରେ ସୃଷ୍ଟି କର୍ତ୍ତା ବ୍ରହ୍ମା ଓ ମାତା ଗାୟତ୍ରୀ, ପାଳନକର୍ତ୍ତା ବିଷ୍ଣୁ ଓ ମାତା ଲକ୍ଷ୍ମୀ, ଶିବ ପାର୍ବତୀ ସମେତ ଆଦିପିତା ରୁଦ୍ରପାଲ ଓ ଆଦିମାତା ରତ୍ନେଶ୍ବରୀଙ୍କୁ ପୂଜାର୍ଚ୍ଚନା କରାଯାଏ। ପୂର୍ଣ୍ଣାହୁତି ପରେ ପ୍ରସାଦ ସେବନ କରାଯାଇଥିଲା ଏବଂ ସନ୍ଧ୍ୟା ସମୟରେ ବିସର୍ଜନ କରାଯାଇଥିଲା। ଏଥିରେ ମଧୁ ପ୍ରସାଦ ରଣା ଓ ତାଙ୍କ ଧର୍ମପତ୍ନୀ ଯଶୋଦା ରଣା ପୂଜକର୍ତ୍ତା ଦାୟିତ୍ଵ ନିର୍ବାହ କରିଥିବା ବେଳେ ସତ୍ୟ ନାରାୟଣ ବେହେରା ପୂଜକ ଦାୟିତ୍ଵ ନିର୍ବାହ କରିଥିଲେ। ପୁଜା କମିଟିର ସଭାପତି ଲକ୍ଷ୍ମୀକାନ୍ତ ନାଏକ, ସମ୍ପାଦକ ନବ କିଶୋର ନାଏକ, କୋଷାଧ୍ୟକ୍ଷ ପ୍ରହଲ୍ଲାଦ ନାଏକ ପୂଜା ଦାୟିତ୍ଵ ତୁଲାଇଥିବା ବେଳେ କୁରାଳ ସମାଜର ସଦସ୍ୟ ଯୋଗିନ୍ଦ୍ର ରଣା, ଟଙ୍କଧର ରଣା, ସୁଧାଂଶୁ ଶେଖର ନାଏକ, ପବିତ୍ର ନାଏକ, ପ୍ରଦୀପ ନାଏକ, ନୀଳାମ୍ବର ନାଏକ ଉମାଶଙ୍କର ନାଏକ ଓ ଲମ୍ବୋଦର ରଣା ପ୍ରମୁଖ ସହଯୋଗ କରିଥିଲେ।